Advertisement
Photo Details/zeeodisha/odisha2741292
photoDetails0hindi

Guru gochar 2025: ବୃହସ୍ପତି କରିବେ ରାଶି ପରିବର୍ତ୍ତନ, ତୁଳାଠୁ ମୀନ ରାଶିରେ ଏମିତି ରହିବ ପ୍ରଭାବ

Jupiter Transit 2025 In Gemini: ୧୪ ମଇରେ ଦେବଗୁରୁ ବୃହସ୍ପତି ମିଥୁନ ରାଶିରେ ଚଳନ କରିବେ। ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ। ପୂର୍ବରୁ ଆପଣଙ୍କୁ ଜଣାଇଥିଲୁ ଯେ, ମେଷଠୁ କନ୍ୟା ରାଶି ଉପରେ କିପରି ରହିବ ପ୍ରଭାବ । ଆଜି ଜାଣିବା ବୃହସ୍ପତିଙ୍କ ଚଳନର ପ୍ରଭାବ ତୁଳା ରାଶିରୁ ମୀନ ରାଶି ଉପରେ କିପରି ରହିବ ।

1/7

ତୁଳା ରାଶି

ନବମ ଘରେ ବୃହସ୍ପତିଙ୍କ ଚଳନ ଆପଣଙ୍କୁ ଶୁଭଫଳ ଦେବ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିବ । ଏହି ସମୟ ମଧ୍ୟରେ ମାନ ସମ୍ମାନ ବୃଦ୍ଧି ପାଇବ । ଘରେ ଶୁଭ କାର୍ଯ୍ୟକ୍ରମ ହୋଇପାରେ । ଅବିବାହିତ ଥିଲେ ବିବାହର ସମ୍ଭାବନା ରହିଛି । ସନ୍ତାନମାନଙ୍କଠାରୁ ଖୁସି ଖବର ମିଳିପାରେ ।

2/7

ବିଛା ରାଶି

ମିଥୁନ ରାଶିରେ ବୃହସ୍ପତିଙ୍କ ଚଳନ ସମୟରେ ଆପଣଙ୍କୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ନଚେତ୍ ଆଘାତ, ସ୍ଥାନ ପରିବର୍ତ୍ତନ ଏବଂ କ୍ଷତି ହେବାର ସମ୍ଭାବନା ଅଛି। ଆର୍ଥିକ କ୍ଷେତ୍ର ମଧ୍ୟ ପ୍ରଭାବିତ ହେବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ନାହିଁ । ମାନସିକ ଅଶାନ୍ତି ଦେଖାଦେଇପାରେ । ଦୂରଯାତ୍ରାରୁ ନିବୃତ ରୁହନ୍ତୁ । ଜରୁରୀ କାମରେ ଦୂରଯାତ୍ରା କରୁଥିଲେ ସତର୍କ ରୁହନ୍ତୁ। କୌଣସି ଯୁକ୍ତିତର୍କରେ ସାମିଲ ହୁଅନ୍ତୁ ନାହିଁ।

3/7

ଧନୁ ରାଶି

ଆପଣଙ୍କ ପାଇଁ ବୃହସ୍ପତିଙ୍କ ଚଳନ ଶୁଭ ସାବ୍ୟସ୍ତ ହେବ । ସକାରାତ୍ମକ ଫଳାଫଳ ଆପଣ ପାଇବେ । ଆର୍ଥିକ ସ୍ଥିତି ସୁଦୃଢ଼ ​​ହେବାକୁ ଲାଗିବ । ବୈବାହିକ ଜୀବନରେ ଶୁଭଫଳ ପାଇବେ । ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ । ବିବାହ କାର୍ଯ୍ୟରେ ବାଧା ଥିଲେ ତାହା ଦୂରେଇଯିବ ।

4/7

ମକର ରାଶି

ଷଷ୍ଠ ଘରେ ବୃହସ୍ପତିଙ୍କ ଚଳନ ଆପଣଙ୍କ ପାଇଁ ମଧ୍ୟମ ଧରଣର ଫଳାଫଳ ଆଣିବ । ଶତ୍ରୁମାନେ ଆପଣଙ୍କ ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରିବେ । ଆପଣଙ୍କ ନମ୍ର ବ୍ୟବହାର ବଜାୟ ରଖିବା ଅନୁକୂଳ ହେବ। କାହା ସହିତ ଝଗଡ଼ା କରନ୍ତୁ ନାହିଁ । ନଚେତ୍ ଆପଣ କ୍ଷତି ସହିପାରନ୍ତି । କାମରେ ହଠାତ୍ ବାଧା ଉପୁଜିପାରେ । ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଚିନ୍ତା ବଢିପାରେ ।

5/7

କୁମ୍ଭ ରାଶି

ପଞ୍ଚମ ଘରେ ବୃହସ୍ପତିଙ୍କ ଚଳନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ସମାଜରେ ମାନ ସମ୍ମାନ ମିଳିବ । ଚାକିରି ଖୋଜୁଥିଲେ ମିଳିବାର ସମ୍ଭାବନା ରହିଛି । ବ୍ୟବସାୟୀମାନଙ୍କ ପାଇଁ ଆର୍ଥିକ ଲାଭର ସମ୍ଭାବନା ଅଧିକ । ଅନେକ ସମସ୍ୟାର ସମାଧାନ ହୋଇଯିବ । ପରୀକ୍ଷାରେ ଶୁଭ ଫଳାଫଳ ମିଳିପାରେ । ବନ୍ଧୁମାନଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ପରିବାରରେ ଖୁସିର ବାତାବରଣ ରହିବ।

6/7

ମୀନ ରାଶି

ଚତୁର୍ଥ ଘରେ ବୃହସ୍ପତିଙ୍କ ଚଳନ ଆପଣଙ୍କ ପାଇଁ କଳହ ପରିସ୍ଥିତି ସୃଷ୍ଟି କରିପାରେ । ଚତୁରତାର ସହ କାର୍ଯ୍ୟ କରନ୍ତୁ । ଆପଣଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇପାରେ । ପରିବାର ସଦସ୍ୟଙ୍କଠାରୁ ସହଯୋଗ ମିଳିନପାରେ । ନିବେଶ କରୁଥିଲେ ସତର୍କତାର ସହିତ କରନ୍ତୁ। ପିତାମାତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ।  ଯଦି ଅନ୍ୟ ଗ୍ରହମାନଙ୍କର ସ୍ଥିତି ଅନୁକୂଳ ଥାଏ ଏବଂ କୁଣ୍ଡଳୀରେ ଶୁଭ ମହାଦଶା ଏବଂ ଅନ୍ତର୍ଦ୍ଦଶାର ପ୍ରଭାବ ଥାଏ, ତେବେ ବୃହସ୍ପତିଙ୍କ ଚଳନର ଅଶୁଭ ଫଳାଫଳ କମିପାରେ ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;