Advertisement
Photo Details/zeeodisha/odisha2711877
photoDetails0hindi

Guru Nakshatra Parivartan: ଆଜି ନକ୍ଷତ୍ର ପରିବର୍ତ୍ତନ କରିବେ ବୃହସ୍ପତି, ଏହିସବୁ ରାଶିକୁ ମିଳିବ ପୁଳାପୁଳା ଟଙ୍କା!

Guru Nakshatra Parivartan: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଧନ, ଦାନ,ଜ୍ଞାନ, ସନ୍ତାନ,ପୁଣ୍ୟ ଓ ବୃଦ୍ଧିର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଦେବଗୁରୁ ବୃହସ୍ପତି ଆଜି ସଂନ୍ଧ୍ୟା ୭ଟା ୫୧ ମିନିଟ୍ ସମୟରେ ରୋହିଣୀ ନକ୍ଷତ୍ରରୁ ବାହାରି ମୃଗଶିରା ନକ୍ଷତ୍ରକୁ ଚଳନ କରିବେ। ବୃହସ୍ପତିଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅମାପ ଧନ-ସମ୍ପତ୍ତିର ଅଧିକାରୀ ହେବା ସହିତ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।

1/5

ମେଷ: ବୃହସ୍ପତିଙ୍କ ନକ୍ଷତ୍ର ଚଳନ ଏହି ରାଶିକୁ ମାଲାମାଲ୍ କରିବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବାଣିଜ୍ୟ -ବ୍ୟବସାୟରେ ଉନ୍ନତି କରିବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ। ଯଦି କୌଣସି କାର୍ଯ୍ୟ ଦିର୍ଘ ଦିନ ହେବ ପଡ଼ି ରହିଛି। ତାହା ସାରିବାରୁ ସମର୍ଥ ହେବେ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ। ସେମାନଙ୍କ ଆଶା ପୂରଣ ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

ALSO READ: Weather Update: ଆଜିବି ବର୍ଷିବ, ୨୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ALSO READ: Rajyog 2025: ଏପ୍ରିଲ ୧୩ରେ ଏକାସାଙ୍ଗରେ ପଡୁଛି ୫ ରାଜଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବର୍ଷସାରା ହେବ ଟଙ୍କା ବର୍ଷା

2/5

ବୃଷ: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ର ଭାଗ୍ୟ ଉଦୟ କରିବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଲାଗି ରହିଥିବା ଅର୍ଥାଭାବ ଦୂର ହେବ। ଯେଉଁମାନେ ଟଙ୍କା ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ଲାଭ ପାଇବେ। ଯେଉଁମାନେ ଚାକିରି ବଦଳାଇବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏ-ହି ସମୟରେ ଚେଷ୍ଟା ଜାରି ରଖନ୍ତୁ , ସଫଳତା ନିଶ୍ଚୟ ପାଇବେ।  ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। କାରବାର ବୃଦ୍ଧି ହେବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। 

 

3/5

କର୍କଟ: ଆଜିଠାରୁ ଏହି ରାଶିର ଲୋକଙ୍କର ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି।  ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଦରମା ବଢିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନେ କୌଣସି ଏକ କମ୍ପାନୀରୁ ଭଲ ଚାକିରି ଅଫର ପାଇବେ। ବିଦେଶ ଯାତ୍ରାର ଯୋଗ ଫିଟିବ। ବିଦେଶରେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ଲୋକଙ୍କ ପାଇଁ ସମୟ ଖାସ୍ ରହିଛି। ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବା ସହ ପୌତୃକ ସମ୍ପତ୍ତିରୁ ଅଧିକ ଲାଭ ପାଇବେ। ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।  

4/5

ସିଂହ:  ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶିର ଭାଗ୍ୟ ଚମକାଇବ। କଳା, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ କରିବେ। ଘର ଓ ଗାଡି଼ କିଣିବାର ଆଶା ପୂରଣ ହେବ।  କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବା ସହ ଦରମା ବଢିବ। ବାଣିଜ୍ୟ ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ନିଜ ସାଥୀଙ୍କ ସହ ପ୍ରେମ ବିବାହ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

 

5/5

କନ୍ୟା: ବୃହସ୍ପତିଙ୍କ ନକ୍ଷତ୍ର ଚଳନ ଏହି ରାଶିର ବ୍ୟକ୍ତିଙ୍କୁ ଧନବାନ୍ କରାଇବ। ପାର୍ଟନରସିପ୍-ରେ ଚାଲିଥିବା ବାଣିଜ୍ୟ ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ  ଠାରୁ ସମ୍ମାନୀତ ହେବେ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ପରିବାରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପରିବାର ଲୋକଙ୍କ ସହ ଭଲ ସମୟ ବିତେଇବେ। ସ୍ବାସ୍ଥା ଭଲ ରହିବ। ପ୍ରେମ ଜୀବନରେ ଆହୁରି ମଧୁରତା ଭରିବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;