Odisha Weather Update: ରାଜ୍ୟରେ ଜାରି ରହିଛି କାଳବୈଶାଖି ଜନିତ ବର୍ଷା। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟରେ କାଳବୈଶାଖି ବର୍ଷା ହୋଇପାରେ।
ଆଜି ମୟୂରଭଞ୍ଜ, କେନ୍ଦୁଝର , ରାୟଗଡା, କୋରାପୁଟ୍ ଓ ମାଲକାନଗିରିରେ ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି।
ALSO READ: June 2025 Grah Gochar: ଜୁନ୍ ରେ ତିନି ବଡ ଗ୍ରହଙ୍କ ଗୋଚର, ଫିଟିବ ୫ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ
ଆସନ୍ତାକାଲି ଗଜପତି,ଗଞ୍ଜାମ, ରାୟଗଡା, କୋରାପୁଟ୍, ମାଲକାନଗିରି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଝାରସୁଗୁଡା ଓ ସମ୍ବଲପୁରରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବ।
୨୬ ତାରିଖରେ ମାଲକାନଗିରି, କୋରାପୁଟ୍, ରାୟଗଡା, ଗଜପତି, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ,କଳାହାଣ୍ତି ଓ କନ୍ଧମାଳରେ ଘଡ଼ଘଡି ଓ ବର୍ଷା ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବ।
୨୭ ତାରିଖରେ କୋରାପୁଟ୍ ଓ ମାଲକାନଗିରିରେ ପ୍ରବଳ ବର୍ଷା ସହିତ ୪୦ ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ଅଛି। ବଜ୍ରାପାତ ଆଶଙ୍କା ମଧ୍ୟ ରହିଛି।
୨୭ ତାରିଖରେ ମଧ୍ୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପରବର୍ତ୍ତୀ ୨ ଦିନରେ ସାମ୍ଭାବ୍ୟ ଘନୀଭୂତ ହୋଇପାରେ।
୨୮ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଓ କଳାହାଣ୍ତିରେ ଅଧିକ ବର୍ଷା ହୋଇପାରେ।
ଉପକୂଳ ଓଡି଼ଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡି ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
୨୯ ତାରିଖରେ କୋରାପୁଟ୍, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଦମାଳ, କଳାହାଣ୍ତି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଯୋରଦାର ବର୍ଷା ହୋଇପାରେ।
ଆରବସାଗର ଓ ବଙ୍ଗୋପସାଗର ଅଞ୍ଚଳରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିଥିବା ଜଳୀୟ ବାସ୍ପ ପ୍ରଭାବରେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡି଼ଶାରେ ବ୍ୟାପକ ବର୍ଷା ହୋଇଛି।
ଉତ୍ତର ଓଡି଼ଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଗଜପତି ଜିଲ୍ଲାର ଗୁମ୍ମା ଠାରେ ସର୍ବାଧିକ ୧୩୦ ମିମି ବର୍ଷା ହୋଇଛି।
ट्रेन्डिंग फोटोज़