Advertisement
Photo Details/zeeodisha/odisha2757939
photoDetails0hindi

Lightning Strike: ଭୟଙ୍କର କାଳବୈଶାଖୀ ବର୍ଷା, ବଜ୍ରାଘାତରେ ପ୍ରାଣ ହରାଇଲେ ଗୋଟିଏ ପରିବାରର ୩ ସଦସ୍ୟ

Lightning Strike: (ନୀରଜ ଶତପଥୀ) କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅଞ୍ଚଳ ରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି।

1/4

ପଟାଙ୍ଗି ବ୍ଲକ ଅନ୍ତର୍ଗତ ଆମ୍ଫାବେଲି ପଞ୍ଚାୟତ ର କନ୍ଧପୁଟାବନ୍ଧ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ନିଜ ଚାଷ ଜମିରେ କାମ କରୁଥିବା ବେଳେ, କାଳ ବୈଶାଖୀ ମାଡ଼ି ଆସିଥିଲା। ପବନ ଓ ବର୍ଷା ସାଙ୍ଗକୁ ବିଜୁଳି ଘଡ ଘଡି ମାରୁଥିଲା। 

2/4

ବିଲରେ କାମ କରିଥିବା ପୁରୁଷ ଓ ମହିଳା ମାନେ ନିକଟସ୍ଥ ଗଛ ତଳେ ଆଶ୍ରୟ ନେଇଥିଲେ। ତେବେ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତ ଗଛ ଉପରେ ହୋଇଥିଲା। ସେହି ଗଛ ତଳେ ଆଶ୍ରୟ ନେଇଥିବା ଗୋଟିଏ ପରିବାରର ୩ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। 

3/4

ପାଖରେ ଥିବା ଏକ କୁକୁର ମଧ୍ୟ ଏହି ବଜ୍ରାଘାତରେ ମୃତ୍ୟୁ ବରଣ କରିଛି। ମୃତକ ସମସ୍ତେ କନ୍ଧାପୁଟାବନ୍ଧ ଗ୍ରାମର। ବାପା, ଝିଅ ସହିତ ସମ୍ପର୍କୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। 

4/4

ମୃତକମାନେ ହେଲେ ଗେମେଲ କ୍ରିଷ୍ଣା (୪୫), ଝିଅ ଗେମେଲ୍ କାମି (୧୬) ଏବଂ ବୃଦ୍ଧା ତୁମ୍ବାଇ ଗେମେଲ (୬୨) ।

;