Ketu Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ କେତୁ ଜୁଲାଇ ୬ ତାରିଖ ଦିନ ୨ଟା ୧୦ ମିନିଟ୍ ସମୟରେ ପୂର୍ବ-ଫାଲଗୁନି ନକ୍ଷତ୍ରକୁ ଚଳନ କରିବେ। ଛାୟାଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି, ଜାତକରେ କେତୁଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ,ବ୍ୟକ୍ତି ଜୀବନରେ ଅଗ୍ରଗତି କରିଥାଏ। ତେବେ,ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଜୁଲାଇ ମାସରେ କେତୁ ବଦଳାଇବାକୁ ଯାଉଛନ୍ତି।....
ବୃଷ: କେତୁଙ୍କ ନକ୍ଷତ୍ର ଚଳନ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। କଳା, ସାହିତ୍ୟ, ସାମ୍ବାଦିକତା ଓ କ୍ରୀଡା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଖାସ୍ ରହିଛି। ଏହି ସମୟରେ କୌଣସି ସଭା ସମତିରେ ସମ୍ମାନୀତ ହେବେ। ମହିଳା କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିବ। ଚେଷ୍ଟା ଜାରି ରଖନ୍ତୁ ,ସଫଳତା ନିଶ୍ଟୟ ପାଇବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ପ୍ରଚୁର ଲାଭ ପାଇବେ।
ତୁଳା: କେତୁଙ୍କ ଆର୍ଶିବାଦ ଏହି ରାଶି ଉପରେ ରହିବ। ବିଦେଶରେ ଚାଲିଥିବା ବାଣିଜ୍ୟ ବ୍ୟବସାୟରୁ ଆଶାତିତ ଲାଭ ପାଇବେ। ପୈତୃକ ସମ୍ପତ୍ତିରୁ ଅଧିକ ଭାଗ ପାଇବେ। ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଏ-ହି ସମୟରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖାସ୍ ରହିବ। ସେମାନଙ୍କ ଆଶା ପୂରା ହେବ। ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଥିବା ଲୋକେ ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ରେଜଲ୍ଚ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
କୁମ୍ଭ: କେତୁଙ୍କ ନକ୍ଷତ୍ର ଚଳନ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି, ଆର୍ଥିକ ସ୍ଥିତି ବଦଳିବ। ମେଡିକାଲ୍, ରିସର୍ଚ୍ଚ,ସାମ୍ବାଦିକତା ଓ କଳା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପଦୋନ୍ନତି ହେବା ସହ ଦରମା ବଢିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବା। ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବ। ନିଜ ସନ୍ତାନଙ୍କ ଠାରୁ ଶୁଭ ଖବର ମିଳିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ଠାରୁ ସମର୍ଥନ ମିଳିବ। ଦୂରଯାତ୍ରାର ଯୋଗ ରହିଛି । ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ। ନୂଆ ଗାଡି ଓ ଘର କିଣିବାର ସ୍ବପ୍ନ ସାକାର ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़