Bahuda Yatra: ଆଉ ଦୁଇ ଦିନ ପରେ ବାହୁଡା ଯାତ୍ରା। ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ନୀଳ କନ୍ଦରକୁ ବାହୁଡିବେ। ବାହୁଡା ସମୟରେ ପୁରୀ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଗୁଣ୍ଡିଚା ଯାତ୍ରା ସମୟରେ ଯେଉଁ ସବୁ ତୃଟି ପରିଲକ୍ଷିତ ହୋଇଥିଲେ ସେଥିରେ ସୁଧାର ଆଣି ସୁରୁଖୁରୁ ଏହି ବାହୁଡା ଯାତ୍ରାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛି ପୁରୀ ପୋଲିସ। ତେବେ ଭିଡ଼ ନିୟନ୍ତ୍ରଣ ଓ ସୁରୁଖୁରୁରେ ଯାତାୟତକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଏକ ଟ୍ରାଫିକ୍ ଆଡଭାଇଜାରୀ ଜାରି କରାଯାଇଛି।
ପୁରୀ ପୋଲିସ ନିର୍ଦ୍ଦେଶନାମା ଜାରି କରି କହିଛି ଯେ ଭୁବନେଶ୍ୱର, ବ୍ରହ୍ମଗିରି ଓ କୋଣାର୍କ ପଟରୁ ଆସି ଶ୍ରଦ୍ଧାଳୁମାନେ ପୁରୀରେ ପ୍ରବେଶ କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଛକ, ଦେବିଘାଟ, ଦେଇ ଜଗନ୍ନାଥ ବଲ୍ଲଭଠାରେ ନିଜନିଜର ଯାନ ଗୁଡିକୁ ରଖିବେ। ଜଗନ୍ନାଥ ବଲ୍ଲଭ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆଯାନ ମଶାଣିଚଣ୍ଡି ଛକ ଠାରୁ ମାଟିତୋଟା ଖେଳ ପଡିଆ ଠାରେ ନିଜର ଗାଜଡି ରଖିପାରିବେ।
ସେହିପରି ଭୁବନେଶ୍ୱର ଦିଗରୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ମଶାଣିଚଣ୍ଡୀ ଛକ, ଦେବିଘାଟ ଛକ ଦେଇ ଜଗନ୍ନାଥ ବଲ୍ଲଭ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଜଗନ୍ନାଥ ବଲ୍ଲଭଠାରେ ଗାଡି ଫୁଲ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନ ଗୁଡିକ ମଶାଣିଚଣ୍ଡୀ ଛକ ଠାରୁ ମାଟିତୋଟା ଖେଳ ପଡିଆ ଠାରେ ନିଜ ନିଜର ଯାନ ଗୁଡିକୁ ରଖୁବେ।
ମାଟିତୋଟା ଖେଳ ପଡିଆ ପୂର୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ଯାନ ଗୁଡିକ ମଙ୍ଗଳାଘାଟ ଛକ ଠାରୁ ଶ୍ରୀସେତୁ ଦେଇ ମାଟିତୋଟା ହେଲିପ୍ୟାଡ଼୍ ପଡିଆ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ଜଗନ୍ନାଥ ବଲ୍ଲଭ ଠାରେ ରଖୁଥୁବା ଯାନ ଗୁଡିକ ନରେନ୍ଦ୍ର କୋଣ, ଜଟିଆ ବାବାଜୀ ଛକ, କୁମ୍ଭାରପଡା ଥାନା, ଅଠରନଳା ବାଟଗାଁ ଛକ ଦେଇ ଭୁବନେଶ୍ଵର ପାଇଁ ପ୍ରସ୍ଥାନ କରିବେ ।
କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନଗୁଡିକ ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ୍ ଛକ, ପେଣ୍ଠକଟା ଛକ, ସୁବାଷ ବୋସ ଛକ ଦେଇ ହୋଲିଡେ ରିସୋର୍ଟ, ବ୍ଲୁ ଫ୍ଲାଗ୍ ବେଳାଭୂମି ଓ ନୀଳାଚଳ ଅଶୋକ ଠାରେ ନିଜ ନିଜର ଯାନ ଗୁଡିକୁ ରଖିବେ । ପୁଣି ସେଠାରୁ ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ ବୋଲି ପୁରୀ ପୋଲିସ ସୂଚନା ଦେଇଛି।
ତାଳବଣିଆ ପଟୁ ଆସୁଥିବା ଅଟୋଗୁଡିକ ୱାଟରଓ୍ବାର୍କସ୍ ରୋଡ, ଓଡିଶା ବେକେରୀ ଓ ରାମ ମନ୍ଦିର ଦେଇ ଘୋଡା ବଜାର ପର୍ଯ୍ୟନ୍ତ ଆସିପାରିବେ। ଫେରିଲାବେଳେ ରାମ ମନ୍ଦିର, ଶ୍ରୀକ୍ଷେତ୍ର କଲୋନୀ ଓ ମଙ୍ଗଳା ମନ୍ଦିର ବାଟ ଦେଇ ପ୍ରସ୍ଥାନ କରିବେ।
ତାଳବଣିଆ ପଟୁ ଆସୁଥିବା ଅଟୋଗୁଡିକ ୱାଟରଓ୍ବାର୍କସ୍ ରୋଡ, ଓଡିଶା ବେକେରୀ ଓ ରାମ ମନ୍ଦିର ଦେଇ ଘୋଡା ବଜାର ପର୍ଯ୍ୟନ୍ତ ଆସିପାରିବେ । ଫେରିଲାବେଳେ ରାମ ମନ୍ଦିର, ଶ୍ରୀକ୍ଷେତ୍ର କଲୋନୀ ଓ ମଙ୍ଗଳା ମନ୍ଦିର ବାଟ ଦେଇ ପ୍ରସ୍ଥାନ କରିବେ।
ମାଳତୀପାଟପୁର ପଟୁ ଆସୁଥିବା ଅଟୋଗୁଡିକ ବାଟଗାଁ ଛକ ଦେଇ ଅଠରନଳା ପର୍ଯ୍ୟନ୍ତ ଆସିପାରିବେ । ସେହି ସମାନ ବାଟ ଦେଇ ପ୍ରସ୍ଥାନ କରିବେ । ବ୍ରହ୍ମଗିରି ପଟୁ ଆସୁଥିବା ଅଟୋଗୁଡିକ ମଙ୍ଗଳାଘାଟ ଛକ ଦେଇ ଷ୍ଟଲିଂ ଛକ ପର୍ଯ୍ୟନ୍ତ ଆସିପାରି ବାଟ ଦେଇ ପ୍ରସ୍ଥାନ କରିବେ।
ट्रेन्डिंग फोटोज़