Advertisement
Photo Details/zeeodisha/odisha2671974
photoDetails0hindi

Saptgrahi Yog 2025: ୧୦୦ ବର୍ଷ ପରେ ସପ୍ତଗ୍ରାହୀ ଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବର୍ଷ ସାରା ହେବ ଟଙ୍କା ବର୍ଷା!

Saptgrahi Yog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ନ୍ୟାୟର ଦେବତା ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ମାର୍ଚ୍ଚ ୨୯ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ କୁମ୍ଭ ରାଶିକୁ ଚଳନ କରିବେ। ଦିର୍ଘ ୧୦୦ ବର୍ଷ ପରେ ଶନିଙ୍କ କୁମ୍ଭ ରାଶିକୁ ଚଳନ ସପ୍ତଗ୍ରାହୀ ଯୋଗ ସୃଷ୍ଟି କରୁଛି। ଏହି ଯୋଗ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ । ତେବେ, ବ୍ୟକ୍ତି ଜୀବନରେ ଅମାପ ଧନ-ସମ୍ପତ୍ତିର ଅଧିକାରୀ ହେବା ସହିତ ପ୍ରତ୍ୟକ କ୍ଷେତ୍ରରେ ସଫଳତା ହାସଲ କରିଥାଏ। ତେବେ, ଆସନ୍ତୁ ଜାଣିବା ସପ୍ତଗ୍ରାହୀ ଯୋଗ କେଉଁ ସବୁ ରାଶିଙ୍କୁ ମାଲାମାଲ୍ କରିବାକୁ ଯାଉଛି।....

1/5

କର୍କଟ: ସପ୍ତଗ୍ରାହୀ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବା। ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଚାକିରିରେ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ବ୍ୟାଙ୍କ୍ ବାଲାନ୍ସ ବଢିବ।  ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ପଡି଼ ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। ବିଦେଶ ଯିବାର ଆଶା ପୂରା ହେବ। ବନ୍ଧୁ ବାନ୍ଧବ ଓ ପରିବାର ଲୋକଙ୍କ ସହ ହୋଇଥିବା ବିବାଦର ଅନ୍ତ ଘଟିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଭଲ ରେଜଲ୍ଟ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବ। 

ALSO READ: Budh Vakri 2025: ମାର୍ଚ୍ଚ ୧୫ ରେ ବକ୍ରି ହେବେ ବୁଧ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

ALSO READ: Today Horoscope: ଆଜି ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

 

2/5

କନ୍ୟା: ସପ୍ତଗ୍ରାହୀ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଏହି ସମୟ ମଧ୍ୟରେ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ଯେଉଁମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟ କରିବ ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ବିଦେଶରେ ବ୍ୟବସାୟ କଲେ ଭଲ ଦ୍ବି-ପଇସା ଲାଭ ପାଇବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଭଲ ଲାଭ ମିଳିବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଏ-ହି ସମୟରେ ନିଜ ପରିବାର ସହିତ ଦୂରଯାତ୍ରା କରିବେ। ପ୍ରେମୀ ମାନଙ୍କ ପାଇଁ ସମୟ ଖାସ୍ ରହିବ। ଏ-ହି ସମୟରେ ନିଜ ସାଥୀଙ୍କ ସହିତ ଦୂରଯାତ୍ରା କରିବା ସହିତ ଦାମୀ ଉପହାର ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

3/5

ମିଥୁନ: ସପ୍ତଗ୍ରାହୀ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ କୌଣସି ଏକ ଭଲ ସଂସ୍ଥାରୁ ଚାକିରି ଅଫର ମିଳିବ।  ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ବିଦେଶରେ ପାଠ ପଢିବା ପାଇଁ ଆଶା କରିଥିବା ଛାତ୍ରାଛାତ୍ରୀଙ୍କ ଇଚ୍ଛା ପୂରା ହେବ। କଠିନ ପରିଶ୍ରମର ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। 

 

4/5

ସିଂହ: ସପ୍ତଗ୍ରାହୀ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ଦିର୍ଘ ଦିନ ଧରି, କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ତାରିଫ୍ କରିବେ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଚା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିଛି। ଚେଷ୍ଟା ଜାରି ରଖନ୍ତୁ,ସଫଳତା ନିଶ୍ଚୟ ପାଇବେ। ପୁଞ୍ଚି ନିବେଶ ପାଇଁ ସମୟ ଶୁଭ ରହିବ। ଏ-ହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ। ନିଜ ପିତାମାତାଙ୍କ ସହ ଧାର୍ମିକ ଯାତ୍ରା କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ଏ-ହି ସମୟରେ ନିଜ ମନ ପସନ୍ଦର ସାଥୀଙ୍କ ସହିତ ବିବାହ ହେବ। ନୂଆ ଘର କିଣିବାର ଆଶା ପୂରଣ ହେବ।

 

5/5

ବିଛା: ସପ୍ତଗ୍ରାହୀ ଯୋଗ ଏହି ରାଶିକୁ ଧନବାନ୍ କରାଇବ। ଏହି ସମୟ ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ। ବ୍ୟବସାୟୀମାନେ ଅଗ୍ରଗତି କରିବେ। ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ।  ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବେ। କର୍ମକ୍ଷେତ୍ରରେ ଲାଗିରହିଥିବା ବିବାଦର ଅନ୍ତ ଘଟିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନେ କୌଣସି ଏକ ଭଲ କମ୍ପାନୀରୁ ଚାକିରି ଅଫର ପାଇବେ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ଡେଟ୍-ରେ ଯିବେ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିଛି। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;