Advertisement
Photo Details/zeeodisha/odisha2769554
photoDetails0hindi

June 2025 Grah Gochar: ଜୁନ୍ ରେ ତିନି ବଡ ଗ୍ରହଙ୍କ ଗୋଚର, ଫିଟିବ ୫ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ


June 2025 Grah Gochar: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ  ଆସନ୍ତା ଜୁନ୍ ମାସରେ  ସୂର୍ଯ୍ୟ, ବୁଧ, ମଙ୍ଗଳ ଗ୍ରହ ସେମାନଙ୍କର ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ। ଯଦି ଜାତକରେ ବୁଧ, ମଙ୍ଗଳ ଓ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବା ସହ କ୍ୟାରିୟରରେ ଅଗ୍ରଗତି କରିଥାଏ। ତେବେ, ଆସନ୍ତୁ ଜାଣିବା ଜୁନ୍ ମାସ କେଉଁ ସବୁ ରାଶିଙ୍କ ଭାଗ୍ୟ ଫିଟାଇବାକୁ ଯାଉଛି।...

1/5

କର୍କଟ: ତିନି ଗ୍ରହଙ୍କ ରାଶି ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ।  ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ଦିର୍ଘ ଦିନର ଆଶା ପୂରା ହେବ। ବ୍ୟବସାୟରେ ବଡ଼ ଡିଲ୍ ପାଇନାଲ୍ ହେବ।  ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଘରେ ହୋଇଥିବା ପାରିବାରିକ ସମସ୍ୟାର ସମାଧାନ ହେବ। ଗୃହରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହବେ। ଲାଗି ରହିଥିବା ଜମିବାଡି ବିବାଦର ଅନ୍ତ ଘଟିବ।  ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ: Budh Guru Yog 2025: ୧୦୦ ବର୍ଷ ପରେ ବୁଧ-ଗୁରୁଙ୍କ ଦୁର୍ଲଭ ଯୋଗ, ୫ରାଶିଙ୍କ ଉପରେ ହେବ ଧନବର୍ଷା!

ALSO READ: Odisha Weather Update: ଆସୁଛି ବଡ଼ ଲଘୁଚାପ! ପ୍ରଭାବରେ ବିଜୁଳି ଘଡ଼଼ଘଡି଼ ସହ ୧୨ ଜିଲ୍ଲାରେ ପ୍ରବଳ ବର୍ଷା

2/5

କନ୍ୟା: ତିନି ଗ୍ରହଙ୍କ ରାଶି ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ନୂଆ ଘର ଓ ଗାଡି କିଣିବାର ସ୍ବପ୍ନ ସାକାର ହେବ। କିନ୍ତୁ କୌଣସି ନୂତନ ବ୍ୟବସାୟ  ଆରମ୍ଭ କରନ୍ତୁ ନାହିଁ। ନଚେତ୍ ପ୍ରଚୁର କ୍ଷତି ସହିବେ। ବ୍ୟବସାୟରେ ଅଗ୍ରଗତି କରିବେ। ଦୂରଯାତ୍ରା ସମୟରେ ସତର୍କ ରୁହନ୍ତୁ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ସେମାନେ ଏହି ସମୟରେ ଶୁଭଫଳ ପାଇବେ।  ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ନିଜ ସାଥୀଙ୍କ ସହିତ ଡେଟ୍ ରେ ଯିବେ। ଦାମୀ ଉପହାର ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। 

3/5

ତୁଳା: ସୂର୍ଯ୍ୟ-ମଙ୍ଗଳ-ବୁଧଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବାର ଯୋଗ ରହିଛି। କ୍ୟାରିୟର ଦୃଷ୍ଟି କୋଣରୁ ସମୟ ଖାସ୍ ରହିବ। ବିଦେଶ ଯାତ୍ରା ର ଯୋଗ ରହିଛି । ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ। କଳା, ସାହିତ୍ୟ, ସାମ୍ବାଦିକତା ଓ ଅନଲାଇନ୍ କାରବାର କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହିଛି। ପୁରୁଣା ବିନିଯୋଗରୁ ଲାଭ ପାଇବେ। ନିଜ-ପତ୍ନୀଙ୍କ ପାଇଁ ମଧ୍ୟ ଦାମୀ ଉପହାର(ସୁନା ଅଳଙ୍କାର) କ୍ରୟ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

4/5

କୁମ୍ଭ: ସୂର୍ଯ୍ୟ-ମଙ୍ଗଳ-ବୁଧଙ୍କ ଆର୍ଶିବାଦରୁ  ଏହି ରାଶିଙ୍କ ଭାଗ୍ୟ ବଦଳିବ। ଆର୍ଥିକ ଲାଭ ମିଳିବ। ବିଶେଷକରି, ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ସମ୍ପୁର୍ଣ୍ଣ ସାଥ୍ ଦେବ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଦେଖି ପ୍ରଂଶାସ କରିବା ସହ ସମ୍ମାନୀତ ହେବେ।  ଆୟର ଉତ୍ସ ବୃଦ୍ଧି ପାଇବ। ଦିର୍ଘ ଦିନ ଧରି, ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କୌଣସି ଶୁଭ କାର୍ଯ୍ୟ ପାଇଁ ଖର୍ଚ୍ଚାନ୍ତ ହେବେ। ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। 

 

5/5

ଧନୁ: ତିନି ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶନିଙ୍କ ଧୌୟା ଚାଲିଥିବା ସତ୍ତ୍ବେ ଭାଗ୍ୟ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସାଥ୍ ଦେବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବା ସହ ଆୟରେ ବୃଦ୍ଧି ଘଟିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଧାର୍ମିକ କାର୍ଯ୍ୟ କଳାପରେ ସମୟ ଅତିବାହିତ କରିବେ। ନିଜ ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ହୋଇଥିବା ମନମାଳିନ୍ୟ ଦୂର ହେବ। ପିତାମାତାଙ୍କ ସହ ଧାର୍ମିକ ଯାତ୍ରା କରିବେ। ପୌତୃକ ସମ୍ପତ୍ତିରୁ ଲାଭ ମିଳିବ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିବ। ଯେଉଁମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି, ସେମାନଙ୍କ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ଲାଭ ପାଇବେ।  

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;