August Grah Gochar 2025 Rashifal: ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଅଗଷ୍ଟମାସରେ ଏକାଧିକ ବଡ଼ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଅଗଷ୍ଟ ୧୬ ତାରିଖ ଦିନ ସକାଳ ୬ଟା ୪୦ ମିନିଟ୍ ସମୟରେ ସୂର୍ଯ୍ୟ ସିଂହ ରାଶିକୁ ଚଳନ କରିବାକୁ ଥିବା ବେଳେ ଅଗଷ୍ଟ ୫ ତାରିଖ ସକାଳ ୧୦ଟା ୨୦ ମିନିଟ୍ ସମୟରେ ମଙ୍ଗଳ କନ୍ୟା ରାଶିକୁ ଗୋଚର କରିବେ। ସେହିପରି ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ରାହୁ ମଧ୍ୟ ସେହି ରାଶିକୁ ଅଗଷ୍ଟ ୨ ତାରିଖ ସକାଳ ୮ଟା ୫ ମିନିଟ୍ ସମୟରେ ସେହି ରାଶିକୁ ବିରାଯିବେ। ଫଳରେ ଏକାଧିକ ଦୁର୍ଲଭ ଯୋଗ ଗଜଲକ୍ଷ୍ମୀ ରାଜଯୋଗ, ଷଦାଷ୍ଟକ ଯୋଗ , ଶୁଭଯୋଗ ଓ ନବପଞ୍ଚମ ରାଜଯୋଗ ସୃଷ୍ଟି ହେଉଛି। ଏହି ୩ ଶୁଭଯୋଗ କିଛି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା ଏହିସବୁ ଶୁଭଯୋଗ କେଉଁ ରାଶିଙ୍କ ଭାଗ୍ୟ ଚମକାଉଛି।....
ମେଷ:- ଅଗଷ୍ଟ ମାସରେ ପଡୁଥିବା ଏହି ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ଲାଭ ପାଇବେ। ପ୍ରତ୍ୟକ କାର୍ଯ୍ୟ କରିବାକୁ ମନ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପାରିବାରିକ ବିବାଦର ଅନ୍ତ ଘଟିବ। ହେଲେ, ଶାରୀରିକ ସମସ୍ୟା ଦେଖାଦେବ। ବିଶେଷକରି, ପିଠି ଯନ୍ତ୍ରଣା ପରି ସମସ୍ୟା ଭୋଗିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଦୂରଯାତ୍ରା କରିବେ।
ALSO READ: Odisha Weather Report: ଲଘୁଚାପ ପ୍ରଭାବ, ଏହିସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଛେଚିବ ବର୍ଷା
ବୃଷ:- ଅଗଷ୍ଟରେ ପଡୁଥିବା ଏକାଧିକା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଦରମା ବଢିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ମୋଟା ଅଙ୍କର ଲାଭ ପାଇବେ। ବିଦେଶ ଯିବାର ଆଶା ପୂରା ହେବ। ଯେଉଁ ଛାତ୍ରଛାତ୍ରମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଭଲ ରେଜଲ୍ଟ କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ଜନିତ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କିନ୍ତୁ ଚର୍ମ ଜନିତ ସମସ୍ୟା ଦେଖାଦେଇପାରେ। ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇପାରେ। ଘରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।
କନ୍ୟା:- ଅଗଷ୍ଟରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବିଦେଶରେ ଚାଲିଥିବା ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ଲଟେରୀରୁ ଲାଭବାନ୍ ହେବେ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ପରିବାର ସହ ଧାର୍ମିକ ଯାତ୍ରାରେ ଯିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ ସତ ହେଲେ ଖାଦ୍ୟପେୟର ଯତ୍ନ ନିଅନ୍ତୁ। ନହେଲେ କୌଣସି ନା କୌଣସି ଗ୍ୟାଷ୍ଟିକ୍ କିମ୍ବା ବିପି ଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ସ୍ତ୍ରୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ।
ବିଛା:- ଅଗଷ୍ଟ ମାସରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ବଡ଼ ଦାୟିତ୍ବ ପାଇବେ। ବରିଷ୍ଠ ଅଧିକାରୀଙ୍କର ପ୍ରିୟପାତ୍ର ହେବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। କୌଣସି ଏକ ଭଲ କମ୍ପାନୀରୁ ଚାକିରି ନେଇ ଅଫର ଆସିବ। ଯେଉଁମାନେ କୌଣସି ଏକ ସଂସ୍ଥାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ନୂଆ ଘର ଓ ଗାଡ଼ି କିଣିବାର ଆଶା ପୂରା ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ।
ମୀନ:- ଅଗଷ୍ଟ ମାସରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିକୁ ମାଲାମାଲ୍ କରିବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଅଧା ରହିଥିବା ପ୍ରୋଜେକ୍ଟ କାମକୁ ଶେଷ କରିବାରେ ସଫଳ ହେବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଆଣିଥିବା ଧାର-କରକ ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ପରିବାର ସହ ଦୂରଯାତ୍ରା କରିବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ସମୟ ଶୁଭ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କିନ୍ତୁ ସ୍ବାସ୍ଥ୍ୟବସ୍ଥା ଏତେ ଖାସ୍ ରହିବ ନାହିଁ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़