Budh Gochar 2025: ଗ୍ରହ ରାଜକୁମାର ବୁଧ ୧୫ ମାର୍ଚ୍ଚରୁ ୪ ଏପ୍ରିଲ ପର୍ଯ୍ୟନ୍ତ ପଛକୁ ରହିବେ ଏବଂ ତା'ପରେ ସିଧାସଳଖ ହୋଇଯିବ। ବୁଧ ସିଧାସଳଖ ହେବା ପରେ ୭ ମଇରେ ମେଷ ରାଶିରେ ଚଳନ କରିବେ।
ମେଷ ରାଶି
ମୀନ ରାଶିରେ ବୁଧଙ୍କ ଚଳନ କାରଣରୁ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ହୋଇପାରେ । ଆର୍ଥିକ କାରବାରରେ ଆପଣଙ୍କୁ ଅଧିକ ସତର୍କ ରହିବା ଆବଶ୍ୟକ । କାମରେ ବାଧା ସୃଷ୍ଟି ହୋଇପାରେ। କାହା ଉପରେ ରାଗିବା ଏବଂ ନିୟନ୍ତ୍ରଣ ହରାଇବା ଠାରୁ ଦୂରେଇ ରହିବାକୁ ପଡିବ
ବୃଷ ରାଶି
ଚାକିରି ଏବଂ ବ୍ୟବସାୟରେ ଆପଣ ଭଲ ଲାଭ ପାଇବେ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ରହିବ । ପଡ଼ି ରହିଥିବା କାମ ଖୁବ୍ ଶୀଘ୍ର ଶେଷ ହେବ।
ମିଥୁନ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଶୁଭ ସାବ୍ୟସ୍ତ ହେବ। କର୍ମକ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି। ଘରେ ସୁଖ ଏବଂ ସମୃଦ୍ଧି ରହିବ । ମନ ଖୁସି ରହିବ।
କର୍କଟ ରାଶି
ବୁଧଙ୍କ ଚଳନ କାରଣରୁ ଆପଣ ସତର୍କ ରହିବା ଉଚିତ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି। କୌଣସି ବଡ଼ କାମ କରୁଥିଲେ ଅତ୍ୟନ୍ତ ସତର୍କତାର ସହିତ କରନ୍ତୁ।
ସିଂହ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ ପାଇବେ । କିନ୍ତୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡ଼ିପାରେ।
କନ୍ୟା ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଶୁଭ ଫଳାଫଳ ପ୍ରଦାନ କରିବ। ବ୍ୟବସାୟରେ କରାଯାଉଥିବା ଯୋଜନା ପ୍ରଭାବଶାଳୀ ହେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟ ଏତେଟା ଭଲ ନୁହେଁ। ଆପଣଙ୍କ ପ୍ରୟାସରେ ସଫଳତା ମିଳିବ।
ତୁଳା ରାଶି
ଆପଣ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। କାମ ପ୍ରତି ମନରେ ଉତ୍ସାହ କମିବାକୁ ଲାଗିବ। ପରିବାର ସଦସ୍ୟମାନେ ପାରସ୍ପରିକ ପରାମର୍ଶ ନେବା ଉଚିତ ।
ବିଛା ରାଶି
ତରବର ହୋଇ କୌଣସି କାମ କରନ୍ତୁ ନାହିଁ । କୌଣସି ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି। ଯେକୌଣସି କାମ କରନ୍ତୁ ନା କାହିଁକି ଅତ୍ୟନ୍ତ ଚତୁରତାର ସହ କରିବାକୁ ପଡିବ।
ଧନୁ ରାଶି
ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଭଲ । ଲାଭ ଉପାର୍ଜନ କରିବାର ସୁଯୋଗ ପାଇବେ । କଠିନ ପରିଶ୍ରମର ଶୁଭଫଳ ପାଇବେ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ । ମିଳୁଥିବା ସୁଯୋଗର ପୂର୍ଣ୍ଣ ଲାଭ ଉଠାଇ ପାରିବ।
ମକର ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଲାଭଦାୟକ ସାବ୍ୟସ୍ତ ହୋଇପାରେ । କଠିନ ପରିଶ୍ରମର ଉପଯୁକ୍ତ ମୁଲ୍ୟ ପାଇବେ ।
କୁମ୍ଭ ରାଶି
ବୁଧଙ୍କ ଚଳନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କର୍ମକ୍ଷେତ୍ରରେ ଥିବା ବାଧାବିଘ୍ନ ଗୁଡିକ ଦୂର ହୋଇଯିବ । ବିଭିନ୍ନ କ୍ଷେତ୍ରରେ ଆପଣ ସୁବିଧା ପାଇବେ ।
ମୀନ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ସକାରାତ୍ମକ ଫଳାଫଳ ପ୍ରଦାନ କରିବ । ପରିବାର ସଦସ୍ୟଙ୍କଠାରୁ ଆପଣ ସମର୍ଥନ ପାଇବେ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़