Weekly Special Horoscope From 17 To 23 March 2025: ଆରମ୍ଭ ହେବାକୁ ଯାଉଛି ମାର୍ଚ୍ଚ ତୃତୀୟ ସପ୍ତାହ। ଏହି ସପ୍ତାହରେ ବୃହସ୍ପତି ଓ ଚନ୍ଦ୍ରଙ୍କ ମିଳନ ଯୋଗୁଁ ଗଜକେଶରୀ ରାଜଯୋଗ ଏବଂ ଶୁକ୍ର ଓ ବୁଧଙ୍କ ମିଳନ ସହ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେଉଛି। ତେବେ, ଏହି ରାଜଯୋଗ କିଛି ରାଶି ପାଇଁ ବେଶ୍ ଶୁଭଫଳ ପ୍ରଦାନ କରିବାକୁ ଯାଉଥିବା ବେଳେ ଆଉ କିଛି ରାଶିଙ୍କୁ ସତର୍କତାର ସହ ଚଳିବାକୁ ପଡିବ।
ତେବେ, ଆସନ୍ତୁ ଜାଣିବା ଆଗାମୀ ସପ୍ତାହ ୧୨ ରାଶିଙ୍କ ପାଇଁ କିଭଳି ରହିବ। ପଢନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ..
ମେଷ: ନୂଆ ସପ୍ତାହ ଏହି ରାଶି ପାଇଁ ଫଳଦାୟୀ ପ୍ରମାଣିତ ହେବ। ବାଣିଜ୍ୟ ବ୍ୟବସାୟରେ ଲାଭ ବଢିବ। କର୍ମକ୍ଷେତ୍ରରେ ପ୍ରଂଶାସ ସାଉଁଟିବେ। ଆର୍ଥିକ ଦୃଷ୍ଟିକୋଣରୁ ଏ-ହି ସପ୍ତାହ ଭଲ ରହିବ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇବେ। ସପ୍ତାହ ଆରମ୍ଭରୁ କୌଣସି ପ୍ରକାର ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଗୁଡ ନ୍ୟୁଜ୍ ପାଇବେ। ଯୋଜନା ବଦ୍ଧ କାର୍ଯ୍ୟ ଗୁଡିକ ଶେଷ କରିବାରେ ସମର୍ଥ ହେବେ। ଆୟ ବ୍ୟୟ ସମାନ ରହିବ। ବ୍ୟବସାୟୀମାନେ ଦୂରଯାତ୍ରାରୁ ଶୁଭଫଳ ପାଇବେ। ପ୍ରେମୀ ମାନଙ୍କ ପାଇଁ ସପ୍ତାହଟି ଖାସ୍ ରହିବ। ଉତ୍ତମ ବୁଝାବଣା ହେବା ସହ ପରପ୍ପର ଭିତରେ ଭଲ ପାଇବା ବଢିବ। ସ୍ବାସ୍ଥ୍ୟବସ୍ଥା ମଧ୍ୟ ଭଲ ରହିବ।
ALSO READ: ସମୁଦ୍ର କୂଳରୁ ଭାଇରାଲ୍ ହେଲା ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ ସମ୍ଭାବନାଙ୍କ ଏହି ଭିଡିଓ, ଦେଖନ୍ତୁ
ALSO READ: Budh Uday 2025: ମୀନରେ ଅସ୍ତ ହେବେ ବୁଧ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ, ବ୍ୟବସାୟୀଙ୍କ ସହ ଚାକିରିଆ ହେବେ ଧନବାନ୍
ବୃଷ: କର୍ମକ୍ଷେତ୍ରରେ ଚାଲିଥିବା ବିବାଦର ଅନ୍ତ ଘଟିବ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ରାଜନୈତିକ ବ୍ୟକ୍ତିମାନେ ଦଳ ପକ୍ଷରୁ ବଡ ଦାୟିତ୍ବ ପାଇବେ। ବାଣିଜ୍ୟ-ବ୍ୟବସାୟରେ ଦୈନିକ ଆୟ ବୃଦ୍ଧି ହେବ। ପିତାମାତାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପରିବାର ଲୋକଙ୍କ ମଧ୍ୟରେ ଚାଲିଥିବା ମତଭେଦ ଦୂର ହେବ। ନିଜ ପରିବାର ସହ ପିକନିକ୍ ଯିବା ପାଇଁ ଯୋଜନା କରିବେ। ଜୀବନ ସାଥୀଙ୍କ ସହିତ ଭଲ ସମୟ ବିତାଇବେ।
ମିଥୁନ: ନୂଆ ସପ୍ତାହ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଟିକେ ଜଗିରଖି ଚଳିବାକୁ ପଡିବ। କ୍ରୋଧରୁ ଦୂରେଇ ରହିଲେ,କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ସମ୍ମାନୀତ ହେବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ। ନୂଆ ବାଣିଜ୍ୟ-ବ୍ୟବୟାର ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଅଟକିଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବାରେ ସମର୍ଥ ହେବେ। ବାକି ପଡିଥିବା ଟଙ୍କା ପାଇବେ। ନିଜ ସାଥୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଟେନସନ୍ ରେ ରହିବେ। ଦୂରଯାତ୍ରା ବେଳେ ସତର୍କତ ଅବଲମ୍ବନ କରନ୍ତୁ।
