Advertisement
Photo Details/zeeodisha/odisha2676058
photoDetails0hindi

Chandra Gochar 2025: ବୁଧଙ୍କ ନକ୍ଷତ୍ରରେ ଚନ୍ଦ୍ର ସଞ୍ଚାର, ୧୧ ମାର୍ଚ୍ଚରୁ ୩ ରାଶିକୁ ମିଳିବ ଲାଭ

Chandra Gochar 2025: ଚନ୍ଦ୍ର ବୁଧଙ୍କ ନକ୍ଷତ୍ରରେ ଚଳନ କରିବା କାରଣରୁ ମାର୍ଚ୍ଚ ୧୧ ରାତିରୁ ୩ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିପାରେ।

1/4

ମିଥୁନ ରାଶି

ଆପଣଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୁଳ । ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଧନ ସମ୍ପତ୍ତି ବଢିବାର ଦୃଢ ସମ୍ଭାବନା ରହିଛି। ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ଘରେ ଖୁସିର ପରିବେଶ ରହିବ। କିଛି ନୂତନ କାମ ଆରମ୍ଭ କରିବାକୁ ଚିନ୍ତା କରିପାରନ୍ତି । ମନ ଖୁସି ରହିବ । ମାନ ସମ୍ମାନ ବୃଦ୍ଧି ଘଟିବ ।

2/4

କର୍କଟ ରାଶି

ଆପଣଙ୍କ ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରେ। ବିଦେଶ ଯିବାକୁ ଚାହୁଁଥିଲେ ସୁଯୋଗ ମିଳିପାରେ। ଆପଣ ଖୁସି ହେବା ପରି କିଛି ଖବର ମିଳିପାରେ । ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବାର ସମ୍ଭାବନା ରହିଛି। ବ୍ୟବସାୟ ବଢାଇବା ପାଇଁ ଚିନ୍ତା କରୁଥିଲେ ସମୟ ଅନୁକୁଳ । ଦୀର୍ଘ ଦିନରୁ ପଡ଼ି ରହିଥିବା କାମ ଶେଷ କରିବେ ।

3/4

କନ୍ୟା ରାଶି

ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବାକୁ ଲାଗିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବାର ସମ୍ଭାବନା ରହିଛି । ଫସି ରହିଥିବା ଟଙ୍କା ଫେରି ମିଳିପାରେ । ବ୍ୟବସାୟରେ ଭଲ ଲାଭ ସହ ପ୍ରଗତି କରିବେ । ପରିବାର ସହିତ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରିପାରନ୍ତି। କାହା ସହ କିଛି ମତଭେଦ ଥିଲେ ତାହାର ସମାଧାନ ହେବ। ଚନ୍ଦ୍ରଙ୍କ ପ୍ରଭାବରୁ ଆପଣଙ୍କ ମନ ଶାନ୍ତ ରହିବ। କୌଣସି ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି। ଧର୍ଯ୍ୟର ସହିତ କାମ କରିଚାଲନ୍ତୁ ଦେଖିବେ ଲାଭଦାୟକ ଫଳାଫଳ ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବ ।

4/4

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

;