Wedding of the Century:'ଏହି ଶତାଦ୍ଧିର ସ୍ବତନ୍ତ୍ର ବାହାଘର';ରାଧିକା ଏବଂ ଅନନ୍ତଙ୍କ ବିବାହ ବିଶ୍ବକୁ ଦେଇଛି ଏହି ବିଶେଷ ବାର୍ତ୍ତା
Advertisement
Article Detail0/zeeodisha/odisha2836587

Wedding of the Century:'ଏହି ଶତାଦ୍ଧିର ସ୍ବତନ୍ତ୍ର ବାହାଘର';ରାଧିକା ଏବଂ ଅନନ୍ତଙ୍କ ବିବାହ ବିଶ୍ବକୁ ଦେଇଛି ଏହି ବିଶେଷ ବାର୍ତ୍ତା

Wedding of the Century: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହଙ୍କ ବିବାହକୁ ବର୍ଷେ ଚାହୁଁଚାହୁଁ ବର୍ଷେ ପୂରିଗଲା। ୨୦୨୪, ଆଜିକା ଦିନରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଉତ୍ସବ ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରେ ଅନୁଷ୍ଠିତ ହୋଇଥିଲା। 

Wedding of the Century:'ଏହି ଶତାଦ୍ଧିର ସ୍ବତନ୍ତ୍ର ବାହାଘର';ରାଧିକା ଏବଂ ଅନନ୍ତଙ୍କ ବିବାହ ବିଶ୍ବକୁ ଦେଇଛି ଏହି ବିଶେଷ ବାର୍ତ୍ତା

Wedding of the Century: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହଙ୍କ ବିବାହକୁ ବର୍ଷେ ଚାହୁଁଚାହୁଁ ବର୍ଷେ ପୂରିଗଲା। ୨୦୨୪, ଆଜିକା ଦିନରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଉତ୍ସବ ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରେ ଅନୁଷ୍ଠିତ ହୋଇଥିଲା। ବିଶେଷକରି,  ଏହି ସମାରୋହରେ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଏହାକୁ ଦୁନିଆର ସବୁଠୁ ବ୍ୟୟ ବହୁଳ ବିବାହ ଉତ୍ସବ କହିଲେ ଅତୃକ୍ତି ହେବ ନାହିଁ। ଏହି ବିବାହ ଉତ୍ସବରେ ଧାର୍ମିକ ଓ ଆଧ୍ୟାତ୍ମିକ ଗୁରୁ ମାନଙ୍କ ସମାବେଶ ମଧ୍ୟ ହୋଇଥିଲା। ଏହି ବିବାହ ଉତ୍ସବରେ ଏପରି ବ୍ୟକ୍ତିତ୍ବଙ୍କ ସର୍ବ ବୃହତ ସମାଗମ ହୋଇଥିଲା। ଏହି ଉତ୍ସବରେ ସ୍ବାମୀ ସଦାନନ୍ଦ ସରସ୍ବତୀ, ଶଙ୍କରାଚାର୍ଯ୍ୟ, ଦ୍ବାରିକା ସ୍ବାମୀ ଅଭିମୁକ୍ତାସ୍ବରନନ୍ଦ ସରସ୍ବତୀ, ଗୌରାଙ୍ଗଦାଶ ପ୍ରଭୁ,ଗୌର ଗୋପାଳ ଦାସ୍, ଇସ୍କନ୍ ରାଧନାଥ ସ୍ବାମୀଙ୍କ ପରି ଶତାଧିକ ଧର୍ମଗୁରୁ ଯୋଗ ଦେଇଥିଲେ। କେବଳ ସେତିକି ନୁହେଁ, ବିପୁଳ ସଂଖ୍ୟଖ ବ୍ୟବସାୟୀ , ନେତା ମଧ୍ୟ ଏହି ବିବାହ ଉତ୍ସବ ପାଇଁ ଭାରତ ଯାତ୍ରା କରିଥିଲେ। ତେବେ, ଏହି ବିବାହ ଉତ୍ସବ କେତେକ ପ୍ରଥା ଓ ପରମ୍ପରାର ନିଦର୍ଶନ ଦେଖିବାକୁ ମିଳିଥିଲା। ନୀତା ଅମ୍ବାନୀଙ୍କ ନେତୃତ୍ବରେ ଭକ୍ତି ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଏବଂ ସଙ୍ଗୀତ ସମାରୋହର ମଧ୍ୟ ଆୟୋଜନ ହୋଇଥିଲା। 

fallback

 

