Odisha Assembly: ସାରା ରାତି ଅନିଦ୍ରା, ବିଧାନସଭା ସାଇନ୍‍-ଏ- ଡାଏ
Advertisement
Article Detail0/zeeodisha/odisha2703928

Odisha Assembly: ସାରା ରାତି ଅନିଦ୍ରା, ବିଧାନସଭା ସାଇନ୍‍-ଏ- ଡାଏ

Odisha Assembly: ରାଜ୍ୟ ବିଧାନସଭା ଅଧିବେଶନ ଶେଷ ହୋଇଛି। ସାରା ରାତି ଆଲୋଚନା ପରେ ଗୃହରେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଧେୟକ ପାରିତ ହୋଇଛି। ଏହା ସ୍ୱୟଂ ଏକ ରେକର୍ଡ ବୋଲି କୁହାଯାଉଛି।

Odisha Assembly: ସାରା ରାତି ଅନିଦ୍ରା, ବିଧାନସଭା ସାଇନ୍‍-ଏ- ଡାଏ

Odisha Assembly: ରାଜ୍ୟ ବିଧାନସଭା ଅଧିବେଶନ ଶେଷ ହୋଇଛି। ସାରା ରାତି ଆଲୋଚନା ପରେ ଗୃହରେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଧେୟକ ପାରିତ ହୋଇଛି। ଏହା ସ୍ୱୟଂ ଏକ ରେକର୍ଡ ବୋଲି କୁହାଯାଉଛି। ସର୍ବାଧିକ ରାତି ୯ଟା ଯାଏ ଗୃହ ଚାଲିବା ପାଇଁ ବିଧି ଥିଲେ ମଧ୍ୟ ବିଧାନସଭା ଏକ ପ୍ରସ୍ତାବ ଜରିଆରେ ଗୃହର କାର୍ଯ୍ୟକୁ ବିଧେୟକ ପାରିତ ହେବାଯାଏ ଚଳାଇବାକୁ ସହମତ ହୋଇଥିଲା। ବିଧେୟକ ପାରିତ ହେବାପରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ କରିଥିଲେ। ଅର୍ଥାତ୍‍ ବଜେଟ୍‍ ଅଧିବେଶନ ଶେଷ ହୋଇଥିଲା। 

ଶେଷ ଦିନଟି ବେଶ୍‍ ଲମ୍ବା ଥିଲା। ଏହା ବୁଧବାର ସକାଳ ୧୦.୩୦ ମିନିଟରେ ଆରମ୍ଭ ହୋଇ ଗୁରୁବାର ସକାଳ ୭ଟା ୫ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ଗୃହକୁ ସାଇନ୍‍-ଏ -ଡାଏ ଘୋଷଣା କରାଯାଇଥିଲା।   ବିଧାନସଭାର ଏହା ଥିଲା ସପ୍ତଦଶ ଅଧିବେଶନ। ଏହି ଅଧିବେଶନ ଅନେକ କାରଣ ପାଇଁ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ବିଜେପି ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‍ ଉପସ୍ଥାପନ ଓ ଗ୍ରହଣ ସାଙ୍ଗକୁ ନୂଆ ରାଜ୍ୟପାଳଙ୍କ ପ୍ରଥମ ଅଭିଭାଷଣ ଏବଂ ଗୃହରୁ ସମସ୍ତ କଂଗ୍ରେସ ସଂଦସ୍ୟଙଘ୍କୁ ନିଲମ୍ବନ ଭଳି ଘଟଣା ମିଡିଆର ଦୃଷ୍ଟି ଆକର୍ଷଣ କରିଥିଲା। 

ଏହି ଅଧିବେଶନରେ ନିଦ୍ଧାରିତ ୨୮ କାର୍ଯ୍ୟଦିବସରୁ ୨୫ ଟିରେ ଗୃହ ବସିଥିଲା। ଗୃହର ୨୫ତମ କାର୍ଯ୍ୟ ଦିବସରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ-୨୦୨୫ ବିଧାନସଭାରେ ପାରିତ ହୋଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ପାରିତ ହୋଇଛି। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବେଶ ଘଟଣା ବହୁଳ ଥିଲା। କଂଗ୍ରେସ ଦଳର ସମସ୍ତ ବିଧାୟକ ପ୍ରଥମ ଥର ପାଇଁ ବିଧାନସଭା ଇତିହାସରେ ଗୃହରୁ ନିଲମ୍ବିତ ହୋଇଥିଲେ। ଏହା ସହ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆଲୋଚନା ବେଳେ ରାତି ତମାମ ଚାଲିଥିଲା ବିଧାନସଭା। 

ବିଧାନସଭାରେ ବିଲ ପାସ ହେବାର ରେକର୍ଡ ରହିଛି ୨୦୦୩ ପୁଲିସ ବିଲ ପାସ ସମୟର। ତତ୍‌କାଳନୀ ମିଳିତ ସରକାର ୨୦୦୩ ନଭେମ୍ବର ୧୦ ତାରିଖରେ ପୁଲିସ ବିଲ ଆଣିଥିଲେ। ଏହି ବିଲ ୨୦୦୩ ନଭେମ୍ବର ୧୧ ଅପରାହ୍ନ ୩ଟା ୫୬ରୁ ଆରମ୍ଭ ହୋଇ ନଭେମ୍ବର ୧୨ ସକାଳ ୮ଟା ୩୨ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ସାଢେ ଷୋଳ ଘଣ୍ଟା ପର୍ଯ୍ୟନ୍ତ ବିଲ ପାସ ପାଇଁ ଚାଲିଥିବା ବିଧାନସଭା ସର୍ବକାଳୀନ ରେକର୍ଡ ରହିଛି। ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ପାରିତ ହେବା ପାଇଁ ସାଢେ ୧୨ ଘଣ୍ଟା ସମୟ ଲାଗିଥିଲା।

;