Advertisement
Photo Details/zeeodisha/odisha2757560
photoDetails0hindi

Guru Atichari 2025: ଗୁରୁଙ୍କ ଅତିଚାରୀ ପ୍ରଭାବ, ୭ ରାଶିରେ ଏମିତି ରହିବ ପ୍ରଭାବ

Guru Atichari 2025: ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଚଳିତ ବର୍ଷ ଅତ୍ୟନ୍ତ ସ୍ୱତନ୍ତ୍ର । ଆଜି ଅର୍ଥାତ ୧୪ ମଇରେ ଏପରି ଏକ ପରିବର୍ତ୍ତନ ଘଟୁଛି, ଯେଉଁଠାରେ ବୃହସ୍ପତି ମିଥୁନ ରାଶିରେ ଚଳନ କରୁଛନ୍ତି। ଏହି ଚଳନ ପ୍ରାୟ ୧୩ ମାସ ପର୍ଯ୍ୟନ୍ତ ରହିବ।

1/8

ବୃଷ ରାଶି

ଆପଣଙ୍କ ପାଇଁ ଏହି ଚଳନ ଅତ୍ୟନ୍ତ ଭଲ । ଏହା ଆପଣଙ୍କୁ ଆର୍ଥିକ ଭାବରେ ଲାଭଦାୟକ କରିବ। ପୂର୍ବରୁ କରିଥିବା ନିବେଶରୁ ଆପଣ ଲାଭ ପାଇବେ । ଆୟର ନୂତନ ଉତ୍ସ ସୃଷ୍ଟି ହେବ । ବିଭିନ୍ନ ସୁତ୍ରରୁ ଆୟ ବୃଦ୍ଧି ପାଇବ ।

2/8

ମିଥୁନ ରାଶି

ବୃହସ୍ପତି ମିଥୁନ ରାଶିରେ ଚଳନ କରୁଛନ୍ତି । ଏପରି ପରିସ୍ଥିତିରେ ଆପଣ ସଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ। ନିଜ ଉପରେ ଅଧିକ ଆତ୍ମବିଶ୍ୱାସ ରହିବ। ବିବାହ କାର୍ଯ୍ୟରେ ବାଧା ଥିଲେ ତାହା ଦୂର ହୋଇଯିବ । ନୂତନ ଚାକିରି ପାଇବାର ସମ୍ଭାବନା ରହିଛି।

3/8

କନ୍ୟା ରାଶି

ବୃହସ୍ପତି ଆପଣଙ୍କ କର୍ମକ୍ଷେତ୍ରରେ ଚଳନ କରୁଛନ୍ତି । ଆପଣ ଅନେକ କ୍ଷେତ୍ରରେ ପ୍ରଗତି କରିବେ । ପଦୋନ୍ନତି ହେବାର ସମ୍ଭାବନା ରହିଛି । ସରକାରୀ ସ୍ତରରେ ଆପଣ ଲାଭ ପାଇବେ ।

4/8

ତୁଳା ରାଶି

ଆପଣଙ୍କ ପାଇଁ ବୃହସ୍ପତିଙ୍କ ଚଳନ ଶୁଭପ୍ରଦ ହେବ । ଆପଣଙ୍କ ରାଶିର ନବମ ଘରେ ଏହି ଚଳନ ହେଉଛି । ଏହି ଘରଟି ଭାଗ୍ୟ, ଧର୍ମ ଏବଂ ଶିକ୍ଷା ସହିତ ଜଡିତ। ଆପଣଙ୍କୁ ପ୍ରତ୍ୟେକ କାମରେ ଭାଗ୍ୟର ସମର୍ଥନ ମିଳିବ।

5/8

କର୍କଟ ରାଶି

ଆପଣଙ୍କ ଜୀବନରେ ସକରାତ୍ମକ ପ୍ରଭାବ ରହିବ । ବୃହସ୍ପତିଙ୍କ ଚଳନ ଆପଣଙ୍କ ଦ୍ୱାଦଶ ଘରେ ଘଟୁଛି । ଆପଣଙ୍କ ଖର୍ଚ୍ଚ ବଢିବାକୁ ଲାଗିବ । ଫଳରେ ମାନସିକ ଚାପ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

6/8

ବିଛା ରାଶି

ବୃହସ୍ପତି ଆପଣଙ୍କ ଅଷ୍ଟମ ଘରେ ଚଳନ କରୁଛନ୍ତି । ଫଳରେ ଆପଣ କର୍ମକ୍ଷେତ୍ର ଏବଂ ପାରିବାରିକ ଚାପ ଅନୁଭବ କରିବେ । ନିଜ ମାନସିକ ଏବଂ ଶାରିରିକ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡିବ।

7/8

ମକର ରାଶି

ବୃହସ୍ପତି ଆପଣଙ୍କ ଷଷ୍ଠ ଘରେ ଚଳନ କରିବେ। ଶତ୍ରୁମାନେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ସମୟ ଭଲ ନୁହେଁ। କଠିନ ପରିଶ୍ରମ କରିବା ପରେ ହିଁ ଆପଣ ସଫଳତା ପାଇପାରିବେ।

8/8

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;