Puri News: ଆଜି ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟା
Advertisement
Article Detail0/zeeodisha/odisha2775037

Puri News: ଆଜି ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟା

Puri News: ଆଜି ଶ୍ରୀମନ୍ଦିରରେ ପାଳିତ ହେବ ସାବିତ୍ରୀ ଅମାବାସ୍ୟା ଓ ଭିତର ଚନ୍ଦନ ଯାତ୍ରାର ଦ୍ବିତୀୟ ଜଳକ୍ରୀଡ଼ା ନୀତି । ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହେଉଅଛି ।

Puri News: ଆଜି ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟା

Puri News: ଆଜି ଶ୍ରୀମନ୍ଦିରରେ ପାଳିତ ହେବ ସାବିତ୍ରୀ ଅମାବାସ୍ୟା ଓ ଭିତର ଚନ୍ଦନ ଯାତ୍ରାର ଦ୍ବିତୀୟ ଜଳକ୍ରୀଡ଼ା ନୀତି । ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହେଉଅଛି । ଶ୍ରୀମନ୍ଦିର ଭିତର ବେଢାର ଜଳକ୍ରୀଡା ମଣ୍ଡପରେ ଏହି ନୀତି ପାଳିତ ହୋଇଥାଏ। ଦିବା ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସରିବା ପରେ ଦକ୍ଷିଣି ଘର ଭୋଗ ସରି ଶ୍ରୀମଦନମୋହନ ରତ୍ନସିଂହାସନକୁ ବିଜେ ହୋଇଥାନ୍ତି। ଶ୍ରୀମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପ୍ରାପ୍ତ ହୋଇ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିଥାନ୍ତି। 

ସେଠାରେ ମହାଜନ ସେବକ ମାନେ ଦିଅଁ ଙ୍କ ଜଳ କୁଣ୍ଡରେ ବିଜେ କରାଇଥାନ୍ତି ଓ ମୁଦିରସ୍ତ ସେବକ ପ୍ରସାଦ ଲାଗି କରାନ୍ତି। ଚନ୍ଦନ ପାଣି ପିଚିକାରୀ ହେବା ପରେ ଶୀତଳ ଭୋଗ ଓ ଶ୍ରୀଅଙ୍ଗ ପୋଛା ,ମଇଲମ ,ମାଳଫୁଲ ଲାଗି ହୋଇ ବେଶ ବଢିଥାଏ। ଏହାପରେ ଶ୍ରୀଦେବୀ ରତ୍ନସିଂହାସନରେ ବିଜେ କରି ଶ୍ରୀଅଙ୍ଗ ଲାଗି ହୋଇଥାନ୍ତି ଓ ଶ୍ରୀମଦନମୋହନ ଦକ୍ଷିଣ ଘରକୁ ବିଜେ କରିଥାନ୍ତି।

ସେପଟେ ଆଜି ସାବିତ୍ରୀ ଅମାବାସ୍ଯା ସହ ମହାପ୍ରଭୁଙ୍କ ସାଗର ବିଜେ ନିତି ରହିଛି। ଏଥିସହିତ ଭିତର ଚନ୍ଦନଯାତ୍ରା ରହିଛି। ଏହାକୁ ଦୃଷ୍ଟିରେ ରଖି ଗତକାଲି ଠାରୁ ନିତିକାନ୍ତିକୁ ସଅଳ କରାଯାଇଛି। ଆଲଟ ଲାଗି ଜଳ କ୍ରୀଡା,ରୋହିଣୀ ବୃଷ ନକ୍ଷତ୍ର । ଏଣୁ ପୂର୍ବ ରାତ୍ର ପହୁଡ଼ ଭୋର ୦୩ଟା୪୫ରେ ହେବା ସହ ଦ୍ଵାର ଫିଟା ନିତି ସକାଳ ୬ଟା୨୦ରେ ସମ୍ପର୍ଣ୍ଣ ହୋଇଛି। ତାପରେ ୭ଟା ୫ରେ ମଙ୍ଗଳ ଆଳତି ଆଦି ଦୈନନ୍ଦିନ ନିତି କାନ୍ତି ଆଗକୁ ବଢିଛି।

;