Advertisement
Photo Details/zeeodisha/odisha2694046
photoDetails0hindi

Grah Gochar 2025: ଶନି ଏବଂ ଗୁରୁଙ୍କ ନକ୍ଷତ୍ର ପରିବର୍ତ୍ତନ, ଏପ୍ରିଲ ଶେଷରେ ଚମକିବ ୩ ରାଶିର ଭାଗ୍ୟ

Grah Gochar 2025: କର୍ମ ଏବଂ ନ୍ୟାୟର ଦେବତା ଶନି ଏବଂ ଦେବଗୁରୁ ବୃହସ୍ପତି ଏପ୍ରିଲ୍ ଶେଷରେ ଗୋଟିଏ ଦିନରେ ନକ୍ଷତ୍ର ପରିବର୍ତ୍ତନ କରିବେ। ଏହି ଚଳନର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡ଼ିବ। ଆସନ୍ତୁ ଜାଣିବା କେଉଁ ୩ଟି ରାଶିର ବ୍ୟକ୍ତିଙ୍କୁ ଏହାର ପ୍ରଭାବରେ ଶୁଭଫଳ ମିଳିବ ।

1/4

ମେଷ ରାଶି

ଶନି ଏବଂ ବୃହସ୍ପତିଙ୍କ ଚଳନ ଆପଣଙ୍କ ଜୀବନରେ ଶୁଭ ପ୍ରଭାବ ପକାଇବ। ଅବିବାହିତ ବ୍ୟକ୍ତିଙ୍କ ବିବାହ ସ୍ଥିତ ହେବାର ସମ୍ଭାବନା ରହିଛି । ଏପ୍ରିଲ ଶେଷ ସୁଦ୍ଧା ଆପଣଙ୍କୁ ଭଲ ଖବର ଶୁଣିବାକୁ ମିଳିପାରେ । ନବ ବିବାହିତାଙ୍କ ଘରେ ଖୁସିର ପରିବେଶ ରହିବ। ଚାକିରି କରୁଥିଲେ ଆର୍ଥିକ ଲାଭ ମିଳିପାରେ । ନୂଆ ଗାଡି କିଣିବାକୁ ଇଚ୍ଛା ଥିଲେ ତାହା ଶାକାର ହୋଇପାରେ ।

2/4

କର୍କଟ ରାଶି

ଏପ୍ରିଲ ଶେଷରେ ଆପଣଙ୍କ ଭାଗ୍ୟ ଚମକିପାରେ। ବିବାହଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଚୁଡାନ୍ତ ହୋଇପାରେ । ଶନି ଏବଂ ବୃହସ୍ପତିଙ୍କ ଆଶୀର୍ବାଦରୁ ଚାକିରି କ୍ଷେତ୍ରରେ ଉନ୍ନତି କରିବାର ସୁଯୋଗ ମିଳିବ। ନିଜସ୍ୱ ଗାଡ଼ି କିଣିବାର ସ୍ୱପ୍ନ ସାକାର ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ । ଚର୍ମ କିମ୍ବା ପେଟ ସମ୍ବନ୍ଧୀୟ କୌଣସି ରୋଗ ଥିଲେ ସେଥିରୁ ଧିରେ ଧିରେ ସୁସ୍ଥ ହେବେ ।

3/4

ଧନୁ ରାଶି

ଶନି ଏବଂ ଦେବଗୁରୁଙ୍କ ବିଶେଷ ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ । କ୍ୟାରିୟରରେ ଉଚ୍ଚ ପଦବୀ ହାସଲ କରିବେ। ପାରିବାରିକ ଜୀବନରେ ସମନ୍ୱୟ ରହିବ। ପଡ଼ୋଶୀଙ୍କ ସହିତ ବାଦ ବିବାଦ ଚାଲିଥିଲେ ପରିସ୍ଥିତି ଅନୁକୂଳ ରହିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବାକୁ ଲାଗିବ । ଏହି ସମୟ ମଧ୍ୟରେ କୌଣସି ଗୁରୁତର ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ନିଜସ୍ୱ ଘର କିଣିବାର ସ୍ୱପ୍ନ ଥିଲେ ତାହା ପୂରଣ ହୋଇପାରେ ।

4/4

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

;