Advertisement
Photo Details/zeeodisha/odisha2849875
photoDetails0hindi

Lucky Zodiac Sign: ୨୨ ଜୁଲାଇରେ ଗଜକେଶରୀ ଯୋଗ, ୫ ରାଶିକୁ ମିଳିବ ଲାଭ

Top 5 Lucky Zodiac Sign, 22 July 2025: ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରୁ କନ୍ୟା ସମେତ ମୋଟ ୫ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଭାଗ୍ୟଶାଳୀ ହେବାକୁ ଯାଉଛି। 

1/7

ମେଷ, ମିଥୁନ, କନ୍ୟା, ତୁଳା ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବା ।

2/7

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି। ହନୁମାନଜୀଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ । ଆପଣଙ୍କର ଶକ୍ତି, ବୁଦ୍ଧି ଏବଂ ଜ୍ଞାନ ବୃଦ୍ଧି ପାଇବ। ସାହସିକର ସହ ନିଷ୍ପତ୍ତି ନେଇ ବିରୋଧୀମାନଙ୍କୁ ପରାସ୍ତ କରିବାରେ ସଫଳ ହେବେ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଦୂରଯାତ୍ରା ଆପଣଙ୍କ ପାଇଁ ଶୁଭପ୍ରଦ ହେବ । ଲେଖା, ଗଣମାଧ୍ୟମ, ଯୋଗାଯୋଗ, ଗବେଷଣା, ଶିକ୍ଷାଦାନ ଇତ୍ୟାଦି କାର୍ଯ୍ୟ ସହିତ ଜଡିତ ଥିଲେ ଦିନଟି ବିଶେଷ ଲାଭଦାୟକ । ସାନ ଭାଇଭଉଣୀମାନଙ୍କର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ। ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ। ବୈବାହିକ ଜୀବନ ସୁଖମୟ ହେବ।

3/7

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ବିଶେଷ ଲାଭଦାୟକ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣଙ୍କ ଅନେକ ଅଟକି ରହିଥିବା କାମ ଶେଷ ହେବ । ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ। ରାଜନୀତି ଏବଂ ସାମାଜିକ କ୍ଷେତ୍ର ସହିତ ଜଡିତ ଥିଲେ ଏକ ବିଶେଷ ଦିନ । ଆପଣଙ୍କୁ ପଦବୀ ଏବଂ ପ୍ରତିଷ୍ଠାର ଲାଭ ମିଳିପାରେ। ଆପଣଙ୍କ ବ୍ୟକ୍ତିତ୍ୱରେ ଉନ୍ନତି ହେବ। ବିରୋଧୀମାନେ ଆପଣଙ୍କ ସଫଳତା ଦେଖି ଆଶ୍ଚର୍ଯ୍ୟ ହେବେ। ପରିବାରରେ ଆନନ୍ଦର ବାତାବରଣ ରହିବ। ଜୀବନସାଥୀଙ୍କ ମଧ୍ୟରେ କୌଣସି ମତଭେଦ ଥିଲେ ତାହାର ସମାଧାନ ହୋଇଯିବ।

4/7

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ବିଶେଷ ହେବାକୁ ଯାଉଛି। ବ୍ୟବସାୟରେ ଇଚ୍ଛା ମୁତାବକ ସଫଳତା ମିଳିବାର ସମ୍ଭାବନା ଅଛି। ସରକାରୀ ସେବା ସହିତ ଜଡିତ ଥିଲେ ଦିନଟି ବିଶେଷ ଲାଭଦାୟକ । ପ୍ରଶାସନଠାରୁ ଆଶା କରିଥିବା ସମର୍ଥନ ମିଳିବାର ସମ୍ଭାବନା ଅଛି। ଠିକା କାମ ସହ ଜଡିତ ଥିଲେ ଏବଂ ଚୁକ୍ତି ପାଇବାକୁ ଚେଷ୍ଟା କରୁଥିଲେ ଇଚ୍ଛା ପୂରଣ ହୋଇପାରେ। ଚାକିରି କ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ପରିବାରରେ ଅନୁକୂଳ ପରିବେଶ ରହିବ ।

5/7

ତୁଳା ରାଶି

ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ଫେରି ମିଳିପାରେ। ଆପଣଙ୍କ ଅଧୁରା କାମ ଶେଷ ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବାରେ ସଫଳ ହେବେ । ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷାରେ ଆସୁଥିବା ବାଧା ଦୂର ହେବ। ମାନ ସମ୍ମାନ ବୃଦ୍ଧି ପାଇବ । କୌଣସି ସ୍ଥାନରୁ ସମ୍ମାନିତ ହୋଇପାରନ୍ତି। ପାରିବାରିକ ସମର୍ଥନ ମିଳିବ । ଆପଣଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି ପାଇବ। ବୈବାହିକ ଜୀବନରେ ଖୁସି ପାଇବେ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

6/7

କୁମ୍ଭ ରାଶି

ଆପଣଙ୍କ ପାଇଁ ଦିନଟି ଆଶାଠାରୁ ଅଧିକ ଲାଭଦାୟକ ହେବ । ବ୍ୟବସାୟରେ ଇଚ୍ଛିତ ଫଳାଫଳ ପାଇପାରିବେ। ପୂର୍ବ ପ୍ରୟାସରୁ ଭଲ ଲାଭ ମିଳିପାରେ। ପୁରୁଣା ନିବେଶରୁ ଭଲ ଲାଭ ହାସଲ କରିବେ । ଚଳଚ୍ଚିତ୍ର, କଳା, ଗୀତ, ନୃତ୍ୟ, ଡିଜାଇନିଂ ଇତ୍ୟାଦି କ୍ଷେତ୍ରରେ କାମ କରୁଥିଲେ ଆପଣଙ୍କୁ ଏକ ଭିନ୍ନ ପରିଚୟ ମିଳିବ । ଆପଣ କାହା ଦ୍ୱାରା ପ୍ରଭାବିତ ହେବେ ନାହିଁ। ଚତୁରତାର ସହିତ ନିଷ୍ପତ୍ତି ନେବାରେ ସଫଳ ହେବେ । ପରିବାରରେ ସୁଖ ଏବଂ ଶାନ୍ତି ବଜାୟ ରହିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;