Advertisement
Photo Details/zeeodisha/odisha2698772
photoDetails0hindi

Weekly Special Horoscope: ଏପ୍ରିଲର ପ୍ରଥମ ସପ୍ତାହ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ, ଜାଣନ୍ତୁ

Weekly Special Horoscope From 31 March To 6 April 2025: ଆରମ୍ଭ ହେବାକୁ ଯାଉଛି ଏପ୍ରିଲ୍ ପ୍ରଥମ ସପ୍ତାହ। ନୂଆ ସପ୍ତାହରେ  ଲକ୍ଷ୍ମୀ ନାରାୟଣ ଓ ମାଲବ୍ୟ ରାଜଯୋଗ ସୃଷ୍ଟି ହେଉଛି।  ଯାହାର ଶୁଭ ପ୍ରଭାବ କିଛି ରାଶିଙ୍କ ଉପରେ ରହିବ। କିଛି ରାଶିଙ୍କୁ ଶୁଭଫଳ ମିଳିବାକୁ ଥିବା ବେଳେ ଆଉ କିଛି ରାଶିଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ଆଗାମୀ ସପ୍ତାହ ୧୨ ରାଶିଙ୍କ ପାଇଁ କିଭଳି ରହିବ। ପଢନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ..

1/12

ମେଷ:  ନୂଆ ସପ୍ତାହ ଏହି ରାଶି ପାଇଁ ବେଶ୍ ଶୁଭ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଠିକ୍-ଠାକ୍ ରହିବ।  କର୍ମକ୍ଷେତ୍ରରେ ସତର୍କ ରହିବାକୁ ପଡିବ।  ଶତ୍ରୃମାନେ ମିତ୍ର ଭଳି ବ୍ୟବହାର କରିବେ। ବଡ଼ କ୍ଷତି କରିବା ପାଇଁ ଯୋଜନା କରିବେ।  କୌଣସି ସଂସ୍ଥା / ମ୍ୟୁଚୁଆଲ୍ ଫଣ୍ତରେ ଟଙ୍କା ବିନିଯୋଗ ପାଇଁ ଯୋଜନା କରିବେ। କୌଣସି ବଡ଼ ଗୁରୁତ୍ବପୂର୍ଣ୍ଣ ନିସ୍ପତି ନେବାକୁ ପଡିପାରେ। ବାଣିଜ୍ୟ ବ୍ୟବସାୟରେ ଏତେ ଖାସ୍ ଲାଭ ପାଇବେ ନାହିଁ। ପ୍ରେମ ଜୀବନରେ ଫାଟ ସୃଷ୍ଟି ହୋଇପାରେ।  ଋତୁ କାଳୀନ ରୋଗରେ ପଡିପାରନ୍ତି। ସ୍ବାସ୍ଥ୍ୟପ୍ରତି ଯନ୍ତ୍ରବାନ୍ ରୁହନ୍ତୁ। 

ALSO READ: ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ବୃହସ୍ପତି, ମାଲାମାଲ୍ ହେବା ସହ କ୍ୟାରିୟରରେ ମିଳିବ ସଫଳତା

 

2/12

ବୃଷ:  ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ଠିକ୍-ଠାକ୍ ରହିବ।  କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀଙ୍କ ଦ୍ବାରା ସମ୍ମାନୀତ ହେବେ।  ସପ୍ତାହରେ ଦ୍ବିତୀୟାର୍ଦ୍ଧରେ ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭ ସମୟ ରହିଛି। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ପାଇବେ।  ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରେ ବୃଦ୍ଧି ହେବ।  ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଧାର-କରଜ ନେଇଥିବା ଋଣକୁ ପରିଶୋଧ କରିବାରେ ସଫଳ ହେବେ। ସେୟାର ବଜାରରୁ ପ୍ରଚୁର ଲାଭ ପାଇବେ। ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଭଲ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବେ। 

3/12

ମିଥୁନ: ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ନୂଆ ସପ୍ତାହଟି ଟିକେ ଜଗିରଖି ଚଳିବାକୁ ପଡିବ।  ବାକି ପଡିଥିବା ଟଙ୍କା ପାଇବେ। ନୂଆ ବାଣିଜ୍ୟ-ବ୍ୟବୟାର ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଆରମ୍ଭ କଲେ ଅଧିକ ଲାଭ ପାଇବେ। ନିଜ ସାଥୀଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଟେନସନ୍ ରେ ରହିବେ। କ୍ରୋଧରୁ ଦୂରେଇ ରହିଲେ,କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ସମ୍ମାନୀତ ହେବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ।  ଅଟକିଥିବା କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବାରେ ସମର୍ଥ ହେବେ।  ଦୂରଯାତ୍ରା ବେଳେ ସତର୍କତ ଅବଲମ୍ବନ କରନ୍ତୁ। 

