Advertisement
Photo Details/zeeodisha/odisha2676662
photoDetails0hindi

Shani Gochar 2025: ମାର୍ଚ୍ଚ ୨୯ ରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ହେବ ଟଙ୍କା ବର୍ଷା ସହ ଆରମ୍ଭ ହେବ ଶୁଭଦିନ

Shani Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନି ମାର୍ଚ୍ଚ ୨୯  ତାରିଖ ସକାଳ ୬ଟା ୪୦ ମିନିଟ୍  ସମୟରେ କୁମ୍ଭ ରାଶିରୁ ବାହାରି ମୀନ ରାଶିକୁ ଚଳନ କରିବେ। ଶନିଙ୍କ ଏହି ଶୁଭ ଚଳନ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ସମସ୍ତ ଐଶ୍ବର୍ଯ୍ୟ ପ୍ରାପ୍ତ କରିଥାଏ। ଏବଂ ଅକାଳ ଦୁର୍ଘଟଣାରୁ ରକ୍ଷା ପାଇଥାଏ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଚଳନ କେଉଁ ସବୁ ରାଶିର ଭାଗ୍ୟ ଚମକାଇବ।...

1/3

କର୍କଟ:  ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏ-ହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି, ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଭଲ କମ୍ପାନୀରୁ ଚାକିରି ଅଫର ପାଇବେ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। ନିଜ-ପରିବାର ସହ ଭଲ ସମୟ ଅତିବାହିତ କରିବେ। ପୁରୁଣା ସମସ୍ୟାରୁ ମୁକ୍ତି ମିଳିବ।  ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ଦମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ।

ALSO READ: Today Horoscope: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ALSO READ: Weekly Special Horoscope: ମାର୍ଚ୍ଚର ଦ୍ବିତୀୟ ସପ୍ତାହ; କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ, ଜାଣନ୍ତୁ?

 

2/3

ବିଛା: ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଜୀବନରେ କୌଣସି ପ୍ରକାର ସକରାତ୍ମକ ପରିବର୍ତ୍ତନ ଆସିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ।  ଯେଉଁମାନେ ଦିର୍ଘ ଦିନ ଧରି ବିଦେଶରେ ବାଣିଜ୍ୟ-ବ୍ୟବସାୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ପାଇବେ। ପାର୍ଟନର ସିପ୍- ରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଟଙ୍କା କମାଇବେ। ପୁରୁଣା ବିନିଯୋଗ ମାଲାମାଲ୍ କରିବ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। ଚାକିରିଆମାନଙ୍କ ପାଇଁ ସମୟ ଶୁଭ ରହିବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବ। ବ୍ୟାଙ୍କ୍ ବାଲାନ୍ସ ବଢିବ।

 

3/3

କୁମ୍ଭ: ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। କର୍ମକ୍ଷତ୍ରରୁ ବଡ଼ ଦାୟିତ୍ବ ମିଳିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନେ ଚେଷ୍ଚା ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କ ଠାରୁ ଆଗରେ ରହିବ। କାରବାରରେ ବୃଦ୍ଧି ହେବ। ବାକି-ପଡିଥିବା ଟଙ୍କାକୁ ପାଇବାରେ ସକ୍ଷମ ହେବେ। ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ ପାଇବେ।  ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ସମସ୍ତ କାର୍ଯ୍ୟ କରିବା ପାଇଁ ଆତ୍ମ ବିଶ୍ବାସ ବୃଦ୍ଧି ହେବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;