Guru Uday 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ବୃହସ୍ପତି ମିଥୁନ ରାଶିରେ ଥିବା ବେଳେ ଜୁଲାଇ ୯ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ ସେହି ରାଶିରେ ଉଦୟ ହେବାକୁ ଯାଉଛନ୍ତି। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅଭୂତ ପୂର୍ବ ସଫଳତା ହାସଲ କରିଥାଏ। ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...
ବୃଷ: ବୃହସ୍ପତିଙ୍କ ଉଦୟ ଏହି ରାଶିକୁ ମାଲାମାଲ୍ କରିବ। ବିଶେଷକରି,ଏହି ସମୟ ମଧ୍ୟରେ ଦିର୍ଘ ଦିନ ଧରି ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବଢିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପରିବାର ସହ ଧାର୍ମିକସ୍ଥଳ ଯାତ୍ରା କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ସ୍ବାସ୍ଥ୍ୟ ଭଲ ରହିବ। ଅବିବାହିତ ଲୋକଙ୍କୁ ଭଲ ଜୀବନ ସାଥୀ ମିଳିବେ। ନୂଆ ଘର ଓ ଗାଡ଼ି କିଣିବାର ସ୍ବପ୍ନ ସାକାର ହେବ।
ALSO READ: Odisha Weather Report: ବଙ୍ଗୋପସାଗରରେ ଲଘୁଚାପ,ଏହିସବୁ ଜିଲ୍ଲାରେ ବିଜୁଳି ଘଡ଼ଘ଼଼ଡ଼ି ସହ ଛେଚିବ ବର୍ଷା!
ସିଂହ: ବୃହସ୍ପତିଙ୍କ ଉଦୟ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି, ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ବେଶ୍ ମଜବୁତ୍ ରହିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ପୁରୁଣା ନିବେଶରୁ ଲାଭ ପାଇବେ। କଳା, ସାହିତ୍ୟ, ସାମ୍ବାଦିକତା ଓ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ସମୟ ଖାସ୍ ରହିଛି। ପୁରୁଣା ରୋଗରୁ ମୁକ୍ତି ମିଳିବ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
କନ୍ୟା: ବୃହସ୍ପତିଙ୍କ ଉଦୟ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। କ୍ୟାରିୟର ଏବଂ ବ୍ୟବସାୟରେ ଉନ୍ନତି କରିବେ। ବିଶେଷକରି,ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନେ କୌଣସି ଏକ ଭଲ କମ୍ପାନୀରୁ ଚାକିରି ପାଇବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଟଙ୍କା ଲାଭପାଇବେ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ବ୍ୟବସାୟୀମାନେ ନୂଆ ସୋ-ରୁମ୍ ମଧ୍ୟ କିଣିବେ। ପରିବାର ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़