ALSO READ: ଭାରତକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେଇଥିଲା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ,ଜାଣନ୍ତୁ କେମିତି

 

ମାନବ ସେବା ହିଁ ମାଧବ ସେବା-ମାନବାଧିକାର ସେବା ହେଉଛି ପ୍ରକୃତ ଇଶ୍ବରଙ୍କ ସେବା। ଏହି ପ୍ରକୃତ ଭାବନାରେ ଅମ୍ବାନୀ ପରିବାର ନଭି ମୁମ୍ବାଇର ରିଲାଏଣ୍ସ କର୍ପୋରେଟ୍ ପାର୍କରେ ୫୦ ଜଣ ଅବହେଳିତ ଦମ୍ପତିଙ୍କ ପାଇଁ ଏକ ସାମୁହିକ ବିବାହ ସହିତ ସେମାନଙ୍କ ବିବାହ ଉତ୍ସବର ଏକ ଆୟୋଜନ କରିଥିଲେ। ଏହି ଉତ୍ସବରେ ୮୦୦ ରୁ ଅଧିକ ଅତିଥି ଯୋଗ ଦେଇଥିଲେ। ସମସ୍ତେ ଅମ୍ବାନୀ ପରିବାର ସଦସ୍ୟ ଓ ନବଦମ୍ପତିଙ୍କୁ ଆର୍ଶିବାଦ ଦେଇଥିଲେ। ଏହା ଛଡା ଅମ୍ବାନୀ ପରିବାର ନିଶ୍ଚିତ କରିଥିଲେ ଯେ,ବିବାହ ଉତ୍ସବ ସହିତ ତିନି ସପ୍ତାହ ପର୍ଯ୍ୟନ୍ତ କେହି ଖାଦ୍ୟ ବିନା ନ ଯାଆନ୍ତୁ। ଏକ ଭଣ୍ତାରାର ଆୟୋଜନ କରାଯାଇଥିଲା। ପ୍ରତିଦିନ ୧୦୦୦ ରୁ ଅଧିକ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ପରିବେଷଣ କରିଥିଲେ। 

ଗ୍ରହ ଶାନ୍ତି ପୂଜା:ଭଗବାନ୍ ଗଣେଷ  ଏବଂ ନବଗ୍ରହଙ୍କ ବାଧା ଦୂର କରିବା, ନକରାତ୍ମକ ଗ୍ରହ ପ୍ରଭାବକୁ ଶାନ୍ତ କରିବା, ଏବଂ ନୂତନ ଦମ୍ପତିଙ୍କ ପାଇଁ ଖୁସି ଓ ସମୃଦ୍ଧି  ଆଣିବା ପାଇଁ ଏକ ରୀତିଗତ ପୂଜା କରାଯାଇଥିଲା। 

ବନାରସର ଝଲକ୍ ମଧ୍ୟ ଏହି ଉତ୍ସବରେ ଦେଖିବାକୁ ମିଳିଥିଲା:ବନାରସ୍ ଗୁଣଗାନ ବିଷୟବସ୍ତୁ ବିଶିଷ୍ଟ ବିବାହ ଦିନର ସାଜସଜ୍ଜା ବିଶ୍ବ ନେତାଙ୍କ ପାଇଁ  ଏକ ଚିରସ୍ଥାୟୀଅ ଏବଂ ସ୍ଥାୟୀ ଅଭିଜ୍ଞତା ପ୍ରଦାନ କରିଥିଲା। ସେମାନଙ୍କୁ ବନାରସ୍ ର ଘାଟ ଦେଇ ଯାତ୍ରାରେ ନେଇଥିଲା। ଏହି ବିଷୟବସ୍ତୁ ବହୁ ପୁରାତନ। ଜିଓ ଓ୍ବାଲ୍ଡ ସେଣ୍ଟରରେ ବିବାହ ସ୍ଥାନର କନକୋର୍ସ ମଧ୍ୟରେ ବନାରସ୍ ରାସ୍ତାର ସାରକୁ ଏହି ନିମଜ୍ଜିକ ଅଭିଜ୍ଞତା ସହିତ ପ୍ରସ୍ତୁତ କରାଯଆଇଥିଲା। ଯାହା ଅତିଥିମାନଙ୍କୁ ସହରର ପରମ୍ପରା, ସ୍ବାଦ ଏବଂ ଆଧ୍ୟାତ୍ମିକତା  ସହିତ ଜଡ଼ିତ ହେବାର ସୁଯୋଗ ଦେଇଥିଲା। 

 

;