Advertisement
Photo Details/zeeodisha/odisha2837814
photoDetails0hindi

Sawan First Somwar 2025: ଶ୍ରାବଣର ପ୍ରଥମ ସୋମବାରରେ ପଡୁଛି ଶୁଭଯୋଗ, ଫିଟିବ ୫ ରାଶିଙ୍କ ଭାଗ୍ୟ, ମାଲାମାଲ୍ ହେବା ସହ...

Sawan First Somwar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଏହି କ୍ରମରେ  ଜୁଲାଇ ୧୧ ତାରିଖ ଠାରୁ  ଆରମ୍ଭ ହୋଇଛି ଶ୍ରାବଣ ମାସ। ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର। ମନ, ନାରୀ, ଭୈତିକ ସୁଖର କାରକ ଚନ୍ଦ୍ର ଜୁଲାଇ ୧୪ ତାରିଖ ସକାଳ ୬ଟା ୪୮ ମିନିଟ୍ ସମୟରେ ଧନିଷ୍ଠ ନକ୍ଷତ୍ର ଛାଡି ଶତାବିଷ ନକ୍ଷତ୍ରକୁ ଗୋଚର କରିବେ। ଶ୍ରାବଣର ପ୍ରଥମ ସୋମବାରରେ ଚନ୍ଦ୍ରଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଶ୍ରାବଣ ଶୁଭଯୋଗ ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଶ୍ରାବଣର ଏହି ଶୁଭଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଯଦି ଜାତକରେ ଚନ୍ଦ୍ରଙ୍କ ସ୍ଥିତି ଭଲ ଥାଏ। ତେବେ,ବ୍ୟକ୍ତି ଭୌତିକ ସୁଖର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଶ୍ରାବଣର ପ୍ରଥମ ସୋମବାର କେଉଁ ରାଶିଙ୍କ ଭାଗ୍ୟ ଚମକାଇବ। ....

1/3

ମେଷ: ଶ୍ରାବଣର ପ୍ରଥମ ସୋମବାରରେ ପଡୁଥିବା ଏହି ଶୁଭଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ପରିବାରରେ ହୋଇଥିବା ଅଶାନ୍ତି ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଚେଷ୍ଟା ଜାରି ରଖନ୍ତୁ ,ସଫଳତା ପାଇବେ।  ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ଯେଉଁମାନେ, ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ।  ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ଲାଭ ପାଇବେ। ବୈବାହିତ ଜୀବନ ସୁଖମୟ ହେବ। ଧାର-କରଜ ଟଙ୍କା ସୁଝିବାରେ ସକ୍ଷମ ହେବେ। ଶରୀରରେ ଉନ୍ନତି ଆସିବ। 

ALSO READ:  Rain Update In Odisha: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା!

2/3

ତୁଳା: ଶ୍ରାବଣରେ ପ୍ରଥମ ସୋମବାରରେ ପଡୁଥିବା ଏହି ଶୁଭଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ।  ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ।  ପରିବାର ସହ ଦୂର ଯାତ୍ରା କରିବେ। ପାର୍ଟନର ସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ଆଶା ପୂରା ହେବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମନ ଭଲ ରହିବ ନାହିଁ। ନୂଆ ଗାଡି଼ ଓ ଘର କିଣିବାର ସ୍ବପ୍ନ ସାକାର ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।  

3/3

କୁମ୍ଭ:ଶ୍ରାବଣର ପ୍ରଥମ ସୋମବାରରେ ପଡୁଥିବା ଏହି ଶୁଭଯୋଗ ଏହି ରାଶିଙ୍କ ଭାଗ୍ୟ ଫିଟାଇବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟୀମାନ ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ,ନୂଆ କରି ବିବାହ କରିଛନ୍ତି। ସେମାନେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି,ସେମାନେ ନିଜ ସାଥୀଙ୍କ ସହ ହୋଇଥିବା ମନୋମାଳିନ୍ୟକୁ ଦୂର କରିବାରେ ସହାୟକ ହେବେ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

 

;