 

4/12

କର୍କଟ:  ନୂଆ ସପ୍ତାହ ଏହି ରାଶିଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ।  କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିବା ସହିତ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ।  ସପ୍ତାହର ଦ୍ବୀତିୟାର୍ଦ୍ଧରେ କର୍ମକ୍ଷେତ୍ରରେ ଟେନସନ୍ କମ୍ ହେବ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ୍ ହେବ।  ପିଲାମାନଙ୍କ କ୍ୟାରିୟରକୁ ନେଇ ଟିକେ ଚିନ୍ତିତ ରହିବେ। ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇଁ ସପ୍ତାହଟି ଅନୁକୂଳ ରହିବ। ସପ୍ତାହ ଶେଷରେ ଜୀବନ ସାଥୀଙ୍କ ସହିତ ଦୂରଯାତ୍ରା କରିବେ। ପ୍ରେମ ସମ୍ପର୍କରେ ବୁଝାବଣାର ଅଭାବ ହେତୁ ଝଗଡା ହେବ। 

 

5/12

ସିଂହ:  ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ।  କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ। ନୂଆ ନିଯୁକ୍ତି ନେଇ ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ଚାଲିଥିବା ବିବାଦର ଅନ୍ତ ଘଟିବ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ରାଜନୈତିକ ବ୍ୟକ୍ତିମାନେ ଦଳ ପକ୍ଷରୁ ବଡ ଦାୟିତ୍ବ ପାଇବେ।  ବାଣିଜ୍ୟ-ବ୍ୟବସାୟରେ ଦୈନିକ ଆୟ ବୃଦ୍ଧି ହେବ। ପିତାମାତାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପରିବାର ଲୋକଙ୍କ ମଧ୍ୟରେ ଚାଲିଥିବା ମତଭେଦ ଦୂର ହେବ। ନିଜ ପରିବାର ସହ ପିକନିକ୍ ଯିବା ପାଇଁ ଯୋଜନା କରିବେ। ଜୀବନ ସାଥୀଙ୍କ ସହିତ ଭଲ ସମୟ ବିତାଇବେ।

6/12

କନ୍ୟା:ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ମଙ୍ଗଳମୟ ରହିବ। ସପ୍ତାହର ପ୍ରଥମାର୍ଦ୍ଧରେ, ଦୂରସ୍ଥାନକୁ ପରିବାର ସହିତ ଯାତ୍ରା କରିବାକୁ ପଡିପାରେ।  ସପ୍ତାହର ମଧ୍ୟ ଭାଗରେ ଆର୍ଥିକ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିବ। ବାଣିଜ୍ୟ-ବ୍ୟବସାୟରେ ଲାଭ ପୂର୍ବ ସପ୍ତାହ ଅପେକ୍ଷା ବଢିବ।  ଦିର୍ଘ ଦିନରୁ ଅଧା ପଡିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଡେଟ୍ ରେ ଯିବେ। ବୈବାହିକ ଜୀବନ ସୁଖମୟ ରହିବ। ଅବିବାହିତ ଲୋକଙ୍କ ବିବାହ ସ୍ଥିର ହେବ। 

 

7/12

ତୁଳା:  ନୂଆ ସପ୍ତାହଟି ବ୍ୟବସାୟୀମାନଙ୍କ ପାଇଁଭଲ ରହିବ। ବିଦେଶରେ ଭଲ କଲେଜ୍ ରେ ଆଡମିଶନ ପାଇଁ ଆଶା ରଖିଥିବା ଆଶାୟୀଙ୍କ ଆଶା ପୂରଣ ହେବ। ବାଣିଜ୍ୟ ବ୍ୟବସାୟରେ ଚାଲିଥିବା ମାନ୍ଦା ବସ୍ଥାରେ ସୁଧାର ଆସିବ। ସିଙ୍ଗିଲ୍ ଥିବା ବ୍ୟକ୍ତି-ମାନେ କୌଣସି ପ୍ରକାର ପ୍ରେମ ସମ୍ପର୍କରେ ଆସିପାରନ୍ତି। ପ୍ରେମୀ ମାନଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି। ସେମାନେ ନିଜ ସାଥୀଙ୍କୁ ବିବାହ କରିବା ନେଇ ପ୍ରତିଶ୍ରୃତି ଦେବେ।  ସପ୍ତାହ ଶେଷରେ ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବେ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବା ସହିତ ଶୁଭ ଖବର ପାଇବେ। 

