Advertisement
Photo Details/zeeodisha/odisha2797754
photoDetails0hindi

Heavy Rain in Odisha: ବିଜୁଳି-ଘଡ଼ଘଡ଼ି ସହ ଛେଚା ବର୍ଷା, ଏହି ୫ ଜିଲ୍ଲାକୁ ହାଇ ଆଲର୍ଟ...

Heavy Rain in Odisha: ଖୁବ୍ ଶିଘ୍ର ଓଡ଼ିଶାରେ ସକ୍ରିୟ ହେବାକୁ ଯାଉଛି ମୌସୁମୀ। ରାଜ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଦେଖିବାକୁ ମିଳୁଥିବା ବେଳେ ଆଉ କିଛି ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦିନରେ ଖରା-ଗରମ ହେଉଥିବା ବେଳେ ଅପରାହ୍ଣ ସମୟରେ କିଛି କିଛି ସ୍ଥାନରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। 

1/5

ଶୁକ୍ରବାର ୧୩ ତାରିଖରେ ସମସ୍ତ ୩୦ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

 

2/5

୨୫ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି।

3/5

ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଓ କଟକ ଏହି ୫ ଜିଲ୍ଲା କଳା ହାଣ୍ଡିଆ ମେଘ ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

4/5

ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। 

 

5/5

ସେପଟେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ହେତୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ବଳୟ ସୃଷ୍ଟି ହେବା ସହ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

;