Jupiter Transit 2025: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତିଙ୍କୁ ସମୃଦ୍ଧି, ଜ୍ଞାନ ଏବଂ ସୌଭାଗ୍ୟର ଗ୍ରହ ଭାବରେ ବିବେଚନା କରାଯାଇଛି । ୧୨ ବର୍ଷ ପରେ, ବୃହସ୍ପତି ବୃଷ ରାଶିରୁ ମିଥୁନ ରାଶିରେ ଚଳନ କରିବାକୁ ଯାଉଛନ୍ତି। ମିଥୁନ ରାଶିରେ ବୃହସ୍ପତିଙ୍କ ଚଳନ କାରଣରୁ ଏହାର ପ୍ରଭାବ ମେଷ ରାଶିରୁ ମୀନ ରାଶି ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶିରେ ରହିବ । ବୃହସ୍ପତିଙ୍କ ଚଳନ ସମସ୍ତ ୧୨ଟି ରାଶିରେ କିପରି ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।
ବୃହସ୍ପତିଙ୍କ ଚଳନ କିଛି ରାଶି ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଆସନ୍ତୁ ଜାଣିବା ମିଥୁନ ରାଶିରେ ବୃହସ୍ପତିଙ୍କ ଚଳନରୁ ମେଷ ରାଶିରୁ ମୀନ ରାଶି ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶି ଉପରେ କିପରି ପ୍ରଭାବ ରହିବ ।
ମେଷ ରାଶି
ଆପଣଙ୍କ ରାଶିର ତୃତୀୟ ଘରେ ବୃହସ୍ପତି ଚଳନ କରିବାକୁ ଯାଉଛନ୍ତି। ଏହି ସମୟ ମଧ୍ୟରେ ଆପଣଙ୍କୁ ଅଧିକ ଲାଭ ମିଳିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଟଙ୍କା ସଞ୍ଚୟ କରିବାରେ କୌଣସି ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଯିବ । ବନ୍ଧୁମାନଙ୍କ ସହିତ ବୁଲିବାକୁ ଯାଇପାରନ୍ତି। ନିଜର ଘର କିମ୍ବା ଫ୍ଲାଟ୍ କିଣିବାକୁ ଚାହୁଁଥିଲେ ସେ ଇଚ୍ଛା ପୂରଣ ହୋଇପାରେ। ଧାର୍ମିକ କାର୍ଯ୍ୟ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ବିବାହିତ ଦମ୍ପତିଙ୍କ ମଧ୍ୟରେ ଭଲ ସମନ୍ୱୟ ରହିବ।
ବୃଷ ରାଶି
ବୃହସ୍ପତିଙ୍କୁ ଅଷ୍ଟମ ଏବଂ ଏକାଦଶ ଘରର ଅଧିପତି ଭାବରେ ବିବେଚନା କରାଯାଇଛି । ମିଥୁନରେ ଚଳନ ସମୟରେ, ଏହା ଆପଣଙ୍କ ରାଶିରୁ ଦ୍ୱିତୀୟ ଘରେ ପ୍ରବେଶ କରିବ। ବୃହସ୍ପତିଙ୍କ ପ୍ରଭାବରୁ ଆପଣଙ୍କ କଥା ପ୍ରଭାବଶାଳୀ ହେବ। ଲୋକମାନେ ଆପଣଙ୍କଠାରୁ ପରାମର୍ଶ ଲୋଡିବେ । ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ପାଇବେ । ବ୍ୟବସାୟରେ ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ ।
ମିଥୁନ ରାଶି
ବୃହସ୍ପତି ଆପଣଙ୍କ ରାଶିର ସପ୍ତମ ଏବଂ ଦଶମ ଘରର ଅଧିପତି । ଆପଣଙ୍କ ରାଶିର ଲଗ୍ନ ଘରେ ଅର୍ଥାତ୍ ପ୍ରଥମ ଘରେ ଦେବଗୁରୁ ଚଳନ କରିବେ । ସନ୍ତାନମାନଙ୍କ ସହ ଜଡିତ ଭଲ ଖବର ପାଇପାରନ୍ତି । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ଅଧିକ ଟଙ୍କା ରୋଜଗାର କରିବାକୁ ସୁଯୋଗ ପାଇବେ । ନବ ବିବାହିତମାନେ ସନ୍ତାନ ସୁଖ ପାଇପାରନ୍ତି । ଛାତ୍ରଛାତ୍ରୀମାନେ ଶିକ୍ଷାଗତ ପ୍ରୟାସରେ ସଫଳତା ପାଇବେ । ମନରେ ଏକାଗ୍ରତା ମଧ୍ୟ ବୃଦ୍ଧି ପାଇବ। ଶିଖିବା ପ୍ରତି ଅଧିକ ଆଗ୍ରହ ରହିବ । ଅବିବାହିତ ଥିଲେ ଭଲ ପ୍ରସ୍ତାବ ମିଳିପାରେ ।
