Advertisement
Photo Details/zeeodisha/odisha2780703
photoDetails0hindi

Jamun Benefits: ଜାମୁକୋଳି ଖାଇଲେ ଦୂର ହୁଏ ଏହିସବୁ ଗମ୍ଭୀର ରୋଗ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

Jamun Benefits: ଜାମୁକୋଳି ଶରୀର ପାଇଁ ବେଶ୍ ଉପରକାରୀ। ପାଟିକୁ ସୁଆଦିଆ ଲାଗୁଥିବା ଜାମୁକୋଳିରେ ଭିଟାମିନ୍‌ ଏ , ଆଣ୍ଟିଅକ୍ସିଡାଣ୍ଟ, ଫସଫରସ୍ ଓ କ୍ୟାଲସିୟମ୍ ଭରପୂର ମାତ୍ରାରେ ଭରି ରହିଛି। କେବଳ ଜାମୁକୋଳି ନୁହେଁ ଏହାର ମଞ୍ଜି ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ବରଦାନ। ତେବେ,ଆସନ୍ତୁ ଜାଣିବା ଜାମୁକୋଳି ଖାଇବା ଦ୍ବାରା ଶରୀରକୁ କେଉଁ ସବୁ ଲାଭ ମିଳିବା ସହିତ କେଉଁ ସବୁ ରୋଗରୁ ମୁକ୍ତି ମିଳିଥାଏ। 

 

1/7

ଜାମୁକୋଳିରେ ପ୍ରଚୁର ପରିମାଣରେ ଫାଇବର ଥାଏ। ଯାହା ହଜମ ପ୍ରକ୍ରିୟାକୁ ଉନ୍ନତି ଆଣିବା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।

ALSO READ: Watermelon Benefits: ଶରୀରର ୭ରୋଗକୁ ଭଲ କରେ ତରଭୁଜ,ଫାଇଦା ଜାଣିଲେ ହେବେ ଆଶ୍ଚର୍ଯ୍ୟ!

ALSO READ: Jackfruit Benefits: ପଣସ ଖାଇଲେ ମିଳିଥାଏ ଏହିସବୁ ଫାଇଦା,ପାଖ ମାଡି଼ ନଥାଏ ଏହି୭ ରୋଗ!

2/7

ଜାମୁ କୋଳି ଖାଇବା ଦ୍ୱାରା ପେଟରେ ହେଉଥିବା ଷ୍ଟୋନ ସମସ୍ୟାରୁ ମୁକ୍ତି ମିଳିଥାଏ ।

 

3/7

ଜାମୁକୋଳି ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ। ଏଥିରେ ଥିବା ଜାମ୍ବୁସିନ୍ ଏବଂ ଜାମ୍ବୋଲିନ୍ ନାମକ ପଦାର୍ଥ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

 

4/7

ଜାମୁକୋଳି କମ୍ କ୍ୟାଲୋରୀ ଯୁକ୍ତ ଫଳ ହେଇ ଥିବାରୁ ,ଏହାର ସେବନ କଲେ ଓଜନ ହ୍ରାସ ହୋଇଥାଏ।  

 

5/7

ଜାମୁକୋଳିରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍ ସି ଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ। 

 

6/7

ଜାମୁକୋଳିରେ ପୋଟାସିୟମ୍ ଥିବାରୁ ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୁଏ। ଏବଂ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୁଏ।  

 

7/7

ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ତ୍ବଚାକୁ ସୁସ୍ଥ ରଖିବା ସହ କେଶକୁ ମଜବୁତ୍ କରେ। 

Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ଟିପ୍ସଗୁଡ଼ିକ କେବଳ ସାଧାରଣ ସୂଚନା ପାଇଁ। ଏହାକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ପ୍ରତିକାର ନେବା ପୂର୍ବରୁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଜୀ ଓଡ଼ିଶା ନ୍ୟୁଜ୍ ଏପରି କୌଣସି ଦାବିର ସତ୍ୟତାକୁ ନିଶ୍ଚିତ କରେ ନାହିଁ।

 

;