ଭାରତକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେଇଥିଲା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ,ଜାଣନ୍ତୁ କେମିତି
Advertisement
Article Detail0/zeeodisha/odisha2836538

ଭାରତକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେଇଥିଲା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ,ଜାଣନ୍ତୁ କେମିତି

Anant Ambani & Radhika Merchant's 1st Wedding Anniversary: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ବୋହୂ ରାଧିକା ମର୍ଚ୍ଚାଣ୍ଟଙ୍କ ଆଜି ହେଉଛି ପ୍ରଥମ ବିବାହ ବାର୍ଷିକୀ।  

ଭାରତକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେଇଥିଲା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ,ଜାଣନ୍ତୁ କେମିତି

Anant Ambani & Radhika Merchant's 1st Wedding Anniversary: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ବୋହୂ ରାଧିକା ମର୍ଚ୍ଚାଣ୍ଟଙ୍କ ଆଜି ହେଉଛି ପ୍ରଥମ ବିବାହ ବାର୍ଷିକୀ।  ରାଧିକା ଓ ଅନନ୍ତଙ୍କ ବିବାହ ଦେଶ ଏବଂ ବିଶ୍ବକୁ ଅନୁଭୂତି ହୋଇଥିଲା।  ୨୦୨୪ ମସିହା, ଜୁଲାଇ ୧୨ରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ଏକ ସାମାଜିକ ଘଟଣା ଭାବେ ନ ରହି ଭାରତର ସର୍ବାଧିକ ଅନୁସୃତ  ସାଂସ୍କୃତିକ  ଘଟଣା ହୋଇଥିଲା। ଯାହା ଭାରତକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେଇଥିଲା। ବିଶ୍ବବ୍ୟାପି ଲକ୍ଷ ଲକ୍ଷ ସାମାଜିକ ଗଣମାଧ୍ୟମରେ ସୁନ୍ଦର ଏବଂ ଆକର୍ଷଣୀୟ ରିତିନୀତିର ସାକ୍ଷୀ ରହିଥିଲା 

fallback

ହିନ୍ଦୁ ବିବାହର ପବିତ୍ର ମହତ୍ତ୍ବ: ହିନ୍ଦୁ ପରମ୍ପରାରେ ବିବାହକୁ କେବଳ ଏକ ସାମାଜିକ ଚୁକ୍ତି ଭାବରେ ନୁହେଁ।  ବଂର ଏକ ପବିତ୍ର  ଏବଂ ଜୀବନ ବ୍ୟାପୀ ପ୍ରତିବଦ୍ଧତା  ଭାବରେ ଦେଖାଯାଏ। ଏହା ୨ ବ୍ୟକ୍ତି, ସେମାନଙ୍କ ପରିବାର ଏବଂ ସାମ୍ପଦାୟିକ ମଧ୍ୟରେ  ଏକ ଦିବ୍ୟ ମିଳନକୁ ପ୍ରତିବଦ୍ଧ କରେ। ଯେତେବେଳେ ପ୍ରାୟତଃ ପ୍ରାଚୀନ ରୀତିନିତି  ଆଧୁନିକ ସମୟରେ ପାଳନ କରାଯାଏ ନାହିଁ। ସେପରି ସମୟରେ ଅମ୍ବାନୀ ଦମ୍ପତି ପ୍ରତ୍ୟକ ଭାରତୀୟ ପରାମ୍ପରା ଏବଂ ପ୍ରଥାକୁ ସତର୍କତାର ସହିତ ଅନୁସରଣ କରିଥିଲେ। ଏହି ପ୍ରଥା ଗୁଡିକ ପ୍ରତି ସେମାନଙ୍କର  ଗଭୀର ଶ୍ରଦ୍ଧା ଏବଂ ଆଧ୍ୟାମିତ ଗୁରୁମାନଙ୍କ ଆର୍ଶିବାଦ ସହିତ ସେମାନଙ୍କ ବୈବାହିକ ଜୀବନ ଆରମ୍ଭ କରିବାର ଗଭୀର ଇଚ୍ଛାରୁ ଆସିଥିଲା। ରାଧିକା-ଅନନ୍ତଙ୍କ ବିବାହ ପ୍ରଭାବଶାଳୀ ଭାବରେ  ବିଶ୍ବ ସ୍ତରରେ ଏହି ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରିଥିଲା। ଅନେକ ଅନ୍ତର୍ଜାତିୟ ବୈଶିଷ୍ଟ ବ୍ୟକ୍ତି ଏହାକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିବା ପାଇଁ ଉପସ୍ଥିତ ହୋଇଥିଲେ। 

ଭାରତର ବିଶ୍ବ ପ୍ରତିଛବିକୁ ବୃଦ୍ଧି କରିବା :ଯେତେବେଳେ ଭାରତ ବିଶ୍ବ ସ୍ତରରେ ଆତ୍ମ ବିଶ୍ବାସର  ସହିତ ନିଜର ଯଥାର୍ଥ ସ୍ଥାନ ପ୍ରତିପାଦନ କରୁଛି, ଆର୍ଥିକ , ପ୍ରଯୁକ୍ତି ବିଦ୍ୟା, ଏବଂ ଶିଳ୍ପ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦକ୍ଷତା ନିର୍ମାଣ କରୁଛି। ଏହି ଆଧ୍ୟାତ୍ମିକ ଉତ୍ସବ ବିଶ୍ବର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଭାରତରର ପ୍ରତିଛବିକୁ ଆହୁରି ବୃଦ୍ଧି କରିଛି। ବିବାହ ଅତିଥି ତାଲିକାରେ ବୃଦ୍ଧି ପାଇଥିବା ଅନ୍ତର୍ଜାତୀୟ ଆକର୍ଷଣୀୟ ଏବଂ ବିଶ୍ବ ବ୍ୟାପାରରେ ଏକ କେନ୍ଦ୍ରୀୟ ଭୂମିକାକୁ ପ୍ରତିଫଳନ କରେ। ରିଲାଏଣ୍ସ ଇଣ୍ତଷ୍ଟ୍ରିଜ୍ ଏବଂ ଅମ୍ବାନୀ ପରିବାର ବିଭିନ୍ନ କ୍ଷେତ୍ରରୁ ବିଶ୍ବ ସ୍ତରୀୟ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଏପରି ଏକ ସମାବେଶ ଆୟୋଜନ କରିଥିଲେ।  

 

;