Puri Stampede: ଶ୍ରୀଗୁଣ୍ତିଚା ମନ୍ଦିର ଆଗରେ ତିନି ଭକ୍ତଙ୍କ ମୃତ୍ୟୁ ଘଟଣା, ଆଜି ଭୁବନେଶ୍ବରରେ ସାକ୍ଷ୍ୟ ଗ୍ରହଣ
Advertisement
Article Detail0/zeeodisha/odisha2832153

Puri Stampede: ଶ୍ରୀଗୁଣ୍ତିଚା ମନ୍ଦିର ଆଗରେ ତିନି ଭକ୍ତଙ୍କ ମୃତ୍ୟୁ ଘଟଣା, ଆଜି ଭୁବନେଶ୍ବରରେ ସାକ୍ଷ୍ୟ ଗ୍ରହଣ

Odisha News: ପୁରୀ ଶ୍ରୀଗୁଣ୍ତିଚା ମନ୍ଦିର ପାଖରେ ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟଣାରେ ଆଜି ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ରାଜ୍ୟ ଉନ୍ନୟନ କମିଶନର।  ଆସନ୍ତା ୧୦ ତାରିଖରେ  ପୁରୀରେ ମଧ୍ୟ ଉନ୍ନୟନ କମିଶନରଙ୍କୁ ଭେଟି ତଥ୍ୟ ରଖି ପାରିବେ ବୋଲି ସରକାରଙ୍କ ପକ୍ଷରୁ  ସୂଚନା ଦିଆଯାଇଛି। 

Puri Stampede: ଶ୍ରୀଗୁଣ୍ତିଚା ମନ୍ଦିର ଆଗରେ  ତିନି ଭକ୍ତଙ୍କ ମୃତ୍ୟୁ ଘଟଣା,  ଆଜି ଭୁବନେଶ୍ବରରେ ସାକ୍ଷ୍ୟ ଗ୍ରହଣ

Odisha News: ପୁରୀ ଶ୍ରୀଗୁଣ୍ତିଚା ମନ୍ଦିର ପାଖରେ ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟଣାରେ ଆଜି ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ରାଜ୍ୟ ଉନ୍ନୟନ କମିଶନର।  ଆସନ୍ତା ୧୦ ତାରିଖରେ  ପୁରୀରେ ମଧ୍ୟ ଉନ୍ନୟନ କମିଶନରଙ୍କୁ ଭେଟି ତଥ୍ୟ ରଖି ପାରିବେ ବୋଲି ସରକାରଙ୍କ ପକ୍ଷରୁ  ସୂଚନା ଦିଆଯାଇଛି। ସେହି ହିସାବରେ  ଆଗ୍ରହୀ ବ୍ୟକ୍ତିମାନେ ଆଜି ଅପରାହ୍ନ ୩ଟା ପରଠାରୁ ଭୁବନେଶ୍ବର ସ୍ଥିତ ରାଜ୍ୟ ଅତିଥି ଭବନ ଓ ୧୦ ତାରିଖ ଅପରାହ୍ନ ୩ଟା  ପରଠାରୁ ପୁରୀ ସ୍ପେଶାଲ୍ ସର୍କିଟ୍  ହାଉସ୍ ରେ  ଉନ୍ନୟନ କମିଶନରଙ୍କୁ ସାକ୍ଷାତ୍ କରି  ଏ ସମ୍ପର୍କରେ ତଥ୍ୟ ଦେଇପାରିବେ।  ଏ ସମ୍ପର୍କିତ ଅଧିକ ସୂଚନା ଦେବା ପାଇଁ  ଟେଲିଫୋନ୍ ନମ୍ବର ୦୬୭୪-୨୫୩୬୮୮୨ ବା ୨୩୯୧୯୭୦( ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟ)ରେ ଯୋଗାଯୋଗ କରାଯାଇପାରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।  ଗତ ଜୁନ୍ ୨୯ ତାରିଖରେ ଭୋର ୪ଟା ୨୦ ସମୟରେ ଜଗା ଦର୍ଶନ ପାଇଁ ବଡ଼ି ଭୋରୁ ଶରଧାବାଲିରେ ଭକ୍ତଙ୍କ ଭିଡ ବଢିଥିଲା। ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲେ। ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୫୦ ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ମୃତକମାନେ ହେଲେ ପ୍ରଭାତୀ ଦାସ, ବାସନ୍ତୀ ସାହୁ ଓ ପ୍ରେମାକାନ୍ତ ମହାନ୍ତି। 

ସେପଟେ,ପ୍ରତ୍ୟକଦର୍ଶୀଙ୍କ କହିବା କଥା ଜଗା ଦର୍ଶନ ବେଳେ ଶ୍ରୀଗୁଣ୍ତିଚା ମନ୍ଦିର ନିକଟରେ ଠେଲାପେଲା ହୋଇଥିଲା। ପହଡ଼ ଖୋଲିବା ପରେ ଦର୍ଶନ ନେଇ ପ୍ରବଳ ଭିଡ଼ ବଢିଥିଲା। ଭିଡ ସମୟରେ ଗୁଣ୍ତିଚା ମନ୍ଦିର ନିକଟରେ ଲାଗିଥିଲା ଚାରିକାଠ ବୋଝେଇ ୨ଟି ଟ୍ରକ୍। ଟ୍ରକ୍ ପଶିବା ଯୋଗୁଁ ଠେଲାପେଲା ଅଧିକ ହୋଇଥିଲା। ଠେଲେପେଲା ଭିତରେ କାଠ ଉପରେ ଭକ୍ତ ପଡିଯାଇଥିଲେ। କିଛି ଭକ୍ତଙ୍କ ଉପରେ ଅନ୍ୟ ଭକ୍ତ ଚଢିଯାଇଥିଲେ। ଫଳରେ ଏଭଳି ଅଘଟଣ ଘଟିଥିଲା। 

ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ  ଦାୟିତ୍ବ ଦିଆଯାଇଛି।  ଏ ସମ୍ପର୍କରେ ରାଦ୍ୟ ଯୋଜନା  ଓ ସଂଯୋଜନ ବିଭାଗ ତରଫରୁ  ଗତ ୩ ତାରିଖରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ପରବର୍ତ୍ତୀ ତାରିଖମାନଙ୍କରେ  ବିଭିନ୍ନ କାଗଜପତ୍ରରେ ପ୍ରକାଶ ପାଇଛି।  କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା। ସେ ସମ୍ପର୍କରେ କୌଣସି ବ୍ୟକ୍ତି ଓ ସଂସ୍ଥା ପାଖରେ ସୂଚନା( ଭିଡିଓ ଫୁଟେଜ୍) ଥିଲେ। ତାହାକୁ ଜୁଲାଇ ୨୦ ତାରିଖ ସୁଧା puritragedy.enquary@odisha.gov.in ଇମେଲ୍ ରେ ପଠାଇବାକୁ ଅନୁରୋଧ କରାଯାଇଛି। 

 

 

;