Grah Gochar 2025: ହିନ୍ଦୁ ଧର୍ମ ତଥା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏକାଦଶ ସଂଖ୍ୟାକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ । କାରଣ ଏହି ସଂଖ୍ୟାର ଅଧିପତି ହେଉଛନ୍ତି ଭଗବାନ ବିଷ୍ଣୁ। ଯେତେବେଳେ ଗୋଟିଏ କୁଣ୍ଡଳୀରେ ଦୁଇଟି ଗ୍ରହ ମଧ୍ୟରେ କୋଣ ପ୍ରାୟ 32.73 ଡିଗ୍ରୀ ରହିଥାଏ, ସେତେବେଳେ ଏକାଦଶାଂଶ କିମ୍ବା ଜ୍ଞାନାଂଶ ଯୋଗ ଗଠନ ହୋଇଥାଏ । ପ୍ରକୃତରେ, 'ଏକାଦଶାଂଶ' ଅର୍ଥ ହେଉଛି (ଏକାଦଶ + ଅଂଶ') ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ ।
ମେଷ ରାଶି
ଆପଣଙ୍କ ପାଇଁ ଏକାଦଶାଂଶ ଯୋଗ କ୍ୟାରିୟରରେ ପ୍ରଗତି ଆଣିଦେବ । ସୂର୍ଯ୍ୟ ଏବଂ ଶନିଙ୍କ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ । ବୃତ୍ତିଗତ ଜୀବନରେ ନୂତନ ସମ୍ଭାବନା ରହିଛି । ନିଜ ଲକ୍ଷ୍ୟ ପ୍ରତି ଅଧିକ ଧ୍ୟାନ ଦେବାରେ ସଫଳ ହେବେ । ଶୁକ୍ରଙ୍କ କୃପାରୁ ସୃଜନଶୀଳ କାର୍ଯ୍ୟରେ ମଧ୍ୟ ସଫଳତା ହାସଲ କରିବେ । ନିଜ ଆତ୍ମବିଶ୍ୱାସ ଶୀର୍ଷରେ ରହିବ। ନିଜ ମଧ୍ୟରେ ଥିବା ଧର୍ଯ୍ୟ କାରଣରୁ ଆପଣ ଦୀର୍ଘକାଳୀନ ସଫଳତା ପାଇବେ ।
ବୃଷ ରାଶି
ଆପଣଙ୍କ ପାଇଁ ଏହି ଏକାଦଶାଂଶ ଯୋଗ ଶୁଭଫଳ ଆଣିଦେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବାକୁ ଲାଗିବ । ଶୁକ୍ର ଏବଂ ଶନିଙ୍କ ସଂଯୋଗରୁ ଅଧିକ ଆୟ କରିବାରେ ସକ୍ଷମ ହେବେ । ଆୟର ନୂତନ ଉତ୍ସ ଖୋଲିବ । ପ୍ରେମ ସମ୍ପର୍କ ମଧୁର ହେବ। ଜୀବନସାଥୀଙ୍କ ସହ ଭଲ ସମନ୍ୱୟ ରହିବ । ଆଧ୍ୟାତ୍ମିକ କାର୍ଯ୍ୟ ଦ୍ୱାରା ଆପଣ ଶାନ୍ତି ପାଇବେ ।
କର୍କଟ ରାଶି
ଆପଣଙ୍କ ପାଇଁ ଏକାଦଶାଂଶ ଯୋଗ ପାରିବାରିକ ସୁଖ ଆଣିପାରେ । ସଭିଙ୍କ ସହ ସମ୍ପର୍କରେ ମଧୁରତା ବଢିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବ । ଦୀର୍ଘକାଳୀନ ରୋଗରୁ ମୁକ୍ତି ମିଳିପାରେ । କିଛି ଭଲ ଖବର ପାଇ ମନ ଖୁସି ହେବ । ମନରେ ନୂଆ ଉତ୍ସାହ ଭରିଯିବ ।
ସିଂହ ରାଶି
ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ସୂର୍ଯ୍ୟଙ୍କ ପ୍ରଭାବରୁ ବିଭିନ୍ନ ସୁତ୍ରରୁ ମାନ ସମ୍ମାନ ପାଇବେ । ସୃଜନଶୀଳ କ୍ଷେତ୍ରରେ ଅଧିକ ସଫଳତା ପାଇବେ । ନିବେଶ କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିଛି । ସମ୍ପତ୍ତି କିମ୍ବା ଅନ୍ୟାନ୍ୟ ଆର୍ଥିକ ଯୋଜନାରେ ଆପଣ ବିଶେଷ ଲାଭ ପାଇବେ।
ତୁଳା ରାଶି
ଆପଣଙ୍କ ପାଇଁ ପ୍ରେମ ଏବଂ ବୈବାହିକ ଜୀବନରେ ଖୁସି ଆସିପାରେ । ଶୁକ୍ରଙ୍କ କୃପାରୁ ସମ୍ପର୍କରେ ମଧୁରତା ଭରିଯିବ । କ୍ୟାରିୟରରେ ନୂତନ ସୁଯୋଗ ମିଳିବ । ବିଶେଷକରି ବୈଦେଶିକ ସମ୍ପର୍କରୁ ଲାଭଦାୟକ ଫଳାଫଳ ହାସଲ କରିବେ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।
ଧନୁ ରାଶି
ଶିକ୍ଷା ଏବଂ ଜ୍ଞାନ କ୍ଷେତ୍ରରେ ଆପଣ ଅଧିକ ଶୁଭଫଳ ପାଇବେ । ଆପମଙ୍କ ପାଇଁ ଏକାଦଶାଂଶ ଯୋଗ ବିଶେଷ ଫଳପ୍ରଦ ସାବ୍ୟସ୍ତ ହେବ। ଗବେଷଣା କିମ୍ବା ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ । ଆଧ୍ୟାତ୍ମିକ ଯାତ୍ରା କରିପାରନ୍ତି । ଶନିଙ୍କ ଶୁଭ ପ୍ରଭାବରୁ ନୂତନ ତଥା ଲାଭଦାୟକ ସୁଯୋଗ ମିଳିପାରେ ।
କୁମ୍ଭ ରାଶି
ନୂଆ ସପ୍ତାହରେ ଆପଣ ସାମାଜିକ ପ୍ରଭାବ ବୃଦ୍ଧି କରିବାରେ ସକ୍ଷମ ହେବେ । ଆପଣଙ୍କ ଚିନ୍ତାଧାରା ତଥା ଅଭିନବ ପ୍ରୟାସକୁ ପ୍ରଶଂସା ମିଳିପାରେ । ବୈଷୟିକ କ୍ଷେତ୍ରରେ ଆପଣ ବିଶେଷ ସଫଳତା ହାସଲ କରିପାରନ୍ତି । ଶନିଙ୍କ କୃପାରୁ ଜୀବନରେ ଆର୍ଥିକ ସ୍ଥିରତା ଆସିବ । ଟଙ୍କା ସମ୍ବନ୍ଧୀୟ ଚିନ୍ତା ଥିଲେ ତାହା ଦୂର ହୋଇଯିବ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़