Advertisement
Photo Details/zeeodisha/odisha2722550
photoDetails0hindi

Budh Vakri 2025: ବୁଧଙ୍କ ଓଲଚା ଚଳନ ଫିଟାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା!

Budh Vakri 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବ୍ୟବସାୟ, ଯୋଗାଯୋଗ, ଶିକ୍ଷା ଓ ବାଣିଜ୍ୟର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୁଧ ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଥିବା ବେଳେ ଚଳିତ ମାସ ୩୦ ତାରିଖ ଦିନ ସକାଳ ୧୦ ଟା ୫ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ ବା ବକ୍ରି ହେବେ। ବୁଧଙ୍କ ଏହି ଓଲଟା ଚଳନ କିଛି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ। ଯଦି ଜାତରରେ ବୁଧଙ୍କ ସ୍ଥିତି ସୁଦୃଢ ଥାଏ ତେବେ,ବ୍ୟକ୍ତି ଜୀବନରେ ସଫଳତା ପାଇବା ସହିତ ଅଗ୍ରଗତି କରିଥାଏ।ଏବଂ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଉଛନ୍ତି ବୁଧ।...

1/5

ମେଷ: ବୁଧଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାର ସହ ହୋଇଥିବା ମତଭେଦ ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ନିଯୁକ୍ତି ସୁଯୋଗ ପାଇବେ। ପୁରୁଣା ବିନିଯୋଗରୁ ମାଲାମାଲ୍ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। 

ALSO READ: ରୁମ୍ ଭିତରୁ ତିନି ଯୁବକଙ୍କ ସହ ଭାଇରାଲ୍ ହେଲା ଅସୀମା ପଣ୍ତାଙ୍କ ଏହି ଭିଡିଓ, ଦେଖନ୍ତୁ

ALSO READ: ଦିର୍ଘ ୫୦ ବର୍ଷ ପରେ ପଡୁଛି ଗୁରୁ ଆଦିତ୍ୟ ଯୋଗ, ୭ରାଶିଙ୍କ ଫିଟିବ ଭାଗ୍ୟ, ବର୍ଷସାରା ହେବ ଟଙ୍କା ବର୍ଷା

2/5

ମିଥୁନ: ବୁଧଙ୍କ ଓଲଟା ଚଳନ ଏହି ରାଶିର ଭାଗ୍ୟ ଉଦୟ କରିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ଦରମା ବଢିବ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ମିଳିବ। ଏହି ସମୟ ମଧ୍ୟରେ ପ୍ରତ୍ୟକ କାର୍ଯ୍ୟ କରିବାକୁ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ତରବରିବଆ ଭାବେ କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯେଉଁମାନେ, ବିଦେଶ ଯିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ଆଶା ପୂରା ହେବ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ।

 

3/5

କନ୍ୟା: ବୁଧଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଏହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବା ନେଇ ଯୋଗ ରହିଛି। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ଯେଉଁମାନେ ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଚା ରଖିଛନ୍ତି, ସେମାନଙ୍କ ଆଶା ପୂରା ହେବ। ଏହି ସମୟ ମଧ୍ୟରେ କୋର୍ଟ-କଚେରୀରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଏବଂ କୋର୍ଟଙ୍କ ରାୟ ଆପଣଙ୍କ ସପକ୍ଷରେ ଯିବ। ଅବିବାହିତଙ୍କ ବିବାହ ନେଇ ଯୋଗ ଫିଟିବ। ପରିବାରରେ ହୋଇଥିବା ଭୁଲ ବୁଝାବଣା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।   

 

4/5

ତୁଳା: ବୁଧଙ୍କ ଓଲଟା ଚଳନ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ। ବ୍ୟବସାୟୀମାନେ ପୁରୁଣା ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସକ୍ଷମ ହେବେ। ପାର୍ଟନର-ସିପରେ ଚାଲିଥିବା ବ୍ୟବସାୟରୁ ଅଧିକ ଲାଭ ମିଳିବ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି।ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ପରିବାର ଲୋକଙ୍କ ସହ ହୋଇଥିବା ବିବାଦର ଅନ୍ତ ଘଟିବ। ପରିବାର ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ।  

 

5/5

ଧନୁ: ଏହି ରାଶିଙ୍କ ଉପରେ ବୁଧଙ୍କ ରହିବ ବିଶେଷ ଆର୍ଶିବାଦ। ବିଦେଶରେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିଛି।ବ୍ୟବସାୟରେ ଅଗ୍ରଗତି କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଅନଲାଇନ୍ କାରବାର କରୁଥିବା ଲୋକଙ୍କ ବ୍ୟବସାୟରେ ବୃଦ୍ଧି ହେବ। ନୂଆ ଘର ଓ ଗାଡି କିଣିବାର ସ୍ବପ୍ନ ପୂରା ହେବ। ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ସେମାନଙ୍କ ଆଶା ପୂରା ହେବ। ପୁଞ୍ଜି ନିବେଶ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଅଧିକ ଟଙ୍କା ଲାଭ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;