Advertisement
Photo Details/zeeodisha/odisha2699571
photoDetails0hindi

Petrol Diesel Price: ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଆଜି ଓଡ଼ିଶାରେ ଲିଟର ପିଛା...

Petrol Diesel Price: ଆଜି ଅର୍ଥାତ ରବିବାର ମାର୍ଚ୍ଚ ୩୦ ତାରିଖ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି।

1/5

ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର ପେଟ୍ରୋଲ ଦରରେ ମଧ୍ୟ ନୂଆ ଦର ଜାରି ହୋଇଛି। ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।

2/5

 ରାଜଧାନୀରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୦.୯୮ ଟଙ୍କା ଥିବା ବେଳେ ଡିଜେଲ୍ ଲିଟର ୯୨.୫୬ ଟଙ୍କା ରହିଛି। ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫ ପଇସା ବୃଦ୍ଧି ପାଇଛି। 

3/5

 ସେହିପରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ପେଟ୍ରୋଲ ଦର ସ୍ଥିର ରହିଛି। ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର ୯୪.୭୭ ଓ ଡିଜେଲ ଦର  ୮୭.୬୭ ଟଙ୍କା, କୋଲକାତାରେ ୧୦୫.୦୧ ଟଙ୍କା ଓ ଡିଜେଲ ୯୧.୮୨ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ୧୦୩.୫୦ ଓ ୯୦.୦୩ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲ ୧୦୦.୮୦ ଟଙ୍କା ଓ ଡିଜେଲ ୯୨.୩୯ ଟଙ୍କା ରହିଛି।  

4/5

ଏମିତି ଭାବେ ପ୍ରତ୍ୟେକ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିପାରିବେ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

5/5

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ: ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।

;