Budh Guru Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କ ରାଜକୁମାର ବୁଧ ଦିର୍ଘ ୧୨ ବର୍ଷ ପରେ ମେ ୧୪ ତାରିଖ ସକାଳ ୯ଟା ୧୬ ମିନିଟ୍ ସମୟରେ ମିଥୁନ ରାଶିରେ ଚଳନ କରିବେ। ଯେଉଁ ରାଶିରେ କି ବୃହସ୍ପତି ପୂର୍ବରୁ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ବୁଧ- ବୃହସ୍ପତିଙ୍କ ମିଳନ ଦୁର୍ଲଭ ଯୋଗ ବା ବୁଧ-ଗୁରୁ ୟୁତି ଯୋଗ ସୃଷ୍ଟି କରୁଛି। ଯଦି ଜାତକରେ ବୁଧ-ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ । ତେବେ, ବ୍ୟକ୍ତି ଜୀବନରେ ବ୍ୟବସାୟରେ ଅଗ୍ରଗତି କରିବା ସହିତ ସମସ୍ତ ସୁଖ-ସମୃଦ୍ଧି ଲାଭ କରିଥାଏ। ତେବେ, ଆସନ୍ତୁ ଜାଣିବା ଏହି ଦୁର୍ଲଭ ଯୋଗ କେଉଁ ସବୁ ରାଶିଙ୍କୁ ମାଲାମାଲ୍ କରୁଛି। ....
ମୀନ: ବୁଧ-ଗୁରୁ ୟୁତି ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଜୀବନରେ ଚାଲିଥିବା ସମସ୍ୟା ଦୂର ହୋଇଯିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ବଡ଼ କମ୍ପାନୀରୁ ଚାକିରି ଅଫର ମିଳିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ବ୍ୟବସାୟରେ ଲାଭ ବଢିବ। ଏହି ସମୟ ମଧ୍ୟରେ ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ଦୂର ହେବ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ।
ALSO READ: Operation Sindoor:ଅପରେସନ୍ ସିନ୍ଦୂର;ଏୟାର ଇଣ୍ଡିଆ,ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନ ବାତିଲ
ALSO READ: Shani Jayanti 2025: ଶନି ଜୟନ୍ତୀରେ ପଡୁଛି ୨ଟି ଦୁର୍ଲଭ ଯୋଗ, ଏହିସବୁ ରାଶି ଉପରେ ହେବ ଟଙ୍କା ବର୍ଷା!
କନ୍ୟା: ବୁଧ-ଗୁରୁ ୟୁତି ଏ-ହି ରାଶିଙ୍କ ଭାଗ୍ୟ ଚମକାଇବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଆୟରେ ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଦୂର ହେବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ଆପଣଙ୍କୁ ସମର୍ଥନ କରିବେ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଛନ୍ତି। ସେମାନଙ୍କ ଆଶା ପୂରା ହେବ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ବୈବାହିତ ଜୀବନ ସୁଖମୟ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ।
ସିଂହ: ବୁଧ-ଗୁରୁ ୟୁତି ଏହି ରାଶିଙ୍କୁ ମାଲାମାଲ୍ କରିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶାସ କରିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପିତାମାତାଙ୍କ ସହ ହୋଇଥିବା ମତାନ୍ତର ଦୂର ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି। ସେମାନେ ନିଜ ସାଥୀଙ୍କ ସହ ବିବାହ କରିବାର ଯୋଗ ରହିଛି। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ସ୍ବାସ୍ଥ୍ୟ ଭଲ ରହିବ।
ବିଛା:ଏହି ଦୁର୍ଲଭ ଯୋଗ ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଶୁଭ ରହିବ। ଦିର୍ଘ ଦିନର ଆଶା ପୂରା ହେବ। ନୂଆ ଘର ଓ ଗାଡି କିଣିବାର ସ୍ବପ୍ନ ସାକାର ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମୀମାନଙ୍କ ପାଇଁ ସମୟ ବେଶ୍ ଖାସ୍ ରହିବ। ମନର ମଣିଷଙ୍କ ସହ ବିବାହ ସ୍ଥିର ହେବାର ଯୋଗ ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଘରେ କୌଣସି ଶୁଭ କାର୍ଯ୍ୟ ହବେ। ବନ୍ଧୁ ପରିଜନଙ୍କ ସହ ହୋଇଥିବା ବିବାଦ ଦୂର ହେବ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବଢିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
କୁମ୍ଭ: ଏହି ଦୁର୍ଲଭ ଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳାଇବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ, ବିଦେଶରେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ବିଦେଶରେ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ। ବ୍ୟବସାୟରେ ନୂଆ ଯୋଜନା କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ଯେଉଁମାନେ ପୁଂଜି ବିନିଯୋଗ କରିବାକୁ ଯୋଜନା କରୁଛନ୍ତି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କଲେ ଅଧିକ ଟଙ୍କା ରିଟର୍ଣ୍ଣ ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ତୁଟିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़