Subhadra Yojana: ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ସୁଭଦ୍ରା ଟଙ୍କା ଦିଆଯିବ। ତେବେ, ଆସନ୍ତୁ ଜାଣିବା କେବେ, ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ?
ଆସନ୍ତା ୨୨ ଓ ୨୩ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ।
ALSO READ: ବଙ୍ଗୋପସାଗରରେ ଲଘୁଚାପ, ଏହିସବୁ ଜିଲ୍ଲାରେ ବିଜୁଳ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି
ALSO RED: Hanuman Jayanti 2025: ହନୁମାନ ଜୟନ୍ତୀରେ ପଡୁଛି ଦୁର୍ଲଭ ଯୋଗ, ଫିଟିବ ୭ରାଶିଙ୍କ ଭାଗ୍ୟ, ହେବ ଟଙ୍କା ବର୍ଷା ସହ...
ତୃତୀୟ କିସ୍ତି ପରେ ଯେଉଁମାନେ ୨୧ ବର୍ଷ ହୋଇଥିବେ ତାଙ୍କ ପାଇଁ ସୁଭଦ୍ରା ଓପନ୍ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ପ୍ରଥମ କିସ୍ତି ପାଇବା ପରେ ଅନେକ ହିତାଧିକାରୀ ତାଲିକାରୁ କଟି ଯାଇଛନ୍ତି।
ହିତାଧିକାରୀମାନେ କିଛି ଲୋନ୍ ଆବେଦନ କରି ଆଇଟି ରିଟର୍ଣ୍ଣ ଦେଇଥିବାରୁ କଟି ଯାଇଛି। ଏକ କୋଟି ହିତାଧିକାରୀ ହେଇଯାଇଥିବାରୁ ବର୍ତ୍ତମାନ ଆଇ ନୂଆ ଆବେଦନ କରିପାରିବେନି।
ରିଜେକ୍ସନ୍ ଲିଷ୍ଟର ସର୍ଭେ କରାଯାଇ ବଞ୍ଚିତ ଥିବା ହିତାଧିକାରୀକାରୀଙ୍କୁ ଦିଆଯିବ ତୃତୀୟ କିସ୍ତି। ମାର୍ଚ୍ଚ ୩୧ ତାରିଖ ପରେ ମଧ୍ୟ କିଛି ଆବେଦନ ଆସିଛି।
ରିଜେକ୍ସସନ୍ ଲିଷ୍ଟରେ ହିତାଧିକାରୀଙ୍କ ଯାଞ୍ଚ ପରେ ତୃତୀୟ କିସ୍ତି ଦିଆଯିବ। ତା ପରେ ନୂଆ ଆବେଦନ କଥା ଚିନ୍ତା କରାଯିବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ଏପ୍ରିଲ୍ ୨୨ ଓ ୨୩ ତାରିଖରେ ସୁଭଦ୍ରା ଟଙ୍କା ମିଳିବ। ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ।
ସୁଭଦ୍ରା ଯୋଜନାରୁ ବାଦ୍ ପଡିଥିବା ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ହେବେ। ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବ।
ସୂଚନା ଯୋଗ୍ୟ, ସୁଭଦ୍ରା ଯୋଜାନାରେ ୧ କୋଟି ୬୫ ହଜାର, ୮୭୭ ମହିଳା ପ୍ରଥମ କିସ୍ତି ପାଇଥିବା ବେଳେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ବିତୀୟ କିସ୍ତି ପାଇଛନ୍ତି।
ट्रेन्डिंग फोटोज़