Puri News: ଆଜି ୫ ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ। ସନ୍ଧ୍ୟା ୫ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ୍ ରହିବ । ଆଜି (୨ ତାରିଖ ବୁଧବାର) ଚୈତ୍ର ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମୁଖ ସିଂହାର ହେବେ କାଳିଆ ଠାକୁର ।
Trending Photos
Puri News: ଆଜି ୫ ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ। ସନ୍ଧ୍ୟା ୫ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ୍ ରହିବ । ଆଜି (୨ ତାରିଖ ବୁଧବାର) ଚୈତ୍ର ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମୁଖ ସିଂହାର ହେବେ କାଳିଆ ଠାକୁର ।ଦତ୍ତ ମହାପାତ୍ର ସେବାୟତ ମାନଙ୍କ ଦ୍ଵାରା ଅନୁଷ୍ଠିତ ହେବ ଗୁପ୍ତ ନୀତି ।ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୫ଟା ଠାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ALSO READ: Weather Update: ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା, ଆଜି ଏହିସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ALSO READ: Gold Rate Today: ସୁନାଦରରେ ଲାଗିଲା ବ୍ରେକ୍, ଭୁବନେଶ୍ବରରେ ୭୦ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ
ସେପଟେ ବନକ ଲାଗି ନୀତି ଯୋଗୁଁ ବନ୍ଦ୍ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ଭଣ୍ଡାର ଘର ମରାମତି ପାଇଁ ଏଏସ ଆଇକୁ ଅନୁମତି ଦିଆଯାଇଛି । ତେବେ ଦ୍ଵିତୀୟ ଭୋଗ ମଣ୍ଡପ ପରେ ବନକ ଲାଗି ନୀତି ରହିବା ସହ ପରଦିନ ଭକ୍ତଙ୍କ ଦର୍ଶନ ଦୃଷ୍ଟିରୁ ଏପ୍ରିଲ ୩ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ୍ ରହିବ ।