Shani Margi 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନି ଦିର୍ଘ ୩୦ ବର୍ଷ ପରେ ମୀନ ରାଶିରେ ବିରାଜମାନ ଅଛନ୍ତି। ଆସନ୍ତା ଜୁନ୍ ୧୩ ତାରିଖ ବେଳକୁ ମୀନରେ ଓଲଟା ଚଳନ କରିବେ ଶନିଦେବ। ଶନିଙ୍କ ଏହି ଓଲଟା ଚଳନ କିଛି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି କ୍ୟାରିୟରରେ ଅଗ୍ରଗତି କରିବା ସହିତ ଧନୀ ହୋଇଥାଏ। ଏବଂ ଆକସ୍ମିକ ଦୁର୍ଘଟଣାରୁ ମୁକ୍ତି ପାଇଥାଏ। ତେବେ, ଆସନ୍ତୁ ଜାଣିବା ଶନିଦେବଙ୍କ କୃପାରୁ କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।...
ବୃଷ: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ଲାଭଦାୟୀ ପ୍ରମାଣିତ ହେବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ୍ ସାଥ୍ ଦେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବ। ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା କରିବେ। ପଡି଼ ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ସ୍ବାସ୍ଥ୍ୟ ଭଲ ରହିବା ସହ ପ୍ରେମୀ ମାନଙ୍କ ସହ ସମୟ ଖାସ୍ ରହିବ।
ALSO READ: Odisha Weather Report: ପ୍ରବଳ ବର୍ଷା ସହ ଧୂଳିଝଡ଼ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ; ୬୦ କିମି ବେଗରେ ବହିବ ପବନ
ମିଥୁନ: ଶନିଙ୍କ ଓଲଟା ଚଳନ ଏହି ରାଶିର ଭାଗ୍ୟ ଚମକାଇବ। ଆର୍ଥିକ ସ୍ଥିତି ଭଲ ରହିବ। ନୂଆ ଗାଡି କିଣିବାର ଆଶା ପୂରଣ ହେବ। ବିଶେଷକରି , ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏ-ହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ବିଦେଶରେ ଚାଲିଥିବା ବାଣିଜ୍ୟ- ବ୍ୟବସାୟରୁ ଆଶାତିତ ଲାଭ ପାଇବେ। ପିତାମାତାଙ୍କ ସହ ହୋଇଥିବା ମନମାଳିନ୍ୟ ଦୂର ହେବ। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ କୌଣସି ସଭା ସମିତିରେ ସମ୍ମାନୀତ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବିଛା: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେଶ୍ ଭଲ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ। ବ୍ୟାଙ୍କ୍ ବାଲାନ୍ସ ବଢିବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ। ଯେଉଁମାନେ ରିୟଲି-ଇ-ଷ୍ଟେଟ୍ ବ୍ୟବସାୟ କରୁଛନ୍ତି। ସେମାନଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ଯେଉଁଥିରୁ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ନିଜ ସାଥୀଙ୍କ ସହ ବିବାହ ହେବାର ଯୋଗ ରହିଛି। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ସମୟ ଶୁଭ ରହିବ। ସ୍ବାସ୍ଥ୍ୟ ଭଲ ରହିବ। ନୂଆ ଘର ଓ ଗାଡି଼ କିଣିବାର ଆଶା ପୂରଣ ହେବ।
ତୁଳା: ଶନିଙ୍କ ଓଲଟା ଚଳନ ଏହି ରାଶିର ଭାଗ୍ୟ ଉଦୟ କରିବ। ଉଭୟ ଚାକିରିଆ ଓ ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବ। ଦରମା ବଢିବ। ପୁଞ୍ଜି ବିନିଯୋଗ ପାଇଁ ସମୟ ଭଲ ରହିବ। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ନିଜ ଶତ୍ରୃଙ୍କ ଉପରେ ବିଜୟ ଲାଭ କରିବେ। ପୁରୁଣା ବିନିଯୋଗରୁ ମାଲାମାଲ୍ ହେବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ପାରିବାରରେ ହୋଇଥିବା ଅଶାନ୍ତି ଦୂର ହେବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।
ମକର: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦରୁ ମୁକ୍ତି ମିଳିବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ବିଦେଶ ଯାତ୍ରାର ଯୋଗ ରହିଛି। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ଭଲ ରେଜଲ୍ଚ ମିଳିବ। ବ୍ୟବସାୟୀମାନେ ବ୍ୟବସାୟରୁ ଅଧିକ ଲାଭ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ। ଲଟେରୀରୁ ଲାଭବାନ୍ ହେବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़