Advertisement
Photo Details/zeeodisha/odisha2756888
photoDetails0hindi

Shani Gochar 2025: ଶନି ଅମାବାସ୍ୟାରେ ଫିଟିବ ୫ରାଶିଙ୍କ ଭାଗ୍ୟ,ବର୍ଷସାରା ଟଙ୍କା ବର୍ଷା କରିବେ ନ୍ୟାୟର ଦେବତା!

Shani Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ନ୍ୟାୟର ଦେବତା ଶନିଦେବ ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଅଛନ୍ତି। ହେଲେ ମେ'୨୯ ତାରିଖ ଶନି ଅମାବାସ୍ୟା ଦିନ ସକାଳ ୬ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ଓଲଟା ଚଳନ କରିବେ। ଶନି ଅମାବାସ୍ୟା ଦିନ ଶନିଙ୍କ ଏହି ଓଲଟା ଚଳନ କିଛି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୀ ହେବା ସହିତ ଆକସ୍ମିକ ଦୁର୍ଘଟଣାରୁ ମୁକ୍ତି ପାଇଥାଏ। ତେବେ, ଆସନ୍ତୁ ଜାଣିବା ଶନିଙ୍କ କୃପାରୁ କେଉଁ ସବୁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।....

1/5

ବୃଷ: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ବିଶେଷକରି,ଆର୍ଥିକ ସ୍ଥିତିରୁ ମୁକ୍ତି ମିଳିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି। ସେମାନେ ଚେଷ୍ଟା ଜାରି ରଖନ୍ତୁ,ସଫଳତା ନିଶ୍ଚୟ ପାଇବେ। ଦିର୍ଘ ଦିନ ଧରି ପଡିରହିଥିବା କାର୍ଯ୍ୟକୁ ସୁରୁଖୁରୁ ରେ ଶେଷ କରିବାକୁ ସମର୍ଥ ହେବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନକୂଳ ରହିଛି।  ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। କାରବାରରେ ବୃଦ୍ଧି ହେବ। ଅବିବାହିତଙ୍କ ବିବାହ ଯୋଗଫିଟିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।  

ALSO READ: Cyclone Shakti: ମେ'ମାସରେ ଓଡି଼ଶାକୁ ବାତ୍ୟା ଭୟ! ଏହିଦିନ ଲ୍ୟାଣ୍ତଫଲ୍ କରିବ ସାମ୍ଭାବ୍ୟ ବାତ୍ୟା 'ଶକ୍ତି';ଏହିସବୁ ସ୍ଥାନକୁ ଆଲର୍ଟ ଜାରି

ALSO READ: Today Horoscope: ଏହି ରାଶିଙ୍କ ପାଇଁ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

2/5

ମିଥୁନ: ଶନିଙ୍କ ଓଲଟା ଚଳନ ଏ-ହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ପାଇବେ। ଆୟରେ ବୃଦ୍ଧି ଘଟିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ନୂଆ ଘର ଓ ଗାଡି଼ କିଣିବାରେ ସ୍ବପ୍ନ ସାକାର ହେବ। ବିଦେଶରେ ଉଚ୍ଚ ଶିକ୍ଷା ପାଇବା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରା ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଘରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

3/5

ତୁଳା: ଶନିଙ୍କ ଓଲଟା ଚଳନ ଏହି ରାଶିଙ୍କୁ ମାଲାମାଲ୍ କରିବ। ଦିର୍ଘ ଦିନ ଧରି ଲାଗି ରହିଥିବା ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନିଜ ସାଥୀଙ୍କ  ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ଯଦି,କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି। ଏହି ସମୟରେ ଆରମ୍ଭ କରନ୍ତୁ । କମ୍ପିଟେଟିଭ୍ ଏ-କଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ଭଲ ରେଜଲ୍ଟ କରିବେ। କ୍ୟାରିୟରକୁ ନେଇ କୌଣସି ଏକ ପ୍ରକାର ବଡ଼ ନିସ୍ପତ୍ତି ନେବାକୁ ପଡିପାରେ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳ  ଯାତ୍ରା କରିବେ। କଳା, ସାହିତ୍ୟ, ବିଜ୍ଞାନ, ମନୋରଂଜନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି କୌଣସି ସଭା ସମିତିରେ ସମ୍ମାନୀତ ହେବେ। 

 

4/5

ମକର: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ।  କର୍ମକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ନୂଆ ଘର ଓ ଗାଡି଼ କିଣିବାରେ ସ୍ବପ୍ନ ସାକାର ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ବ୍ୟବସାୟୀମାନେ ବ୍ୟବସାୟରୁ ମୋଟା ଅଙ୍କର ଲାଭ ପାଇବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି,ସେମାନଙ୍କୁ କୌଣସି ଏକ ସ୍ଥାନରୁ ଭଲ ଚାକିରି ମିଳିବ। ଭାଇଭଉଣୀଙ୍କ ସହ ସମ୍ପର୍କ ଅଧିକ ମଜବୁତ୍ ହେବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ମନୋ ମାଳିନ୍ୟ ଦୂର ହେବ। ନିଜ ସ୍ତ୍ରୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ। ସେୟାର ମାର୍କେଟ୍ ରୁ ଲାଭ ପାଇବେ। ପୌତୃକ ସମ୍ପତ୍ତିରୁ ଅଧିକ ଭାଗ ପାଇବେ। ସମ୍ପର୍କୀୟଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ।  

 

5/5

ବିଛା:ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ବିଶେଷକରି, ଚାକିରିଆ ଓ ବ୍ୟବସାୟୀଙ୍କ ଭାଗ୍ୟ ଉଜ୍ଜଳ କରିବ।  କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଯେଉଁମାନେ, ସାମ୍ବାଦିକତା, କଳା, ସାହିତ୍ୟ ଓ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତ ସେମାନଙ୍କୁ କୌଣସି ଏକ ସଭା ସମିତିରେ ସମ୍ମାନୀତ କରାଯିବ।  ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନିଜ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସମର୍ଥ ହେବେ।  ନିଜ ଶତ୍ରୃଙ୍କ ଉପରେ ବିଜୟ ହାସଲ୍ କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନିଜ ସାଥୀଙ୍କ ସହ ସମ୍ପର୍କ ଅଧିକ ମଜବୁତ୍ ହେବ। 

 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)  

;