କର୍କଟ: ନୂଆ ସପ୍ତାହ ଏହି ରାଶି ପାଇଁ ବେଶ୍ ଶୁଭ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଠିକ୍-ଠାକ୍ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଠିକ୍-ଠାକ୍ ରହିବ। ଶତ୍ରୃମାନେ ମିତ୍ର ଭଳି ବ୍ୟବହାର କରିବେ। ବଡ଼ କ୍ଷତି କରିବା ପାଇଁ ଯୋଜନା କରିବେ। କୌଣସି ସଂସ୍ଥା / ମ୍ୟୁଚୁଆଲ୍ ଫଣ୍ତରେ ଟଙ୍କା ବିନିଯୋଗ ପାଇଁ ଯୋଜନା କରିବେ। କୌଣସି ବଡ଼ ଗୁରୁତ୍ବପୂର୍ଣ୍ଣ ନିସ୍ପତି ନେବାକୁ ପଡିପାରେ। ବାଣିଜ୍ୟ ବ୍ୟବସାୟରେ ଏତେ ଖାସ୍ ଲାଭ ପାଇବେ ନାହିଁ। ପ୍ରେମ ଜୀବନରେ ଫାଟ ସୃଷ୍ଟି ହୋଇପାରେ। ଋତୁ କାଳୀନ ରୋଗରେ ପଡିପାରନ୍ତି। ସ୍ବାସ୍ଥ୍ୟପ୍ରତି ଯନ୍ତ୍ରବାନ୍ ରୁହନ୍ତୁ।
ସିଂହ: ନୂଆ ସପ୍ତାହ ଏହି ରାଶିଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଦିର୍ଘ ଦିନରୁ ଅଧା ପଡିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ନୂଆ ନିଯୁକ୍ତି ସୁଯୋଗ ମିଳିବ। ଯାହାକୁ ନେଇ ଆପଣ ଖୁସି ରହିବେ। ସପ୍ତାହର ପ୍ରଥମାଦ୍ଧରେ କର୍ମକ୍ଷେତ୍ରରେ ଟେନସନ୍ କମ୍ ହେବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ୍ ହେବ। ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇଁ ସପ୍ତାହଟି ଅନୁକୂଳ ରହିବ। ସପ୍ତାହ ଶେଷରେ ଜୀବନ ସାଥୀଙ୍କ ସହିତ ଦୂରଯାତ୍ରା କରିବେ। ପ୍ରେମ ସମ୍ପର୍କରେ ଲାଗି ରହିଥିବା ସମସ୍ୟା ଦୂର ହେବ।
କନ୍ୟା: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ମଙ୍ଗଳମୟ ରହିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ବାଣିଜ୍ୟ-ବ୍ୟବସାୟରେ ଲାଭ ପୂର୍ବ ସପ୍ତାହ ଅପେକ୍ଷା ବଢିବ। ସପ୍ତାହର ପ୍ରଥମାର୍ଦ୍ଧରେ, ଦୂରସ୍ଥାନକୁ ପରିବାର ସହିତ ଯାତ୍ରା କରିବାକୁ ପଡିପାରେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ସପ୍ତାହର ମଧ୍ୟ ଭାଗରେ ଆର୍ଥିକ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଡେଟ୍ ରେ ଯିବେ। ବୈବାହିକ ଜୀବନ ସୁଖମୟ ରହିବ। ଅବିବାହିତ ଲୋକଙ୍କ ବିବାହ ସ୍ଥିର ହେବ।
ତୁଳା: ଏହି ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହରେ ବିବାଦ ବଢିପାରେ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। ବ୍ୟବସାୟୀମାନେ ଏ-ହି ସମୟରେ ଆର୍ଥିକ ଦେଣନେଣ କରନ୍ତୁ ନାହିଁ ନଚେତ୍ କ୍ଷତି ସହିବେ। ହେବାକୁ ଥିବା କାର୍ଯ୍ୟ କୌଣସି କାରଣରୁ ଅଟକି ଯିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଭୁଲ ବୁଝାବଣା ହେବା କାରଣରୁ ଟେନସନ୍-ରେ ରହିବେ। ନିଜ ପରିବାର ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଏ-ତେ ଖାସ୍ ରହିବ ନାହିଁ। ସ୍ବାସ୍ଥ୍ୟର ଯତ୍ନ ନେବା ଜରୁରୀ।
