Advertisement
Photo Details/zeeodisha/odisha2819909
photoDetails0hindi

July Grah Gochar 2025: ଜୁଲାଇରେ ୪ ବଡ଼ ଗ୍ରହଙ୍କ ଚଳନ,ଆରମ୍ଭ ହେବ ଶୁଭ ସମୟ ସହ ଟଙ୍କା ଗଦିରେ ଶୋଇବେ ଏହି ୫ ରାଶି!

July Grah Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଜୁଲାଇରେ ଏକାଧିକ ବଡ଼ ଗ୍ରହ ଶନି, ବୃହସ୍ପତି, ସୂର୍ଯ୍ୟ ଓ ବୁଧ ନିଜ ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବୃହସ୍ପତି ମିଥୁନ ରାଶିରେ ଜୁଲାଇ ୯ ରାତି ୧୦ଟା ୫୦ ମିନିଟ୍ ସମୟରେ ଉଦୟ ହେବାକୁ ଯାଉଛନ୍ତି। ସେହିକ୍ରମରେ ସୂର୍ଯ୍ୟ ଜୁଲାଇ ୧୬ ରେ ୫ଟା ୧୭ ମିନିଟ୍ ସମୟରେ କର୍କଟ ରାଶିରେ ପ୍ରବେଶ କରିବାକୁ ଥିବା ବେଳେ ଜୁଲାଇ ୧୮ରେ ବୁଧ ସେହି ରାଶିକୁ ଓଲଟା ଚଳନ କରିବେ। ଶନି ମଧ୍ୟ ମୀନରାଶିରେ ଓଲଟା ଚଳନ କରିବେ। ଏହିସବୁ ରାଶିଙ୍କ ଚଳନ ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଯୋଗ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ। ଯଦି ଜାତକରେ ଶନି-ବୃହସ୍ପତି, ସୂର୍ଯ୍ୟ ଓ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।....

1/5

ମିଥୁନ:-ଏହି ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ।  ବିଶେଷକରି,ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏ-କ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। କଠିନ ପରିଶ୍ରମର ଫଳ ପାଇବେ।  ବରିଷ୍ଠ ଅଧିକାରୀଙ୍କ ପ୍ରିୟ ପାତ୍ର ହେବ। ଯେଉଁମାନେ, ଦିର୍ଘ ଦିନ ଧରି ନୂଆ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ନୂଆ ନିଯୁକ୍ତି ମିଳିବ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେବେ।  ପରିବାରରେ ହୋଇଥିବା ମନୋମାଳିନ୍ୟ ଦୂର ହେବ।  ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।

ALSO READ: Odisha Weather Report: ଶକ୍ତିଶାଳୀ ହେଉଛି ଲଘୁଚାପ!ପ୍ରଭାବରେ ଏହିସବୁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

2/5

ସିଂହ:-  ୪ ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି, ପରିବାର ଭିତରେ ହୋଇଥିବା ସମସ୍ୟା ଦୂର ହେବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇବ। ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ।  ପ୍ରେମ ସମ୍ପର୍କରେ ଥିବା ଲୋକେ ନିଜ ସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରା ହେବ। ସିଙ୍ଗଲ୍ ଥିବା ବ୍ୟକ୍ତି ବିଶେଷମାନେ ନୂଆ ପ୍ରେମ ସମ୍ପର୍କରେ ଆସିବେ। 

3/5

ମିଥୁନ:-ଏହି ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ।  ବିଶେଷକରି,ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏ-କ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। କଠିନ ପରିଶ୍ରମର ଫଳ ପାଇବେ।  ବରିଷ୍ଠ ଅଧିକାରୀଙ୍କ ପ୍ରିୟ ପାତ୍ର ହେବ। ଯେଉଁମାନେ, ଦିର୍ଘ ଦିନ ଧରି ନୂଆ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ନୂଆ ନିଯୁକ୍ତି ମିଳିବ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେବେ।  ପରିବାରରେ ହୋଇଥିବା ମନୋମାଳିନ୍ୟ ଦୂର ହେବ।  ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।

4/5

ବିଛା:-ଏହି ଦୁର୍ଲଭ ଯୋଗ ବିଛାରାଶିଙ୍କୁ ମାଲାମାଲ୍ କରିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ପାଇବେ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି। ସେମାନେ, ନିଜ ସାଥୀଙ୍କୁ ବିବାହ କରିବେ। ପାର୍ଟନର ସିପ୍ ରେ ଚାଲିଥିବା ବ୍ୟବସାୟରୁ ଭଲ ଲାଭ ମିଳିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଶାରୀରକ ସୁସ୍ଥତାରେ ଉନ୍ନତି ଆସିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ବୈବାହିତ ଜୀବନ ସୁଖମୟ ହେବ। 

 

5/5

କୁମ୍ଭ:-୪ ବଡ଼ ଗ୍ରହଙ୍କ ଶୁଭ ଦୃଷ୍ଟି ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି, ଆର୍ଥିକ ସ୍ଥିତି ଭଲ ରହିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ଲାଗି ସମୟ ଖାସ୍ ରହିବ। ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଲୋକେ କର୍ମକ୍ଷେତ୍ରରୁ ପଦୋନ୍ନତି ପାଇବେ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ପୁରୁଣା ବିନିଯୋଗରୁ ଭଲ ଲାଭ ପାଇବେ। ଲଟେରୀରୁ ଲାଭବାନ୍ ହେବେ। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତି ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;