କର୍କଟ ରାଶି
ଆପଣଙ୍କ ରାଶିର ଷଷ୍ଠ ଏବଂ ନବମ ଘରର ଅଧିପତି ହେଉଛନ୍ତି ବୃହସ୍ପତି । ଆପଣଙ୍କ ରାଶିରୁ ଦ୍ୱାଦଶ ଘରେ ବୃହସ୍ପତି ଚଳନ କରିବାକୁ ଯାଉଛନ୍ତି। ଧାର୍ମିକ କାର୍ଯ୍ୟ ପ୍ରତି ଅଧିକ ଆଗ୍ରହୀ ହେବେ । ପୁରା ପରିବାର ସହିତ ଧାର୍ମିକ ଯାତ୍ରାରେ ଯାଇପାରନ୍ତି । ଆଧ୍ୟାତ୍ମିକ ତୀର୍ଥଯାତ୍ରା, ପୂଜା, ଧର୍ମ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ପାଇଁ ଟଙ୍କା ଖର୍ଚ୍ଚ କରିପାରନ୍ତି। ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବାକୁ ଲାଗିବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ଥିଲେ ତାହା ଦୂର ହୋଇଯିବ ।
ସିଂହ ରାଶି
ଆପଣଙ୍କ ପାଇଁ, ବୃହସ୍ପତି ପଞ୍ଚମ ଏବଂ ଅଷ୍ଟମ ଘରର ଅଧିପତି । ଆପଣଙ୍କ ରାଶିରୁ ଏକାଦଶ ଘରେ ଗୁରୁ ଚଳନ କରିବାକୁ ଯାଉଛନ୍ତି। ୨୦୨୫ ମସିହାରେ ବୃହସ୍ପତିଙ୍କ ପ୍ରଭାବ ସଫଳତାର ସଙ୍କେତ ଆଣିଛି। ଆର୍ଥିକ ସମସ୍ୟା କମିବାକୁ ଲାଗିବ । ଟଙ୍କା ରୋଜଗାର କରିବା ଆପଣଙ୍କ ପାଇଁ ସହଜ ହୋଇଯିବ। ଏହି ସମୟ ମଧ୍ୟରେ ଦରମା ବୃଦ୍ଧିର ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ପାଇବାର ସମ୍ଭାବନା ରହିଛି। ବୈବାହିକ ଜୀବନରେ କୌଣସି ସମସ୍ୟା ଥିଲେ ତାହା ଗୁରୁଙ୍କ ଶୁଭ ପ୍ରଭାବରେ ଦୂର ହୋଇଯିବ । ପରିବାରରେ ସୁଖ, ଶାନ୍ତିର ବାତାବରଣ ରହିବ । ସମାଜର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିବେ ।
କନ୍ୟା ରାଶି
ବୃହସ୍ପତି ଆପଣଙ୍କ ରାଶିରୁ ଦଶମ ସ୍ଥାନରେ ଚଳନ କରିବାକୁ ଯାଉଛନ୍ତି। ବୃହସ୍ପତିଙ୍କ ଚଳନ କାରଣରୁ ଆର୍ଥିକ ସମସ୍ୟାର ସମାଧାନ ହେବ । ନୂଆ ଫ୍ଲାଟ୍ କିମ୍ବା ଘର କିଣିବାର ସୁଯୋଗ ପାଇବେ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ପ୍ରେମ ଜୀବନରେ ଶୁଭଫଳ ପାଇବେ । ଲଟେରୀ ଜିତିବାର ସୌଭାଗ୍ୟ ମିଳିପାରେ । ବ୍ୟାଙ୍କ ବାଲାନ୍ସ ମଧ୍ୟ ବୃଦ୍ଧି ପାଇବ।
ତୁଳା ରାଶି
ଆପଣଙ୍କ ରାଶିର ତୃତୀୟ ଏବଂ ଷଷ୍ଠ ଘରର ଅଧିପତି ହେଉଛନ୍ତି ବୃହସ୍ପତି । ବୃହସ୍ପତି ଆପଣଙ୍କ ରାଶିରୁ ନବମ ଘରେ ଚଳନ କରିବାକୁ ଯାଉଛନ୍ତି। ଫଳରେ ଧାର୍ମିକ ବିଶ୍ୱାସ ମଜବୁତ ହେବ। ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଖୁସି ଅନୁଭବ କରିବେ। ପରିବାର କିମ୍ବା ପ୍ରିୟଜନଙ୍କ ସହିତ ତୀର୍ଥଯାତ୍ରା କରିପାରନ୍ତି । ନିଜ ବ୍ୟବସାୟରେ ଭଲ ଲାଭ ହାସଲ କରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଟଙ୍କା ରୋଜଗାର କରିବାର ଭଲ ସୁଯୋଗ ପାଇବେ । ବ୍ୟବସାୟରେ କରିଥିବା ଯୋଜନା ସଫଳ ହେବ ।
ବିଛା ରାଶି