ବିଛା: ନୂଆ ସପ୍ତାହଟି ବ୍ୟବସାୟୀମାନଙ୍କ ପାଇଁ ବେଶ୍ ଶୁଭ ରହିବ। ବାଣିଜ୍ୟ ବ୍ୟବସାୟରେ ଚାଲିଥିବା ମାନ୍ଦା ବସ୍ଥାରେ ସୁଧାର ଆସିବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବା ସହିତ ଶୁଭ ଖବର ପାଇବେ। ସିଙ୍ଗିଲ୍ ଥିବା ବ୍ୟକ୍ତି-ମାନେ କୌଣସି ପ୍ରକାର ପ୍ରେମ ସମ୍ପର୍କରେ ଆସିପାରନ୍ତି। ପ୍ରେମୀ ମାନଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି। ସେମାନେ ନିଜ ସାଥୀଙ୍କୁ ବିବାହ କରିବା ନେଇ ପ୍ରତିଶ୍ରୃତି ଦେବେ। ବିଦେଶରେ ଭଲ କଲେଜ୍ ରେ ଆଡମିଶନ ପାଇଁ ଆଶା ରଖିଥିବା ଆଶାୟୀଙ୍କ ଆଶା ପୂରଣ ହେବ। ସପ୍ତାହ ଶେଷରେ ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବେ।
ଧନୁ: ନୂଆ ସପ୍ତାହରେ ଚମକିବ ଏହି ରାଶିଙ୍କ ଭାଗ୍ୟ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଏ-ହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ପାଇବେ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରେ ବୃଦ୍ଧି ହେବ। ସପ୍ତାହରେ ଦ୍ବିତୀୟାର୍ଦ୍ଧରେ ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭ ସମୟ ରହିଛି। ଧାର-କରଜ ନେଇଥିବା ଋଣକୁ ପରିଶୋଧ କରିବାରେ ସଫଳ ହେବେ। ସେୟାର ବଜାରରୁ ପ୍ରଚୁର ଲାଭ ପାଇବେ। ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଭଲ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବେ।
କୁମ୍ଭ: ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହ ବେଶ୍ ଭଲ ରହିବ। କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ସେୟାର ବଜାର ଓ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି। ପୂର୍ବରୁ କରିଥିବା ବିନିଯୋଗରୁ ଲାଭ ପାଇବେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କରେ ଥିବା ସମ୍ପର୍କ ବିବାହରେ ପରିଣତ ହେବ।
କୁମ୍ଭ: ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହ ବେଶ୍ ଭଲ ରହିବ। କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ସେୟାର ବଜାର ଓ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି। ପୂର୍ବରୁ କରିଥିବା ବିନିଯୋଗରୁ ଲାଭ ପାଇବେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ପର୍କରେ ଥିବା ସମ୍ପର୍କ ବିବାହରେ ପରିଣତ ହେବ।
ମୀନ: ଏହି ରାଶିର ଲୋକଙ୍କୁ ନୂଆ ସପ୍ତାହରେ ଟିକେ ସତର୍କତାର ସହ ଚଳିବାକୁ ପଡିବ। ବ୍ୟବସାୟ କରୁଥିବା ଲୋକେ ବଡ଼ ଡିଲ୍ ଫାଇନାଲ୍ କରିବେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ବିଦେଶ ଯାତ୍ରା କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିଲେ ମଧ୍ୟ କାମ କରିବା ପାଇଁ ଉତ୍ସାହ ବଢିବ। ଯ-ଦି ଆପଣ କେଉଁ ପ୍ରେମ ସମ୍ପର୍କରେ ଅଛନ୍ତି, ତେବେ ସାଥୀଙ୍କ ସହିତ କୌଣସି ସ୍ଥାନକୁ ଡେଟ୍ ରେ ଯିବେ। ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟ ଭଲ ରହିବ। ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़