Congress: ଆଜି କଂଗ୍ରେସର ବିଧାନସଭା ଘେରାଉ, କାହିଁକି, କେମିତି- ଜାଣନ୍ତୁ ୧୦ ବିନ୍ଦୁରେ
Advertisement
Article Detail0/zeeodisha/odisha2695832

Congress: ଆଜି କଂଗ୍ରେସର ବିଧାନସଭା ଘେରାଉ, କାହିଁକି, କେମିତି- ଜାଣନ୍ତୁ ୧୦ ବିନ୍ଦୁରେ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଛି। ଦେଶରେ ଓ୍ୱକଫ୍‍ ଆଇନ ସଂଶୋଧନ ବିଧେୟକକୁ  ବିରୋଧ କରି ଆଖିଳ ଭାରତୀୟ ମୁସ୍‍ଲିମ୍‍ ଲିଗ୍‍  ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା ଆୟୋଜନ କରାଯାଉଥିବାବେଳେ ଓଡ଼ିଶାରେ ନାରୀ ନିର୍ଯାତନା ପ୍ରସଙ୍ଗକୁ କେନ୍ଦ୍ର କରି ବିଧାନସଭା ଘରରୁ କରିବ କଂଗ୍ରେସ। 

Congress: ଆଜି କଂଗ୍ରେସର ବିଧାନସଭା ଘେରାଉ,  କାହିଁକି, କେମିତି- ଜାଣନ୍ତୁ ୧୦ ବିନ୍ଦୁରେ
ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଛି। ଦେଶରେ ଓ୍ୱକଫ୍‍ ଆଇନ ସଂଶୋଧନ ବିଧେୟକକୁ  ବିରୋଧ କରି ଆଖିଳ ଭାରତୀୟ ମୁସ୍‍ଲିମ୍‍ ଲିଗ୍‍  ପକ୍ଷରୁ ବିକ୍ଷୋଭ ଓ ଶୋଭାଯାତ୍ରା ଆୟୋଜନ କରାଯାଉଥିବାବେଳେ ଓଡ଼ିଶାରେ ନାରୀ ନିର୍ଯାତନା ପ୍ରସଙ୍ଗକୁ କେନ୍ଦ୍ର କରି ବିଧାନସଭା ଘରରୁ କରିବ କଂଗ୍ରେସ। ଏଥିଲାଗି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଂଗ୍ରେସ କର୍ମୀ ଓ ନେତାମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତୁ ଜାଣିବା ଏ ବିକ୍ଷୋଭ କେମିତି ହେବ, ଆଉ ଆଜି ଆପଣ କେମିତି ଏହି ବିକ୍ଷୋଭକୁ ନେଇ ସତର୍କ ରହିବେ।
 
