Advertisement
Photo Details/zeeodisha/odisha2843469
photoDetails0hindi

ଅଧ୍ୟାପକ ସମୀରଙ୍କ ନୂଆ ଠିକଣା ବାଲେଶ୍ବର ଜେଲର ୩ ନମ୍ବର ଓ୍ବାର୍ଡ,କେମିତି କଟୁଛି ଦିନ? ମିଳୁଛି ମଧ୍ୟାହ୍ନରେ ଏହିସବୁ ଖାଦ୍ୟ ସହ...

FM College Student's Death Case: ଫକୀରମୋହନ ସ୍ବଂୟ ଶାସିତ ମହାବିଦ୍ୟାଳୟର ଛାତ୍ରୀ  ଆତ୍ମହୁତି ଘଟଣାରେ ପ୍ରଫେସର୍ ସମୀର କୁମାର ସାହୁ, ଅଧ୍ୟକ୍ଷ ଦିଲ୍ଲୀର  କୁମାର ଘୋଷ ଗିରଫ  ହୋଇଛନ୍ତି।  ଉଭୟ ଏବେ ବାଲେଶ୍ବର କାରାଗାରରେ ଅଛନ୍ତି। ତେବେ, ଆସନ୍ତୁ ଜାଣିବା ଅଧ୍ୟାପକ ସମୀର ଓ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଜେଲ୍ ର କେତେ ନମ୍ବର ସେଲ୍ ରେ ରହୁଛନ୍ତି। ଆଉ ସେମାନେ କଣ ଖାଉଛନ୍ତି। ଜେଲ୍ ପକ୍ଷରୁ ସେମାନଙ୍କୁ କିଛି ବିଶେଷ ସୁବିଧା ମିଳୁଛି ନା ନାହିଁ। ଆସନ୍ତୁ ଜାଣିବା...

1/5

୧୨ ତାରିଖରେ ସମୀର୍ ଜେଲ୍ ଆସିଥିବା ବେଳେ ୧୪ ତାରିଖରେ ସମୀର ଜେଲ୍ ଆସିଥିଲେ। ଏଚ୍ -ଓ-ଡି ସମୀର ସାହୁ ୩ ନମ୍ବର  ଓ ଅଧ୍ୟକ୍ଷ ଦିଲ୍ଲୀପ୍ ଘୋଷ ୧୫ ନମ୍ବର ଓ୍ବାର୍ଡ଼ରେ ରହିଛନ୍ତି। କାରାଗାରର ସମସ୍ତ ଅନ୍ତେବାସୀଙ୍କ ଭଳି ତାଙ୍କୁ ମଧ୍ୟ ସମାନ ସୁବିଧା ମିଳୁଛି। 

ALSO READ: Surya Gochar 2025: ସୂର୍ଯ୍ୟଙ୍କ ଶୁଭ ଚଳନ, ଅଗଷ୍ଟରେ ମାଲାମାଲ୍ ହେବେ ଏହିସବୁ ରାଶି,ଟଙ୍କା ପଇସାର ରହିବନି ଅଭାବ!

ALSO READ: ଅଧ୍ୟାପକ ସମୀର ସାହୁଙ୍କ ବିବାଦର ଚିଠା ବେଶ୍ ଲମ୍ବା, ୨୦୨୧ ରୁ କରିଆସୁଥିଲେ ଏହିସବୁ କୁକର୍ମ,ନଜର ପକାନ୍ତୁ ପୁରୁଣା ରେକର୍ଡ଼ ଉପରେ...

2/5

ବୁଧବାର ଜେଲ୍ ପକ୍ଷରୁ ସେମାନଙ୍କୁ ଜଳିଖିଆ ଦିଆଯାଅଥିଲା। ମଧ୍ୟାହ୍ନ ଭୋଜନରେ ଉଭୟ ଅଣ୍ତା, ଡାଲି, ଭାତ ଏବଂ ଅପରାହ୍ନରେ  ମିକ୍ସଡ୍ ତରକାରୀ, ଡାଲି, ଭାତ,ରୁଟି ଦିଆଯାଇଥିଲା। ଜେଲର ସମସ୍ତ ଅନ୍ତେବାସୀଙ୍କ ଭଳି  ସେମାନଙ୍କୁ ମଧ୍ୟ ଏହାକୁ ଖାଇଥିଲେ। ଦିନ ତମାମ୍ ଉଭୟଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।  ପ୍ରଫେସର୍  ସମୀର ଦିନ ତମାମ୍ ଚୁପ୍ ହୋଇ ବସିଥିଲେ। ଅଧ୍ୟକ୍ଷ ଦିଲ୍ଲୀପ୍ ଘୋଷ ସ୍ବାଭାବିକ୍ ଭାବେ ଦିନ କାଟିଥିଲେ। 

3/5

ଏହି ଘଟଣାକୁ ନେଇ ସମୀରଙ୍କ ଭଳି ସେ ଚିନ୍ତାରେ ନଥିଲେ। ଏହାରି ଭିତରେ ଉଭୟଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ଭେଟିବାକୁ ଆସିଥିଲେ।  ମାତ୍ର ଆଇନ୍  ଅନୁଯାୟୀ ସେମାନଙ୍କୁ ଭେଟିବା ପାଇଁ ଦିଆଯାଇ ନଥିଲା। ଉଭୟଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଆଣିଥିବା ପୋଷାକ ଉଭୟଙ୍କୁ ଦିଆଯାଇଥିଲା। 

4/5

ଜେଲ୍ ଅଧ୍ୟକ୍ଷ ସୁଚିତ୍ରା ଦାସ୍ ଙ୍କ କହିବା କଥା,ଜେଲର ସମସ୍ତ ଅନ୍ତେବାସୀଙ୍କ ଭଳି ସେମାନଙ୍କୁ ମଧ୍ୟ ସମସ୍ତ ସୁବିଧା ଦିଆଯାଇଛି। ଉଭୟଙ୍କ ପାଇଁ ଜେଲ୍ ରେ ସଭଳି କିଛି ସ୍ବତନ୍ତ୍ର ସୁବିଧା ହୋଇନାହିଁ। ସେମାନଙ୍କୁ ଭେଟିବା ପାଇଁ ପରିବାର ଲୋକ ଆସିଥିଲେ ମଧ୍ୟ ନିୟମ ମୁତାବତ ଜେଲ୍ ରେ ରହିବାର ୭ ଦିନ ପର୍ଯ୍ୟନ୍ତ କୌଣସି ପରିବାର ସଦସ୍ୟଙ୍କୁ ଭେଟିବାର ଅନୁମତି ମିଳିବନି। ଏହି ଆଧାରରରେ ଆମେ ସେମାନଙ୍କୁ ଭେଟିବା ପାଇଁ ଦେଉନୁ। 

5/5

ଜେଲ୍ ଆଇନ୍ ଅନୁସାରେ, ଉଭୟଙ୍କ ଉପରେ ନଜର ରଖାଯାଇଥିବା ସେ କହିଥିଲେ। 

 

;