Advertisement
Photo Details/zeeodisha/odisha2795635
photoDetails0hindi

Stale Roti Benefits: ବାସି ରୁଟି ଖାଇଲେ ଶରୀରରକୁ ମିଳେ ଏହି ୭ଟି ଲାଭ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

Stale Roti Benefits: ସାଧାରଣତଃ ରାତି ଭୋଜନରେ ଅଧିକାଂଶ ଲୋକେ ରୁଟି ଖାଇବାକୁ ପସନ୍ଦ କରିଥାଆନ୍ତି। ବେଳେ ବେଳେ ରୁଟି ଅଧିକ ହୋଇଗଲେ ବଳକା ରହିଯାଏ। ଯାହାକୁ ଅଧିକାଂଶ ଲୋକେ ଫିଙ୍ଗି ଦେଇଥାଆନ୍ତି କିମ୍ବା କୁକୁର ,ଗୋରୁକୁ ଖାଇବାକୁ ଦେଉଥାଆନ୍ତି। ବାସି ରୁଟିରୁ ଅଧିକାଂଶ ଲୋକେ ଖାଇବାକୁ ନାକ ଟେକି ଥାଆନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବାସି ରୁଟି ଶରୀରର ପାଇଁ ଅଧିକ ଭଲ। ଏଥିରେ ଥିବା ଭିଟାମିନ୍, ଫାଇବର, ଆଇରନ୍ , କ୍ୟାଲସିୟମ୍ ଓ କାର୍ବୋହାଇଡ୍ରେଟ୍ସ ଭଳି ଜରୁରୀ ପୋଷକ ତତ୍ତ୍ବ ପ୍ରଚୁର ମାତ୍ରାରେ ରହିଥାଏ। ତେବେ, ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ବାରା ଶରୀରକୁ କଣ ସବୁ ଫାଇଦା ମିଳିଥାଏ।

1/7

ଯେଉଁ ବ୍ୟକ୍ତିମାନେ ଡାଇବେଟିସ୍ ରୋଗରେ ପିଡି଼ତ ସେମାନଙ୍କ ପାଇଁ ବାସିରୁଟି ରାମବାଣ। ଯେଉଁ ଲୋକମାନଙ୍କର ମଧୁମେହ ଡାଇବେଟିସ୍ ଅଛି। ସେମାନେ ସକାଳେ ବାସି ରୁଟି ସହ କ୍ଷୀର ଖାଇଲେ ଜବରଦସ୍ତ ଫାଇଦା ମିଳିବା। ବ୍ଲଡ୍ ସୁଗାର୍ ଲେବଲ୍ କଣ୍ଟ୍ରୋଲ୍ ହେବ। 

ALSO READ: Leftover Rice Benefits: ବାସିଭାତ ଖାଇଲେ ଶରୀରକୁ ମିଳେ ଏହିସବୁ ଲାଭ,ଦୂର ହୁଏ ଏହିସବୁ ରୋଗ!

ALSO READ: Guru Aditya Yog 2025: ରଜ ସଂକ୍ରାନ୍ତିରେ ପଡୁଛି ଗୁରୁ ଆଦିତ୍ୟ ଯୋଗ, ୫ରାଶିଙ୍କ ବ୍ୟାଙ୍କ୍ ଆକାଉଣ୍ଟ ହେବ ଫୁଲ୍!

2/7

ଏସିଡ଼ିଟି ବା ପେଟ ସମ୍ବନ୍ଧୀୟ କୌଣସି ସମସ୍ଯା ରହିଛି ସକାଳେ କ୍ଷୀର ସହ ବାସି ରୁଟି ଖାଆନ୍ତୁ। ଏହା ଦ୍ବାରା ଏସିଡ଼ିଟି,ପେଟ ଜଳାଇବା ଏଥି ସହ ପେଟ ସମ୍ବନ୍ଧୀୟ ଅନେକ ସମସ୍ଯାରୁ ମୁକ୍ତି ମିଳିବ।

 

3/7

ବାସି ରୁଟି ଖାଇବା ଦ୍ବାରା ରକ୍ତଚାପ ବା ବ୍ଲଡ଼ବପ୍ରେସର ନିୟନ୍ତ୍ରିତ ରହିଥାଏ। ସକାଳେ ବାସି ରୁଟିକୁ ଥଣ୍ଡା କ୍ଷୀର ସହ ଖାଆନ୍ତୁ ଦେଖିବେ ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିବ।

 

4/7

ବାସି ରୁଟିରେ ଥିବା ଡାଏଟାରୀ ଫାଇବର୍ ଲମ୍ବା ସମୟ ଯାଏଁ ପେଟ ଭର୍ତ୍ତି ହେଲା ପରି ଅନୁଭବ କରାଏ। ଫଳରେ ଏତେ ଜଲଦି ଭୋକ ଲାଗେ ନାହିଁ। ଫଳରେ ଓଜନ ନିୟନ୍ତ୍ରଣରେ ରହିଥାଏ। 

 

5/7

ବାସି ରୁଟିରେ ଥିବା ପ୍ରୋବାୟୋଟିକ୍ସ ଶରୀରର ଇମ୍ୟୁନିଟି ସିଷ୍ଟମକୁ ମଜବୁତ୍ କରେ। ଯାହା ସଂକ୍ରମଣ ଓ ବିଭିନ୍ନ ରୋଗରୁ ସୁରକ୍ଷା ଦିଏ। 

 

6/7

ବାସି ରୁଟିରେ ପ୍ରଚୁର ମାତ୍ରାରେ ଆଇରନ୍ ଥାଏ। ଯାହା ଶରୀରରେ ରକ୍ତର ଅଭାବ ପୂରଣ କରେ। 

 

7/7

ବାସି ରୁଟିରେ କ୍ୟାଲେସିୟମ୍ ଥିବାରୁ ହାଡ ଓ ଦାନ୍ତ ମଜବୁତ୍ କରିବାରେ ସହାୟକ ହୁଏ।  ବାସିରୁଟିରେ ପ୍ରଚୁର କାର୍ବୋହାଇଡ୍ରେଟ୍ ଥିବାରୁ ଏହା ଆପଣଙ୍କୁ ଦିନସାରା ଆକ୍ଟିଭ ରଖିବାରେ ସହାୟକ ହୁଏ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)

 

;