1. ଗଲା ସାତ ତାରିଖଠାରୁ ବିଧାନସଭା ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ଦିନଠାରୁ ବିରୋଧୀ କଂଗ୍ରେସ ବିଧାନସଭାରେ ନାରୀ ନିର୍ଯାତନା, ମହିଳାଙ୍କୁ ସୁରକ୍ଷା ପ୍ରଭୃତି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଉଛି। ଏହାଦ୍ୱାରା ୧୨ଟି କାର୍ଯ୍ୟ ଦିବସରୁ ୧୦ଟିରେ କୌଣସି ପ୍ରଶ୍ନୋତ୍ତର କାଳ ଚାଲିପାରି ନାହିଁ। ପୁଣି ଏହି ୧୨ କାର୍ଯ୍ୟ ଦିବସରେ ୩୯ ଘଣ୍ଟା ୨ ମିନିଟ୍‍ ବିରୋଧୀଙ୍କ କାର୍ଯ୍ୟ ଯୋଗୁ ଗୃହ କାର୍ଯ୍ୟ ବ୍ୟାହତ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 
2. ଏହି ସମୟରେ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ବିଧାନସଭାରେ ଘଣ୍ଟ, ଘଣ୍ଟି, ତୁରୀ, ହ୍ୱିସିଲ, ବଜାଇବା ସହ ପ୍ଲାକାର୍ଡ, ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା। କିଛି ଦିନ କଳା ବ୍ୟାଜ୍‍ ଓ ପୋଷାକ ପିନ୍ଧିଥିଲେ କଂଗ୍ରେସ ବିଧାୟକ। 
3. ସରକାରଙ୍କୁ ଏ ବିଷୟରେ ଏକ ଗୃହ କମିଟି ଗଠନ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ହେଲେ ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ମନେ କରି ନଥିଲେ ଶାସକ ଦଳ। ଏହି ଘଟଣା ପାଇଁ ଗୃହ କମିଟି ଦାବି ଏକ ଅଛିଣ୍ଡା ଅଙ୍କ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। 
4. ବିରୋଧୀ ଦଳଙ୍କ ଏହି ଆଚରଣ ଯୋଗୁ ବିଧାନସଭାରୁ  ସମସ୍ତ ୧୪ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ପ୍ରଥମେ ୧୨ ଜଣ ଓ ପରେ ୨ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ପରେ ବିଧାୟକମାନେ ଗୃହ ଭିତରେ ରହିଥିଲେ। ଏହା ଆଇନ ବିରୋଧି ଥିବାରୁ ବିଧାନସଭାର ସୁରକ୍ଷା କର୍ମୀ ତାଙ୍କୁ ରାତି ଅଧରେ ଗୃହ ବାହାରକୁ ବାହାର କରିଥିଲେ। ଏହାପରେ ମହାତ୍ମା ଗାନ୍ଧି ମାର୍ଗରେ ସେମାନେ ଆନ୍ଦୋଳନ କରିଥିଲେ। 
5. ଆଜି ବିଧାୟକଙ୍କ ସହ କଂଗ୍ରେସ କର୍ମୀମାନେ ବିଧାନସଭା ଘେରାଉ କରିବେ। ନୂଆକରି ପିସିସି ଦାୟିତ୍ୱ ନେବା ପରେ ଭକ୍ତଚରଣ ଦାସଙ୍କ ଏହା ହେଉଛି ପ୍ରଥମ ଡାକରା। ଏହାକୁ ଅଧିକ ସଫଳ କରାଇବା ପାଇଁ ରାଜ୍ୟର ବିଭିନ୍ନ କୋଣରୁ ଆଜି କଂଗ୍ରେସ କର୍ମୀମାନେ ରାଜଧାନୀରେ ପହଞ୍ଚିବା ଆଶଙ୍କା ରହିଛି। 
6. ସେମାନେ ବିଧାନସଭା, ଲୋକସେବା ଭବନ, ଖାରବେଳ ଭବନ, ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟକୁ ଘେରଉ କରିପାରନ୍ତି ତଥା ଏଠାରେ ଧସେଇ ପସିବାକୁ ଉଦ୍ୟମ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏଣୁ ଏଠାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ସକାଳ ୯ଟା ୩୦ ମିନିଟ୍‍ ସମୟ ପୂର୍ବରୁ ପହଞ୍ଚିବାକୁ କୁହାଯାଇଛି। ୧୦ଟା ୧୫ରେ ଲୋକସେବା ଭବନ ଗେଟ୍‍ ବନ୍ଦ ହେବ। କର୍ମଚାରୀ ଓ ପୂର୍ବରୁ ପାସ୍‍ ପାଇଥିବା ସାଧାରଣଙ୍କ ଲୋକଙ୍କୁ ହିଁ ପ୍ରବେଶ ଅନୁମତି ମିଳିବ। 
7. ବିଶେଷକରି କଂଗ୍ରେସ କର୍ମୀଙ୍କୁ ଜନପଥରେ ଅଟକାଇବାକୁ ଚେଷ୍ଟା କରାଯିବ। ଏଣୁ  ବିକ୍ଷୋଭକାରୀମାନଙ୍କୁ ରାମହଲଠାରୁ ରୂପାଲି ଛକ ଭିତରେ ସୀମତ ରଖିବାକୁ ପୁଲିସ ଚିନ୍ତା କରିଛି। ଏଣୁ ଏହି ରାସ୍ତା ଦେଇ କୌଣସି ଗାଡ଼ି ଚଳାଚଳକୁ ବାରଣ କରାଯାଇଛି। ଏହି ରାସ୍ତାରେ ଯିବାକୁ ଥିବା ବ୍ୟକ୍ତିଙ୍କୁ ବିକଳ୍ପ ରାସ୍ତା ଦେଖିବାକୁ କୁହାଯାଇଛି। ସକାଳ୯ଟାରୁ ଦିନ ୩ଟା ଯାଏ ଏହିଭଳି ବିକ୍ଷୋଭ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। 
8. ପୂର୍ବରୁ କଂଗ୍ରେସ ବିକ୍ଷୋଭ ସମୟରେ ଅନେକ ହିସାତ୍ମକ ଆଚରଣ ଦେଖିବାକୁ ମିଳିଛି। ଏପରିକି କଂଗଅେସ କର୍ମୀମାନେ ପୁଲିସକୁ ଢେଲାମାରିବା, ପୁଲିସକୁ ଆହତ କରିବାର ନଜୀର ରହିଛି। ଏଣୁ ଆଜି ମଧ୍ୟ ଏହି ଆଚରଣ ରହିପାରେ। ଏଣୁ ପୁଲିସ ସମସ୍ତ ଗୁଇନ୍ଦା ତଥା ସଂଗ୍ରହ ପାଇଁ ଚେଷ୍ଟା କରିଛି। 
9. ଏହିଭଳି ଲମ୍ବା ସମୟ ଆନ୍ଦୋଳନ ଦ୍ୱାରା ରାଜ୍ୟରେ କମ୍‍ ଆସନ ଥିଲେ ମଧ୍ୟ ଅଧିକ ଚର୍ଚ୍ଚିତ ହେଉଛି କଂଗ୍ରେସ। ଏହାକୁ ବିରୋଧୀ ଦଳର ସଫଳତା ତଥା ବିଜେଡିକୁ ନିରସ୍ତ୍ର କରୁଥିବା ଉପାୟ ବୋଲି ଆଲୋଚନା ହେଉଛି ।
10. ଏହି ଆନ୍ଦୋଳନରେ ଅଧିକ ଚର୍ଚ୍ଚିତ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ ପ୍ରଥମେ ୭ ଦିନ ଲାଗି ନିଲମ୍ବିତ ହୋଇଥିଲେ। ଏହାପରେ ସେ ଗୃହକୁ ଫେରିବା ପରେ ପୁଣିଥରେ ତାଙ୍କ ଡାକରାରେ ଆନ୍ଦୋଳନ ବ୍ୟାପିଥିଲା। ଏହାଦ୍ୱାରା ୧୨ ଜଣ ଓ ପରେ ୨ ଜଣ ନିଲମ୍ବିତ ହୋଇଥିଲେ। ଦେଶର ବିଭିନ୍ନ କୋଣରେ ଏପରରି ନିଲମ୍ବନ ପ୍ରକ୍ରିୟା ଚାଲିଛି। କେବଳ ଫେବୃୟାରୀ-ମାର୍ଚ୍ଚ ବଜେଟ୍‍ କାଳରେ ବିଭିନ୍ନ ସ୍ଥାନରେ ୫୨ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି।
;