Adharapana Niti: ଗତକାଲି ସୁନାବେଶ ଦର୍ଶନ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଗତକାଲି ସନ୍ଧ୍ୟା ୬ ଟାରୁ ରାତି ପ୍ରାୟ ୪ ଟା ୪୫ରୁ ସାଢେ ୧୨ଟା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିଥିଲେ। ସୁନାବେଶ ଓଲାଗି କରାଯିବା ପରେ ରାତ୍ର ପହୁଡ଼ କରାଯାଇଥିଲା।
Trending Photos
Adharapana Niti: ଆଉ ଗୋଟିଏ ଦିନ ପରେ ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡ଼ିବେ। ଆଜି ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତି ବଢିବା ପରେ ଅନ୍ୟାନ୍ୟ ନୀତି ଚାଲୁରହିଛି। ତିନି ରଥରେ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ମଧ୍ୟ ସକାଳୁ ସକାଳୁ ଗହଳି ଦେଖିବାକୁ ମିଳିଛି। ଅନ୍ୟପଟେ ଆଜି ସନ୍ଧ୍ୟାରେ ମଧ୍ୟାହ୍ନ ଧୂପ ପରେ ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହେବ। ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବା ଦେବୀ ବିରାଜମାନ କରିଥାନ୍ତି।
ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପର୍ଣ ପରେ ସମସ୍ତ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡା ମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯିବାର ବିଧି ରହିଛି। ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ। ଅନ୍ୟପଟେ ଗତକାଲି ସୁନାବେଶ ଦର୍ଶନ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଗତକାଲି ସନ୍ଧ୍ୟା ୬ ଟାରୁ ରାତି ପ୍ରାୟ ୪ ଟା ୪୫ରୁ ସାଢେ ୧୨ଟା ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିଥିଲେ। ସୁନାବେଶ ଓଲାଗି କରାଯିବା ପରେ ରାତ୍ର ପହୁଡ଼ କରାଯାଇଥିଲା। Also Read: Sunabesa Tragedy: ମହାପ୍ରଭୁଙ୍କ ପବିତ୍ର ସୁନାବେଶ ସମୟରେ ଶ୍ରୀକ୍ଷେତ୍ରରେ ଅଘଟଣ
ଶ୍ରୀପଞ୍ଚମୀ ଦିନଠାରୁ ତିନିରଥର ଯଜ୍ଞ ଉଶ୍ଚବ ଅନୁଷ୍ଠିତ ହୋଇ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ସହ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଶୁଭାରମ୍ଭ ହୋଇଥିଲା। ତିନିରଥରେ ନିର୍ମାଣ ପରେ ସ୍ୱତନ୍ତ୍ର ଭାବେ ପାର୍ଶ୍ୱ ଦେବାଦେବୀମାନେ ବିଜେ କରି ନବଦିନ ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇଥିଲେ। ବିଶ୍ୱାସ ରହିଛି ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ବହୁ ଦେବାଦେବୀ ,ଚଣ୍ଡୀ,ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି। ତେବେ ସେମାନଙ୍କ ସନ୍ତୁଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା,ଛାଚି , କ୍ଷୀର ,ସର,ଗୋଲମରିଚ ,କର୍ପୁର ,ଜାଇଫଳ,କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯିବ।
ତୁମ୍ଭକାର ଆକାର ରେ ନିର୍ମିତ ମାଟିହାଣ୍ଡି ରେ ଏହି ଦୁର୍ଲଭ ପଣା ପ୍ରସ୍ତୁତ କରାଯିବ। ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକ ମାନେ ପଣା ପାଇଁ ପାଣି ଯୋଗାଇବେ। ପରେ ପତ୍ରିବଡୁ ,ସୁଆର ବଡ଼ୁ,ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପୂଜା କରି ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିଵା ପରେ ପାର୍ଶ ଦେବା ଦେବୀ, ଚଣ୍ଡୀ ଚା ମଣ୍ଡା, ଓ ଅଶରିରି ମାନେ ଏହି ପଣାକୁ ପାଇଁ ଆତ୍ମ ତୃପ୍ତି ଲାଭ କରିବେ। ମଧ୍ୟାହ୍ନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡିଛି।