Odisha govt contractual Employee: ରଥଯାତ୍ରା ପୂର୍ବରୁ ରାଜ୍ୟର ସାମୟିକ କର୍ମଚାରୀମାନଙ୍କ ପାଇଁ ଖୁସି ଖବର। କାର୍ଯ୍ୟରୁ ଅନ୍ତର ସମୟରେ ଏଣିକି ମିଳିବ ମୋଟା ଅଙ୍କର ଟଙ୍କା। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ଏ-ଣିକି ସାମୟିକ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ବେଳେ ଅଢେଇ ଲକ୍ଷ ଟଙ୍କା ଦିଆଯିବ।
ALSO READ: Odisha Weather Report: ବଙ୍ଗୋପସାଗରରେ ଲଘୁଚାପ,ଏହିସବୁ ଜିଲ୍ଲାରେ ବିଜୁଳି ଘଡ଼ଘ଼଼ଡ଼ି ସହ ଛେଚିବ ବର୍ଷା!
ALSO READ: Guru Uday 2025: ଜୁଲାଇ ୯ରେ ଉଦୟ ହେବେ ବୃହସ୍ପତି, ମାଲାମାଲ୍ ହେବେ ଏହିସବୁ ରାଶି!
ପୂର୍ବରୁ ଏଥିପାଇଁ ଏମାନଙ୍କୁ ଦେଢ ଲକ୍ଷ ଟଙ୍କା ମିଳୁଥିଲା। ସାମୟିକ କର୍ମଚାରୀମାନଙ୍କ ପାଇଁ ଏହି ପରିମାଣ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି ନିସ୍ପତ୍ତି ଅନୁଯାୟୀ ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅନ୍ତର ହେଲେ ସେମାନଙ୍କୁ ଏକକାଳୀନ ୨.୫ ଲକ୍ଷ ଟଙ୍କା ମିଳିବ।
ଯଦି ସାମୟିକ କର୍ମଚାରୀମାନେ ନିୟମିତ ପଦବୀକୁ ଯାଇଥିବେ। କିନ୍ତୁ ୫ ବର୍ଷ ପୂରଣ କରି ନଥିବେ। ସେ-କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ୨.୫ ଲକ୍ଷ ଟଙ୍କା ଏକକାଳୀନ ମିଳିବ।
ନିୟମିତ ପଦବୀରେ ୫ ବର୍ଷରୁ ଅଧିକ ସମୟ କାମ କରିଥିଲେ , କାର୍ଯ୍ୟ ନିବୃତ୍ତି ସମୟରେ ସେମାନେ ସର୍ବନିମ୍ନ ଗ୍ରାଚୁଇଟି,ଅଢେଇ ଲକ୍ଷ ଟଙ୍କା ପାଇବେ।
ଏହି ଏକକାଳୀନ ଗ୍ରାଚ୍ୟୁଇଟି ପରିମାଣ ପ୍ରତି ୨ ବର୍ଷରେ ୧୦ ପ୍ରତିଶତ ଲେଖାଏଁ ବୃଦ୍ଧି ପାଇବା ନେଇ ନିସ୍ପତ୍ତି ହୋଇଛି। ଏହି ବୃଦ୍ଧି ପାଇଁ ଅର୍ଥ ବିଭାଗର ଅନୁମତି ଆବଶ୍ୟକତା ପଡିବ ନାହିଁ। ବିଭାଗ ପକ୍ଷରୁ ପ୍ରତି ୨ ବର୍ଷରେ ଏହି ପରିମାଣ ବୃଦ୍ଧି କରାଯାଇ ପାରିବ।
ट्रेन्डिंग फोटोज़