Advertisement
Photo Details/zeeodisha/odisha2795875
photoDetails0hindi

Sonam Raghuwanshi: ରାଜା ରଘୁବଂଶୀ ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ,ସୋନମର ପ୍ଲାନ୍ ବି’ କ’ଣ ଥିଲା ?

Sonam Raghuwanshi: ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରେ ଦିନକୁ ଦିନ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଛି। ତେବେ, ପୋଲିସ ରାଜା ହତ୍ୟା ମାମଲାରେ ଆଉ ଏକଖୁଲାସା କରିଛି। ତେବେ, ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ....

1/4

ମେଘାଳୟ ପୋଲିସ ଅନୁସାରେ, ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀ ଏବଂ ତାଙ୍କ ପ୍ରେମିକ ରାଜ କୁଶୱାହା ଏହି ହତ୍ୟାର ମୁଖ୍ୟ ଯୋଜନାକାରୀ ଥିଲେ। ଏହି ମାମଲାରେ ସୋନମ ସମେତ ରାଜ କୁଶୱାହା, ଆକାଶ ରାଜପୁତ, ବିଶାଲ ସିଂ ଚୌହାନ ଓ ଆନନ୍ଦ କୁର୍ମୀଙ୍କୁ ଗିରଫ କରାଯାଇଛି। 

ALSO READ: Gold Rate Today: ସୁନାଦରରେ ବୃହତ ବୃଦ୍ଧି,ଆଜି ଓଡି଼ଶାରେ ୨୨ କ୍ୟାରେଟ୍ ର ରେଟ୍ ରହିଛି ...

ALSO READ: Petrol And Diesel Price Today: ନୂଆ ତୈଳ ଦର ଜାରି, ଜାଣନ୍ତୁ ଓଡ଼ିଶାରେ କେତେ ରହିଛି ପେଟ୍ରୋଲ୍ -ଡିଜେଲ୍ ରେଟ୍?

2/4

ପୋଲିସ କହିଛି ସୋନମ ତାଙ୍କ ବିବାହର ମାତ୍ର ୫ ଦିନ ପରେ ରାଜାଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ସେ ହତ୍ୟାକାରୀଙ୍କୁ ୧୫ ହଜାର ଟଙ୍କା ନଗଦ ମଧ୍ୟ ଦେଇଥିଲେ । ଏବଂ ପରେ ୨୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କେବଳ ଏତିକି ନୁହେଁ ସେ ନିଜ ଆଖିରେ ରାଜାଙ୍କୁ ହତ୍ୟା କରାଯାଉଥିବାର ଦେଖିଥିଲେ । ଏବେ କିନ୍ତୁ ଆଉ ଏକ କଥା ସମ୍ନାକୁ ଆସିଛି । ଗୋଟିଏ ପ୍ଲାନ ଯଦି କାମ ନ କରେ ତାହାଲେ' ପ୍ଲାନ୍- ବି 'ମଧ୍ୟ ସୋନମ ପ୍ରସ୍ତୁତ କରିଥିଲେ ।

 

3/4

ପୋଲିସର କହିବା ଅନୁସାରେ, ସୋନମ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ଦୁଇଟି ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଥମ ଯୋଜନା ଥିଲା ହତ୍ୟାକାରୀମାନଙ୍କ ଦ୍ବାରା ତାଙ୍କୁ ହତ୍ୟା କରିବା । ଏବଂ ସେହି ସମୟରେ ଯଦି ହତ୍ୟା କରିବାରେ ବିଫଳ ହୁଅନ୍ତି ତାହାଲେ ସୋନମ ନିଜେ ହତ୍ୟା କରିବେ । ସେଲଫି ନେବା ବାହାନାରେ ତାଙ୍କୁ ପର୍ବତ ଉପରକୁ ନେଇଯିବେ ଏବଂ ସୁଯୋଗ ପାଇଲେ ତଳକୁ ଠେଲିଦେବେ । ପ୍ଲାନ ଥିଲା ଯେ,ଯାହା ବି ହେଇଯାଉ ତାଙ୍କୁ ମାରିବେ ହିଁ ମାରିବେ ।

4/4

ସୂଚନା ଯୋଗ୍ୟ କି, ମେ ୨୧ ତାରିଖରେ ମଧ୍ୟ ପ୍ରଦେଶ ଇନ୍ଦୋରର ଏକ ଦମ୍ପତି ରାଜା ରଘୁବଂଶୀ ଓ ସୋନାମ ହନିମୁନ ପାଇଁ ମେଘାଲୟ ଯାଇଥିଲେ । ପରେ ମାଆ କାମାକ୍ଷାଙ୍କ ଦର୍ଶନ ପରେ ଶିଲଂ ଚାଲିଯାଇଥିଲେ । ମେ ୨୩ ତାରିଖରୁ ଉଭୟେ ନିଖୋଜ ଥିଲେ । ଜୁନ ୨ ତାରିଖରେ ପୋଲିସ ରାଜାଙ୍କ ମୃତଦେହ ଉଦ୍ଧାର କରିଥିଲା । ତଦନ୍ତ ପରେ ପତ୍ନୀ ସୋନମ ସୁପାରି କିଲରଙ୍କୁ ଲଗାଇ ରାଜାଙ୍କୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଥିଲା । ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଉତ୍ତରପ୍ରଦେଶରୁ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣଙ୍କୁ ଇନ୍ଦୋରରୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ରାଜାଙ୍କୁ ହତ୍ୟା କରିଥିବା ଓ ଏଥିପାଇଁ ସୋନମ ତାଙ୍କୁ ନିଯୁକ୍ତ କରିଥିବା ସ୍ୱୀକାର କରିଛନ୍ତି । ପରେ ସୋନମ ଉତ୍ତରପ୍ରଦେଶର ଗାଜିପୁର ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲେ । ଘଟଣାର ଏବେ ତଦନ୍ତ ଜାରି ରହିଛି। 

 

;