Puri News: ଆଜି ରୁକ୍ମିଣୀ ହରଣ ଏକାଦଶୀ ;ମହାପ୍ରଭୁଙ୍କ ବିବାହ ଉତ୍ସବ ପାଇଁ ଏତିକି ଘଣ୍ଟା ଦର୍ଶନ ବନ୍ଦ
Advertisement
Article Detail0/zeeodisha/odisha2789331

Puri News: ଆଜି ରୁକ୍ମିଣୀ ହରଣ ଏକାଦଶୀ ;ମହାପ୍ରଭୁଙ୍କ ବିବାହ ଉତ୍ସବ ପାଇଁ ଏତିକି ଘଣ୍ଟା ଦର୍ଶନ ବନ୍ଦ

Puri News: ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ। ରୁକ୍ମିଣୀଙ୍କୁ  ବିବାହ କରିବେ ମହାପ୍ରଭୁ।   ଏଥିପାଇଁ ସଜ ଫୁଲରେ ଆକର୍ଷଣୀୟ ଭାବେ ସଜେଇ ହୋଇଛି ଶ୍ରୀମନ୍ଦିର। ସେପଟେ ଶ୍ରୀମନ୍ଦିର ଚାରି ଦୁଆରେ ବାଜୁଛି ତେଲିଙ୍ଗି ବାଜା। ତୁରୀ ମହୁରୀରେ ପ୍ରକମ୍ପିତ ହେଉଛି ଶ୍ରମନ୍ଦିର ପରିବେଶ। ଆକର୍ଷଣୀୟ ଫୁଲରେ ସଜେଇ  ଆଉ ଏହି ପବିତ୍ର ତିଥିକୁ  ରୁକ୍ମିଣୀ ହରଣ ଏକାଦଶୀ ଭାବେ ପାଳନ କରାଯାଉଛି।

ନୀତି ନିର୍ଘଣ୍ଟ ଅନୁସାରେ ସଂନ୍ଧ୍ଯାଧୁପ ପରେ ମହାପ୍ରଭୁଙ୍କ ବିବାହ ନିତି ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିରରେ ବିଶେଷ ନୀତି ଥିବାରୁ ଆଜି ଅପରାହ୍ନ ୧ଟାରୁ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି।  ଆଜିର ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ ।  ସେଥିପାଇଁ  ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ ।  ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ ।

ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିଲେ । ତେଣୁ ଏହି ପରମ୍ପରା ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । 

ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ଅନୁଷ୍ଠିତ। ସେପଟେ ରଥଯାତ୍ରାର ନିତି ସୃଙ୍ଖଳିତ କରିବାକୁ ରାଜେନ୍ଦ୍ରାଭିସେକ, ରୁକ୍ମିଣୀ ବିବାହ ଠାରୁ ନିତିଶୃଙ୍ଖଳିତ କରିବାକୁ ହେବ। ଏଣୁ ଗତକାଲି ରାଜେନ୍ଦ୍ରାଭିସେକ  ଠାରୁ ନିତି ସୃଙ୍ଖଳିତ କରାଯାଉଛି ଯେଭଳି ରଥଯାତ୍ରାରେ ଅସୁବିଧା ହେବନାହିଁ। 

ଗତକାଲି ରାତିପହୁଡ ଆଜି ଭୋର ୪ଟାରେ ହୋଇଥିବା ବେଳେ ଦ୍ୱାରଫିଟା ୬ଟା ୩୦ରେ ସମ୍ପର୍ଣ୍ଣ ହୋଇଛି।ଏଥର ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରାୟ ୭୦ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ଜଣାପଡ଼ିଛି । ସ୍ନାନପୂର୍ଣ୍ଣମୀକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଉଛି। ସ୍ନାନପୂର୍ଣ୍ଣମୀ ରେ ଲକ୍ଷଲକ୍ଷ ଭକ୍ତଙ୍କ ସୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର ନିକଟରୁ ମାର୍କେଟ ଛକ ପର୍ଯ୍ୟନ୍ତ ଲମ୍ବା ବେରିଗେଡ କରାଯାଉଛି।

;