Pakhala Dibasa 2025: ଓଡିଆ ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ବିଶେଷକରି ଗରିବଙ୍କ ଦିନ ସାଧାରଣତଃ ପଖାଳ କଂସାରୁ ଆରମ୍ଭ ହୋଇଥାଏ। ଆଜି ହେଉଛି ପଖାଳ ଦିବସ। ଓଡିଆଙ୍କ ଏହି ପାରମ୍ପାରିକ ଖାଦ୍ୟକୁ ଅଧିକ ଲୋକପ୍ରିୟ କରିବା ଲାଗି ଆଜିର ଦିନକୁ (ମାର୍ଚ୍ଚ ୨୦) ପଖାଳ ଦିବସ ଭାବେ ପାଳନ କରାଯାଏ। ତେବେ, ଆସନ୍ତୁ ଜାଣିବା ପଖାଳ କେବଳ ପାଟିକୁ ସୁଆଦ ଲାଗେ ନାହିଁ। ଏହାକୁ ଖାଇଲେ କେଉଁ ସବୁ ରୋଗ ଦୂର ହୁଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ...
ଓଡ଼ିଆ ସଂସ୍କୃତି ଓ ପରାମ୍ପରା ସହିତ ବେଶ୍ ଜଡିତ ହେଉଛି ପଖାଳ।
ALSO READ: ବିୟୁଟି ପାର୍ଲରରେ ଏମିତି କିଛି କାମ କଲେ ଯାତ୍ରା ଅଭିନେତ୍ରୀ ନିଶା, ଭାଇରାଲ୍ ହେଲା ଭିଡିଓ
ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ।
ସେଇଥି ପାଇଁତ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ବିଭିନ୍ନ ପଖାଳ ଭୋଗ।
ଧନୀ ହେଉ କି ଗରିବ ସମସ୍ତଙ୍କ ଘରେ ପଖାଳ ଖିଆ ଯାଇଥାଏ।
ବିଶେଷ କରି , ଖରା ଦିନ ଆରମ୍ଭରୁ ଘରେ ଘରେ ପଖାଳ ପ୍ରସ୍ତୁତି ହୋଇଥାଏ।
ପଖାଳରେ ମଧ୍ୟ ଅନେକ ଔଷଧିୟ ଗୁଣ ଭରି ରହିଛି। ଖରାଦିନେ ଏହା ପେଟ ଥଣ୍ତା ରଖିଥାଏ।
ବିଶେଷକରି, ଚାଇଁ ପଖାଳ ଖାଇଲେ କୋଷ୍ଠ କାଠିନ୍ୟ, ଅଗ୍ନିମାନ୍ଦ୍ୟ ଭଳି ରୋଗ ଦୂର ହୋଇଥାଏ।
କେବଳ ସେତିକି ନୁହେଁ, ଅର୍ଜୀର୍ଣ୍ଣ ବା ବଦହଜମୀ ଭଳି ସମସ୍ୟା ହୋଇଥାଏ।
ପେଟବ୍ୟଥା ଆଦି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି ଲୋକେ କୁହନ୍ତି।
କେବଳ ଓଡି଼ଶାର ଲୋକେ ଏହି ପଖାଳ ଦିବସକୁ ପାଳନ କରନ୍ତି ତାହା ନୁହେଁ, ରାଜ୍ୟ ବାହାରେ ରହୁଥିବା ଲୋକେ ମଧ୍ୟ ଏହି ଦିବସକୁ ପାଳନ କରନ୍ତୁ। ପଖାଳ ଦିବସକୁ ଦୃଷ୍ଟିରେ ରଖି ହୋଟେଲ୍ ମାନଙ୍କରେ ମଧ୍ୟ ପଖାଳ ପ୍ରସ୍ତୁତି କରାଯାଏ। ଆଉ ଗ୍ରାହକଙ୍କ ବରାଦ ଅନୁସାରେ ପରସାଯାଏ।
କେବଳ ଓଡି଼ଶାରେ ନୁହେଁ, ଆସାମ, ବିହାର ଓ ପଶ୍ଚିମବଙ୍ଗର ଲୋକେ ମଧ୍ୟ ପଖାଳ ଖାଇ ଥାଆନ୍ତି।
ट्रेन्डिंग फोटोज़