ଆପଣଙ୍କ ରାଶିରୁ ଅଷ୍ଟମ ଘରେ ବୃହସ୍ପତି ଚଳନ କରିବାକୁ ଯାଉଛନ୍ତି। ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିବ। ପ୍ରେମ ଜୀବନରେ କିଛି ଭୁଲ ବୁଝାମଣା ହୋଇପାରେ । ମାନସିକ ଚାପ ବଢିବାକୁ ଲାଗିବ । ଚାକିରି କ୍ଷେତ୍ରରେ ସମସ୍ତ ଲକ୍ଷ୍ୟ ହାସଲ କରିବେ । ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ପର୍କ ମଜବୁତ ହେବ। ବ୍ୟବସାୟରେ ଆର୍ଥିକ ଲାଭରେ ରହିବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ଫଳାଫଳ ପାଇବେ ।
ଧନୁ ରାଶି
ଆପଣଙ୍କ ରାଶିର କର୍ତ୍ତା ଏବଂ ଆପଣଙ୍କ ଚତୁର୍ଥ ଘର ସହ ବୃହସ୍ପତିଙ୍କ ସଂଯୋଗ ରହୁଛି । ଆପଣଙ୍କ ରାଶିରୁ ସପ୍ତମ ଘରେ ବୃହସ୍ପତିଙ୍କ ଚଳନ ହେବ । ବୈବାହିକ ଜୀବନରେ ସମ୍ପର୍କ ମଧୁର ହୋଇଯିବ। ପ୍ରେମ ଜୀବନରେ ସୁଖଦ ଫଳାଫଳ ପାଇବେ । ସାଥୀଙ୍କୁ ନିଜ ପରିବାର ସଦସ୍ୟଙ୍କ ସହ ପରିଚିତ କରାଇ ପାରିବେ। ଦାୟିତ୍ୱ ଏବଂ ବନ୍ଧୁତାର ଭାବନା ବୃଦ୍ଧି ପାଇବ। ବ୍ୟବସାୟରେ ବଡ଼ ସଫଳତା ହାସଲ କରିପାରନ୍ତି । ଜମି ସମ୍ବନ୍ଧୀୟ ପୁରୁଣା ଇଚ୍ଛା ପୂରଣ ହୋଇପାରେ।
ମକର ରାଶି
ଆପଣଙ୍କ ରାଶିର ଷଷ୍ଠ ଘରେ ବୃହସ୍ପତିଙ୍କ ଚଳନ ହେବ । ଆପଣ ସମ୍ପତ୍ତି କିଣି ପାରନ୍ତି । ଜୀବନସାଥୀଙ୍କ ପରାମର୍ଶ ନେଇ ଭଲ ସ୍ଥାନରେ ଟଙ୍କା ନିବେଶ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ହୋଇପାରେ । ଚତୁରତାର ସହ ନେଇଥିବା ନିଷ୍ପତ୍ତି ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଆଗକୁ ନେଇଯିବ । ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ ଶୁଭ ଫଳାଫଳ ପାଇବେ।
କୁମ୍ଭ ରାଶି
ବୃହସ୍ପତି ଆପଣଙ୍କ ରାଶିରୁ ପଞ୍ଚମ ଘରେ ଚଳନ କରିବାକୁ ଯାଉଛି। ଚାକିରି କ୍ଷେତ୍ରରେ ଆଗକୁ ବଢିବାକୁ ସୁଯୋଗ ପାଇବେ । ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ । ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ନଚେତ୍ ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡିପାରେ । କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ତାହା ଫେରି ପାଇବାର ସମ୍ଭାବନା ରହିଛି। ନିଜ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଅନ୍ତୁ । ଡାକ୍ତରଙ୍କ ସହ ଯୋଗାଯୋଗରେ ରହିବା ଭଲ ।
ମୀନ ରାଶି
ଆପଣଙ୍କ ରାଶିରୁ ଚତୁର୍ଥ ଘରେ ବୃହସ୍ପତି ଚଳନ କରିବାକୁ ଯାଉଛନ୍ତି। ଭ୍ରମଣ ତଥା ବିଦେଶ ଯାତ୍ରାର ଇଚ୍ଛା ପୂରଣ ହୋଇପାରେ। ବୃହସ୍ପତିଙ୍କ ଶୁଭ ପ୍ରଭାବରୁ ନିବେଶରୁ ଭଲ ଲାଭ ପାଇବେ । ଚାକିରି କ୍ଷେତ୍ରରେ ବାଦ ବିବାଦରୁ ଦୂରରେ ରହିବା ଉଚିତ । ବ୍ୟବସାୟ କାହାକୁ ଋଣରେ ସାମଗ୍ରୀ ଦେବାରୁ ଦୂରେଇ ରହିବା ଉଚିତ। ଭାଇଭଉଣୀଙ୍କ ସହିତ ସମ୍ପର୍କକୁ ଉନ୍ନତ କରିବାକୁ ପ୍ରୟାସ କରନ୍ତୁ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़