Advertisement
Photo Details/zeeodisha/odisha2749411
photoDetails0hindi

Odisha Weather Report: ତାତିରୁ ମିଳିବ ତ୍ରାହି, ବିଜୁଳି ଘଡ଼ଘଡି଼ ବର୍ଷା ନେଇ ୧୦ ଜିଲ୍ଲାକୁ ଆଲର୍ଟ ଜାରି

Odisha Weather Report: ରାଜ୍ୟରେ ପୁଣି ବଢିବ ତାତି।  ଆସନ୍ତା ତିନି ଦିନ ଭିତରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବା ନେଇ ଆଶଙ୍କା ରହିଛି। ୧୦ ରୁ ୧୪ ତାରିଖ  ପର୍ଯ୍ୟନ୍ତ  କଲବଲ କରିବ ଗ୍ରୀଷ୍ମ ଜ୍ବଳା।  ତେବେ, ଆସନ୍ତୁ ଜାଣିବା ପାଣିପାଗ ବିଭାଗ କେଉଁସବୁ ଅଞ୍ଚଳ ପାଇଁ ଆଜି ବର୍ଷା ଆଲର୍ଟ ଜାରି କରିଛି।...

 

1/8

ଆଭ୍ୟନ୍ତରୀଣ ଓଡି଼ଶାରେ ନିଆଁ ବର୍ଷାକୁ ଉପକୂଳରେ ଗରମ ଗୁଳୁଗୁଳି  ଅସମ୍ଭାଳ ହେବ।

ALSO READ: Today Horoscope: ଆଜି ଦୂରଯାତ୍ରାରୁ ନିବୃତ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

2/8

ଯଦିଓ କିଛି ସ୍ଥାନରେ କାଳବୈଶାଖି ଜନିତ ବର୍ଷା ହେବ। ମାତ୍ର ବିସ୍ତୁତ ଅଞ୍ଚଳରେ ଏହାର ପ୍ରଭାବ ପଡିବନି। ଆଇଏମଡି ରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ୨ ସପ୍ତାହ ପାଇଁ  ବିସ୍ତାରିତ ପୂର୍ବାନୁମାନ ଜାରି ରହିଛି।  

 

3/8

ଏହି ଆକଳନ ଅନୁସାରେ ୧୦ ରୁ  ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ୩୮ ରୁ ୪୧ ଡିଗ୍ରୀ ସେଲସିୟସ୍ ରହିପାରେ। 

 

4/8

ସ୍ବାଭାବିକ ଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ। 

 

5/8

ଆସନ୍ତାକାଲି ଠାରୁ କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ (ହିଟ୍ ଓ୍ବେଭ୍) ଏବଂ କେତେକ ସ୍ଥାନରେ ଗରମ ଓ ଗୁଳୁଗୁଳି ନେଇ ନାକେଦମ୍ କରିବ।  

 

6/8

ଆଜି ବିଶେଷକରି, କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଂଜ, ବାଲେଶ୍ବର, କେନ୍ଦୁଝର,କୋରାପୁଟ୍, ରାୟଗଡା, ଗଂଜାମ ଓ ଗଜପତି।  ଏହି ସବୁ ସ୍ଥାନରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକରେ ପବନର ବେଗ ୩୦ ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିବ। ବୌଦ୍ଧ, ଭଦ୍ରକ,ବଲାଙ୍ଗୀରର କିଛି ସ୍ଥାନରେ ଝଡ଼ିବର୍ଷା ହେବାର ଆଶଙ୍କା ରହିଛି। 

 

7/8

ସେହିପରି,  ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା ଓ ନୟାଗଡରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। 

8/8

ସେହିପରି, ଆସନ୍ତାକାଲି ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ହେବ। ଏଭଳି ସ୍ଥିତି ୧୪ ତାରିଖ ଯାଏଁ ଲାଗି ରହିଲେ ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।  

 

;