Gold Rate Today: ସୁନା-ରୂପା ଦରରେ ବଡ଼ ପରିବର୍ତ୍ତନ,ଜାଣନ୍ତୁ କେତେ ବଢିଲା ରେଟ୍
Advertisement
Article Detail0/zeeodisha/odisha2786185

Gold Rate Today: ସୁନା-ରୂପା ଦରରେ ବଡ଼ ପରିବର୍ତ୍ତନ,ଜାଣନ୍ତୁ କେତେ ବଢିଲା ରେଟ୍

Gold Rate Today: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ଗତକାଲି ସୁନାରେଟ୍ ବୃଦ୍ଧି ପାଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ପୁଣିଥରେ ଟେନସନ୍ ରେ ପକାଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍

  ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୦,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୯୯,୧୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୧୦୦ ଓ ୧୧୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୧,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୯୯,୩୨୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୨୬୦ ଟଙ୍କା ବୃଦ୍ଧି ହୋଇଛି। ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ କୁ ୯୦,୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୯୯,୧୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ଟଙ୍କା ବଢିଛି। 

ALSO READ: Kendra Trikon Rajyog 2025: କେନ୍ଦ୍ର ତ୍ରିକୋଣ ରାଜଯୋଗ, ଆଜିଠୁ ଫିଟିଲା ୫ ରାଶିଙ୍କ ଭାଗ୍ୟ,ମିଳିବ ପୁଳା ପୁଳା ଟଙ୍କା ସହ...

ALSO READ: NEET PG Exam 2025: ଏହିଦିନ ହେବ ନିଟ୍-ପିଜି ପରୀକ୍ଷା! ଜାଣନ୍ତୁ କେତୋଟି ସିପ୍ଟରେ ହେବ ଏକଜାମ୍

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୦,୯୦୦ ଟଙ୍କା ଥିବା  ବେଳେ ୨୪ କ୍ୟାରେଟ୍ ର ଦାମ୍ ୯୯,୧୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ବଢିଛି। ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୯୦,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୯୯,୧୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ବଢିଛି। ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୯୦,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୯୯,୧୭୦ ଟଙ୍କା ରହିଛି।  ଏବଂ ୧୮ କ୍ୟାରେଟ୍ ର ଦାମ୍ ୭୪,୩୮୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ ଗ୍ରାମ୍  ସୁନାରେ ୧୦୦,୧୧୦ ଓ ୮୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ରୂପା କେଜି ପିଛା ୧୯୦୦ ଟଙ୍କା ବଢି କେଜି ପିଛା ୧,୧୩,୦୦୦ ଟଙ୍କା ରେ ପହଞ୍ଚିଛି। 

;