8/12

ବିଛା:  କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବେ।  ସେୟାର ବଜାର ଓ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି। ପୂର୍ବରୁ କରିଥିବା ବିନିଯୋଗରୁ ଲାଭ ପାଇବେ।  ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ବୈବାହିକ ଜୀବନ ସୁଖମୟ ହେବ।  ପ୍ରେମ ସମ୍ପର୍କରେ ଥିବା ସମ୍ପର୍କ ବିବାହରେ ପରିଣତ ହେବ। 

 

9/12

ଧନୁ:  ନୂଆ ସପ୍ତାହ ଏହି ରାଶିର ଲୋକଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରତିଯୋଗିତା ବା କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ବ୍ୟବସାୟରେ ସଫଳତା ପାଇବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ପରିବାରରେ ଦେଖାଦେଇଥିବା ପୁରୁଣା ମତଭେଦକୁ ଭୁଲି ସବୁକିଛି ଠିକ୍ ଠାକ୍ ହୋଇଯିବ।  ଚାକିରି କରୁଥିବା ଲୋକମାନେ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଂଶାସ ପାଇବେ।   ସ୍ବାସ୍ଥ୍ୟରେ ଉନ୍ନତି ଆସିବ।  

10/12

ମକର: ଏହି ରାଶିର ଲୋକଙ୍କୁ ନୂଆ ସପ୍ତାହରେ ଟିକେ ଜଗିରଖି ଚଳିବାକୁ ପଡିବ।  ବ୍ୟବସାୟ କରୁଥିବା ଲୋକେ ବଡ଼ ଡିଲ୍ ଫାଇନାଲ୍ କରିବେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ବିଦେଶ ଯାତ୍ରା କରିବେ। ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିଲେ ମଧ୍ୟ କାମ କରିବା ପାଇଁ ଉତ୍ସାହ ବଢିବ। ଯ-ଦି ଆପଣ କେଉଁ ପ୍ରେମ ସମ୍ପର୍କରେ ଅଛନ୍ତି, ତେବେ ସାଥୀଙ୍କ ସହିତ କୌଣସି ସ୍ଥାନକୁ  ଡେଟ୍ ରେ ଯିବେ।  ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟ ଭଲ ରହିବ। 

11/12

କୁମ୍ଭ: ନୂଆ ସପ୍ତାହ ଏହି ରାଶି ପାଇଁ ଫଳଦାୟୀ ପ୍ରମାଣିତ ହେବ।  କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ପ୍ରଂଶାସ ସାଉଁଟିବେ।  ସପ୍ତାହ ଆରମ୍ଭରୁ କୌଣସି ପ୍ରକାର ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବେ।  ବାଣିଜ୍ୟ ବ୍ୟବସାୟରେ ଲାଭ ବଢିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଗୁଡ ନ୍ୟୁଜ୍ ପାଇବେ। ଯୋଜନା ବଦ୍ଧ କାର୍ଯ୍ୟ ଗୁଡିକ ଶେଷ କରିବାରେ ସମର୍ଥ ହେବେ।  ଆର୍ଥିକ ଦୃଷ୍ଟିକୋଣରୁ ଏ-ହି ସପ୍ତାହ ଭଲ ରହିବ। ଆୟ ବ୍ୟୟ ସମାନ ରହିବ। ବ୍ୟବସାୟୀମାନେ ଦୂରଯାତ୍ରାରୁ ଶୁଭଫଳ ପାଇବେ। ପ୍ରେମୀ ମାନଙ୍କ ପାଇଁ ସପ୍ତାହଟି ଖାସ୍ ରହିବ। ଉତ୍ତମ ବୁଝାବଣା ହେବା ସହ ପରପ୍ପର ଭିତରେ ଭଲ  ପାଇବା ବଢିବ। ସ୍ବାସ୍ଥ୍ୟବସ୍ଥା ମଧ୍ୟ ଭଲ ରହିବ। 

12/12

ମୀନ:  ମୀନ ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହରେ ବିବାଦ ବଢିପାରେ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଭୁଲ ବୁଝାବଣା ହେବା କାରଣରୁ ଟେନସନ୍-ରେ ରହିବେ।  ବ୍ୟବସାୟୀମାନେ ଏହି ସମୟରେ ଆର୍ଥିକ ଦେଣନେଣ କରନ୍ତୁ ନାହିଁ ନଚେତ୍ କ୍ଷତି ସହିବେ।  ନିଜ ପରିବାର ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ।  ପ୍ରେମୀମାନଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ।  ସ୍ବାସ୍ଥ୍ୟର ଯତ୍ନ ନେବା ଜରୁରୀ। ହେବାକୁ ଥିବା କାର୍ଯ୍ୟ କୌଣସି କାରଣରୁ ଅଟକି ଯିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

;