Advertisement
Photo Details/zeeodisha/odisha2735069
photoDetails0hindi

Akshaya Tritiya 2025: ଅକ୍ଷୟ ତୃତୀୟାରେ ଏକାସାଙ୍ଗରେ ପଡୁଛି ୩ଟି ଦୁର୍ଲଭ ଯୋଗ, ମାଲାମାଲ୍ ହେବେ ଏହିସବୁ ରାଶି!

Akshaya Tritiya 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତାକାଲି ଅକ୍ଷୟ ତୃତୀୟା। ସନତାନ ଧର୍ମରେ ଅକ୍ଷୟ ତୃତୀୟାକୁ ବର୍ଷର ଏକ ଶୁଭ ଦିନ ବୋଲି ବିବେଚନା କରାଯାଏ। ଏହିଦିନ ଗଜକେଶରୀ ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ ଏବଂ ମାଲବ୍ୟ ଯୋଗ ପରି ତିନି ରାଜଯୋଗ ସୃଷ୍ଟି ହେଉଛି। ଅକ୍ଷୟ ତୃତୀୟାରେ ତିନୋଟି ଦୁର୍ଲଭ ଯୋଗ ପଡୁଥିବାରୁ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟାରୁ କେଉଁସବୁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...

1/3

ବୃଷ: ଅକ୍ଷୟ ତୃତୀୟାରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି,ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଯେଉଁମାନେ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ । ସେହି ଲୋକମାନେ କୌଣସି ସଭା ସମିତିରେ ସମ୍ମାନୀତ ହେବେ। ପୁରୁଣା ନିବେଶରୁ ଅଧିକ ଲାଭ ପାଇବେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ବିନିଯୋଗ କଲେ ଅଧିକ ଟଙ୍କା ଲାଭ ପାଇବେ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ଭଲ ରେଜଲ୍ଟ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

ALSO READ: Gold Rate Today: ନୂଆ ସୁନାଦର ଜାରି,୭୪ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ

ALSO READ: Grah Gochar May 2025: ମେ'ରେ ୬ଗ୍ରହଙ୍କ ଶୁଭ ଚଳନ,ଫିଟିବ ୫ରାଶିଙ୍କ ଭାଗ୍ୟ;ବଢିବ ବ୍ୟାଙ୍କ୍ ବାଲାନ୍ସ

 

2/3

ମିଥୁନ:ଅକ୍ଷୟ ତୃତୀୟରେ ପଡୁଥିବା ଦୁର୍ଲଭ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ୍ କରିବେ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଚାକିରିଆ ଲୋକମାନଙ୍କୁ ପଦୋନ୍ନତି ସହ ଦରମା ବୃଦ୍ଧି ହେବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେୁଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପାରିବାରିକ ସମ୍ପର୍କ ଅଧିକ ମଜବୁତ୍ ହେବ। ପରିବାର ସଦସ୍ୟଙ୍କ  ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁନା-ଅଳଙ୍କାର ଓ ଦାମୀ ଜିନିଷ କ୍ରୟ କରିବେ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ଆଶା ରଖିଛନ୍ତି। ସେମାନଙ୍କ ଆଶା ପୂରା ହେବ। 

 

3/3

ମୀନ: ଅକ୍ଷୟ ତୃତୀୟାରେ ପଡିଥିବା ଦୁର୍ଲଭ ଯୋଗ ଏ-ହି ରାଶିକୁ ମାଲାମାଲ୍ କରିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଶୁଭ ରହିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ଲାଭ ମିଳିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନୂଆ ଘର କିମ୍ବା ଜମି କିଣିବାର ଆଶା ପୂରଣ ହେବ। ଲକ୍ଷ୍ମୀଙ୍କ ଆର୍ଶିବାଦରୁ ବର୍ଷସାରା ଟଙ୍କାର ଅଭାବ ରହିବନି। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;