Vaishakh Amavasya 2025: ବୈଶାଖ ଅମାବାସ୍ୟା ପୂର୍ବରୁ ଶୁକ୍ରଙ୍କ ଚଳନ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଏହି ସମୟ କିଛି ଲୋକଙ୍କ ପାଇଁ ନୂତନ ସମ୍ଭାବନାର ବାଟ ଫିଟିପାରେ ।
Shukra Nakshatra Gochar: ସୁଖ ଏବଂ ସୌଭାଗ୍ୟ ପ୍ରଦାନକାରୀ ଗ୍ରହ ଶୁକ୍ରଙ୍କ ଚଳନ ଅମାବାସ୍ୟାର ଠିକ୍ ଗୋଟିଏ ଦିନ ପୂର୍ବରୁ ତଥା ୨୬ ଏପ୍ରିଲରେ ହେଉଛି। ଶନିବାର ଦିନ ୧୨:୦୨ ସମୟରେ ଶୁକ୍ର ଶନିଙ୍କ ନକ୍ଷତ୍ର ଉତ୍ତରଭାଦ୍ରପଦରେ ଚଳନ କରିବେ । ୧୬ ମଇ ୨୦୨୫ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ଶୁକ୍ର ବିଦ୍ୟମାନ କରିବେ । ଶୁକ୍ରଙ୍କୁ ସୁଖ, ଧନ, କଳା, ସୌନ୍ଦର୍ଯ୍ୟ ଏବଂ ପ୍ରେମର କାରକ ଭାବରେ ଜ୍ୟୋତିଷମାନେ ବିବେଚନା କରିଥାନ୍ତି । ଶୁକ୍ରଙ୍କ ଚଳନର ସକରାତ୍ମକ ପ୍ରଭାବ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିବ ।
କର୍କଟ ରାଶି
ଆପଣଙ୍କ ଜୀବନରେ ଶୁକ୍ରଙ୍କ ଶୁଭ ପ୍ରଭାବ ପଡିବ । ଚତୁରତାର ସହ ସଫଳତା ହାସଲ କରିବେ । ମନରେ ଅଧିକ ଆତ୍ମବିଶ୍ୱାସ ରହିବ । କ୍ୟାରିଅର ସମ୍ବନ୍ଧୀୟ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ । ନୂତନ ଚାକିରି ପାଇଁ ଚେଷ୍ଟା କରୁଥିଲେ ଅଫର ମିଳିପାରେ । ଆପଣଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ବ୍ୟବସାୟରେ ଲାଭଦାୟକ ଫଳାଫଳ ପାଇବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ।
ତୁଳା ରାଶି
ଏହି ସମୟ ଆପଣଙ୍କ ମନରେ ଆତ୍ମବିଶ୍ୱାସ ବଢିବ । କ୍ୟାରିୟରରେ ପ୍ରଗତି ହେବ । କର୍ମକ୍ଷେତ୍ରରେ ଆପଣଙ୍କ ଚିନ୍ତାଧାରା ଉପରିସ୍ଥ ଅଧିକାରୀଙ୍କୁ ପ୍ରଭାବିତ କରିବ। ଯୁବପିଢ଼ିଙ୍କୁ କ୍ୟାରିୟରରେ ଶୁଭଫଳ ମିଳିବ । ଧର୍ଯ୍ୟର ସହିତ ନେଇଥିବା ନିଷ୍ପତି ଶୁଭ ସାବ୍ୟସ୍ତ ହେବ । ମନୋରଞ୍ଜନ କିମ୍ବା କଳା କ୍ଷେତ୍ର ସହିତ ଜଡିତ ଥିଲେ ଅଧିକ ଲାଭବାନ ହେବେ । ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ।
ମକର ରାଶି
ଆପଣଙ୍କ ପାଇଁ ମୟ ଆର୍ଥିକ ଲାଭ ଆଣିଦେବ । ପାରିବାରିକ ସୁଖ ମଧ୍ୟ ଆପଣ ପାଇବେ । ବ୍ୟବସାୟରେ ଲାଭ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ଥିଲେ ତାହା ଦୂର ହୋଇଯିବ । ବିବାହ ଉତ୍ସବରେ ଯୋଗଦେଇପାରନ୍ତି । ଧାର୍ମିକ ଯାତ୍ରାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ଉନ୍ନତି ହେବ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़