CM Visit: ମହାପ୍ରଭୁଙ୍କୁ ଦର୍ଶନ କରି ସେ ବେଶ୍ ଆନନ୍ଦିତ। ମହାପ୍ରଭୁଙ୍କ ଆଶିର୍ବାଦ ନଥିଲେ ଏଭଳି ଦିବ୍ୟ ଦର୍ଶନ ଭାଗ୍ଯରେ ମିଳେନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଆଜି ମହାପ୍ରଭୁଙ୍କ ଦର୍ଶନ ସହିତ ବିମଳା, ମହାଲକ୍ଷ୍ମୀ ଆଦି ପାର୍ଶ୍ଵ ଦେବଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଫେରିଛନ୍ତି।
Trending Photos
CM Visit: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। ଏହି ଅବସରରେ ଓଡ଼ିଆ ନବବର୍ଷ ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ନୁଆ କ୍ୟାଲେଣ୍ଡରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ସିଂହଦ୍ଵାର ସମ୍ମୁଖରେ ଆୟୋଜିତ ଏକ ଭବ୍ୟ ସମାରୋହରେ ନୁଆ କ୍ୟାଲେଣ୍ଡରକୁ ଉନ୍ମୋଚନ କରାଯାଇଛି। ଏହି ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ, ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋଜ ଆହୁଜା, ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଂକର ସ୍ୱାଇଁ,ଏସପି ବିନିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। ଆସନ୍ତା କାଲି ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସୁଖସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ନୁତନ ପରିଚାଳନା କମିଟି ଖୁବଶୀଘ୍ର ଗଠନ ହେବ। ସେଥିପାଇଁ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି। ତେବେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ବେଶ୍ ଆନନ୍ଦିତ। ମହାପ୍ରଭୁଙ୍କ ଆଶିର୍ବାଦ ନଥିଲେ ଏଭଳି ଦିବ୍ୟ ଦର୍ଶନ ଭାଗ୍ଯରେ ମିଳେନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଆଜି ମହାପ୍ରଭୁଙ୍କ ଦର୍ଶନ ସହିତ ବିମଳା, ମହାଲକ୍ଷ୍ମୀ ଆଦି ପାର୍ଶ୍ଵ ଦେବଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଫେରିଛନ୍ତି।
ସେପଟେ ଶ୍ରୀମନ୍ଦିରରେ ଭକ୍ତଙ୍କ ସୃଙ୍ଖଳିତ ଦର୍ଶନ ପାଇଁ ଖୁବଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ନାଟମଣ୍ଡପରୁ ହୁଣ୍ଡି ସ୍ଥାନାନ୍ତରିତ ହେବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ଏଥିସହିତ ବରିଷ୍ଠ ନାଗରିକ ଓ ଦିବ୍ଯାଙ୍ଗ ଭକ୍ତଙ୍କ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥାକୁ ନେଇ ସୁବ୍ୟବସ୍ଥିତ କରାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସରକାର ଏନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେପଟେ ଛୁଟିଦିନ ମାନଙ୍କରେ ଭକ୍ତଙ୍କ ସଂଖ୍ୟା ବଢୁଥିବାରୁ ଭକ୍ତଙ୍କ ସୁବିଧା ପାଇଁ ବିବିଧ ପ୍ରକାରର ବ୍ୟବସ୍ଥା କରିବାକୁ ସରକାର ଯୋଜନା ରଖିଛନ୍ତି। ସେହିପରି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆଗାମୀ ଦୁଇଶହ ବର୍ଷକୁ ଦୃଷ୍ଟିରେ ରଖି ଏଏସଆଇ ପକ୍ଷରୁ ମରାମତି କରାଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
ତେବେ ବିଜେପିର ପୁରୀରେ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।