Advertisement
Photo Details/zeeodisha/odisha2780414
photoDetails0hindi

Flight Service: ଜୁନ୍ ୧୨ରେ ଭୁବନେଶ୍ବରରୁ ଆବୁଧାବିକୁ ଆରମ୍ଭ ହେବ ଡିରେକ୍ଟ ଫ୍ଲାଇଟ୍ ସର୍ଭିସ୍,ଜାଣନ୍ତୁ ସପ୍ତାହକୁ କେତେଦିନ ମିଳିବ ସେବା?

Flight Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର।  ଆସନ୍ତା ଜୁନ୍ ୧୨ ତାରିଖରେ ଓଡି଼ଶା ବିମାନ ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡି଼ ହେବାକୁ ଯାଉଛି।  ଭୁବନେଶ୍ବର ବିମାନ ବନ୍ଦରରୁ ସିଧା  ୟୁନାଇଟେଡ୍ ଆରବ୍ ଏମିରେଟ୍ସ ( ୟୁଏଇ) ର ରଜଧାନୀ ଆବୁଧାବିକୁ ବିମାନ ଉଡ଼ିବ। 

1/8

ଦୁବାଇ, ସିଙ୍ଗାପୁକ,ବ୍ୟାଙ୍କକ୍  ଓ କୁଆଲାଲାମ୍ପୁ ପରେ ଅନ୍ୟ ଏକ ଦେଶ ସହ ବିମାନ ସେବା ଯୋଡି଼ ହେବ।  

ALSO READ: 

2/8

ରାଜ୍ୟରେ ବିଜେପି ସରକାରଙ୍କ ଏକ ପୂର୍ତ୍ତୀ ଅବସରରେ ଏହି ବିମାନ ଯାତ୍ରାର ଶୁଭାରମ୍ଭ ହେବ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ନୂଆ ଡେଷ୍ଟିନେସନ୍ ପଲିସି ( ଏନଡିପି) ୨୦୨୪ ଆଧାରରରେ ରାଜ୍ୟର ପର୍ଯ୍ୟଟନ  ଓ ବ୍ୟବସାୟ ଉନ୍ନତିକରଣ କୁ  ଗୁରୁତ୍ବ ଦିଆଯାଉଛି।  

 

3/8

ଏହି ଉଡାଣ ଦ୍ବାରା ଅର୍ଥନୈତିକ ବିକାଶ ହେବା ସହ ସଂସ୍କୃତିର ଆଦାନ ପ୍ରଦାନ ବଢିବ।  ବିକଶିତ ଓଡିଶା ଅଭିଯାନରେ ରାଜ୍ୟ ଆଉ ପାଦେ ଆଗେଇବ ବୋଲି ସରକାର ସୂଚନା ଦେଇଛନ୍ତି। 

 

4/8

ସୂଚନା ମୁତାବକ ଇଣ୍ତିଗୋର ଏକ  ବିମାନ ସପ୍ତାହକୁ ତିନି ଦିନ ( ମଙ୍ଗଳବାର, ଗୁରୁବାର ଓ ଶନିବାର) ଭୁବନେଶ୍ବରରୁ  ଆବୁଧାବିକୁ ଚଳାଚଳ କରିବ। 

 

5/8

ରାଜ୍ୟ ସରକାରଙ୍କ ସୂଚନା ମୁତାବକ ଭୁବନେଶ୍ବରରରୁ ଦୈନିକ ହାରାହାରି ୪ଟି ବମାନ  ବିଦେଶକୁ ଚଳାଚଳ କରୁଛି। 

 

6/8

ଦୁବାଇ , ସିଙ୍ଗାପୁର, ବ୍ୟାଙ୍କକ୍  ଓ କୁଆଲାଲାମ୍ପରକୁ ବିମାନ ସେବା ଜାରି ରହିଛି।  ୨୦୨୩-୨୪ ବର୍ଷରେ କୁଆଲାଲାମ୍ପକୁ ବିମାନ ସେବା ବନ୍ଦ ଥିଲା। ସପ୍ତାହକୁ ୩ ଥର ଦୁବାଇ ,୨ ଥର ସିଙ୍ଗାପୁର ଓ ବ୍ୟାଙ୍କକ୍ କୁ ବିମାନ ଯାତାୟତ କରୁଛି।

 

7/8

ଗତ ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ  ପ୍ରାୟ ୯ଟି ନୂଆ ସହରକୁ ବିମାନ ସେବା ଆରମ୍ଭ ହୋଇଛି। ଭୁବନେଶ୍ବରରୁ ରାଜସ୍ଥାନର ଜୟପୁର, କେରଳର କୋଚି ସମେତ ଲକ୍ଷ୍ନୌ, ଇନ୍ଦୋର, ପାଟନା, ଡେରୁଡୁନ୍, ଗୋଆକୁ ବିମାନ ଚଳାଚଳ କରୁଛି।  

8/8

ମାର୍ଚ୍ଚ ୩୦ ରୁ  ଭୁବନେଶ୍ବରରରୁ ଉତ୍ତର ପ୍ରଦେଶର ଗାଜିଆବାଦ୍  ଓ ଆଣ୍ତାମାନ୍ ନିକୋବରର ରାଜଧାନୀ ପୋର୍ଟବ୍ଲେୟରକପ ସବୁଦିନ ଏୟାର ଇଣ୍ତିଆର ଏକ୍ସପ୍ରେସ୍ ବିମାନ ଚଳାଚଳ କରୁଛି। 

 

;